Home ଓଡ଼ିଶା ବିରୋଧୀ ଦଳ ନେତାଙ୍କୁ ସାର୍ଟିଫିକେଟ ଦେବେ ଓଡିଶାବାସୀ, ବିଜେଡି ନୁହେଁ : ଠାକୁର ରଣଜିତ୍ ଦାସ୍ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp 1. ବିରୋଧୀ ଦଳ ନେତାଙ୍କୁ ଓଡିଶା ବିରୋଧୀ ବୋଲି କହିବା ବିଜେଡି ନେତାଙ୍କ ରୁଗ୍ଣ ମାନସିକତା 2. ସାମ୍ବିଧାନିକ ପଦରେ ଥିବା ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଶସ୍ତା ରାଜନୀତି କରୁଛି ବିଜେଡି 3. ଜୟ ନାରାୟଣ ମିଶ୍ର ଉଠାଇଥିବା ସମସ୍ତ ପ୍ରଶ୍ନରୁ କୌଣସି ଗୋଟିଏ ବି ପ୍ରଶ୍ନର ଉତର ଦେଇପାରୁ ନଥିବା ବିଜୁ ଜନତା ଦଳର କୁହାଳିଆ ନେତା ଓ ମୁଖପାତ୍ରମାନେ ବାଉଳା ଚାଉଳା ହୋଇ ନିଜର ମାନସିକ ଦେବାଳିଆକୁ ଗଣମାଧ୍ୟମ ଆଗରେ ପ୍ରକାଶ କରୁଛନ୍ତି 4. ବିଜେଡି ସାଢେ ଚାରି କୋଟି ଓଡିଆଙ୍କୁ ନିଜର ଜାଗିର୍ ବୋଲି ଭାବିବା ଉଚିତ୍ ନୁହେଁ ୨୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡିଶାବାସିଙ୍କୁ କ୍ରମାଗତ ଭାବେ ମିଛ କହି ଭୁଆଁ ବୁଲାଉଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ଆଜିକାଲି ସତ ଶୁଣିଲେ ଚମକି ପଡିବା ସହିତ ପ୍ରତିକ୍ରିୟାଶୀଳ ହୋଇପଡୁଛନ୍ତି । ଏପରିକି ବ୍ୟକ୍ତିଗତ ଆକ୍ଷେପ କରିବାକୁ ମଧ୍ୟ ପଛାଉନାହାନ୍ତି । ନିଜେ ରାଜ୍ୟ ସରକାର ଦେଇଥିବା ତଥ୍ୟକୁ ସ୍ୱୀକାର କରୁନାହାନ୍ତି ଶାସକ ବିଜେଡିର ନେତା । ବିରୋଧୀ ଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ସାମ୍ନାରେ ଆଣି ସରକାରଙ୍କୁ କାଠଗଡାରେ ଛିଡା କରାଉଛନ୍ତି । ସେଥିରେ ବିଜୁ ଜନତା ଦଳ ବିଚଳିତ ହୋଇଯାଇ ତାଙ୍କ ପ୍ରଶ୍ନର ଜବାବ୍ ନଦେଇ ପାରି ଏକ ସାମ୍ବିଧାନିକ ପଦରେ ଥିବା ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଅତି ଶସ୍ତା ରାଜନୀତି କରୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍ ଦାସ କହିଛନ୍ତି । ଆଜି ପର୍ଯ୍ୟନ୍ତ ଜୟ ନାରାୟଣ ମିଶ୍ର ଉଠାଇଥିବା ସମସ୍ତ ପ୍ରଶ୍ନରୁ କୌଣସି ଗୋଟିଏ ବି ପ୍ରଶ୍ନର ଉତର ବିଜୁ ଜନତା ଦଳ ଦେଇପାରି ନାହିଁ । ବଂର ବିଜୁ ଜନତା ଦଳର କୁହାଳିଆ ମୁଖପାତ୍ରମାନେ ବାଉଳା ଚାଉଳା ହୋଇ ନିଜର ମାନସିକ ଦେବାଳିଆକୁ ଗଣମାଧ୍ୟମ ଆଗରେ ପ୍ରକାଶ କରୁଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି । ଅଣଓଡିଆଙ୍କ ହାତକୁ ଶାସନ କ୍ଷମତା ଟେକି ଦେଇଥିବା ବିଜେଡି ନେତାମାନେ ଓଡିଶାର ଅସ୍ମିତା ପ୍ରସଙ୍ଗରେ କିଛି କହିବାର ଅଧିକାର ହରାଇଛନ୍ତି । ଓଡିଆ ଓ ଓଡିଶାର ସ୍ୱାର୍ଥ ପାଇଁ ଲଢେଇ କରୁଥିବା ଜୟ ନାରାୟଣ ମିଶ୍ରଙ୍କୁ ବିଜେଡିର ସାର୍ଟିଫିକେଟର ଆବଶ୍ୟକତା ନାହିଁ । ଆଜି ସମସ୍ତ ଓଡିଆଙ୍କ ପାଇଁ ଆଶାର ଆଲୋକ ସାଜିଥିବା ଶ୍ରୀ ମିଶ୍ରଙ୍କୁ ସାର୍ଟିଫିକେଟ ଦେବାର ଅଧିକାର କେବଳ ଓଡିଶାବାସୀଙ୍କର ରହିଛି । ସାଢେ ଚାରି କୋଟି ଓଡିଆଙ୍କୁ ନିଜର ଜାଗିର ବୋଲି ବିଜେଡି ଭାବିବା ଉଚିତ୍ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି । ରାଜ୍ୟ ଶାସନ କିଏ ଚଲାଉଛି ? ୨୦୨୧ ତୁଳନାରେ ୨୦୨୨ରେ ୧୪.୬୫ ପ୍ରତିଶତ ଧର୍ତବ୍ୟ ଅପରାଧ ବୃଦ୍ଧି ପାଇଛି । ଗତ ୧୦ ବର୍ଷରେ କ୍ରାଇମବ୍ରାଂଚ ଦ୍ୱାରା ୨୨୫ଟି ମାମଲାରୁ ମାତ୍ର ୧୦ଟି ମାମଲାରେ ଦୋଷୀଙ୍କୁ ଦଣ୍ଡ ମିଳିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୫୩ ଦିନ ପରେ ମଧ୍ୟ କାରଣ ସଂପର୍କରେ ପୋଲିସ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିବାର କାରଣ କଣ ? ଓଡିଶାରେ ଲଲେସନେସ୍ ସ୍ଥିତି ଉପୁଜି ନାହିଁକି ? ୨୦୧୯-୨୨ ଭିତରେ ବିଦେଶୀ ପୁଂଜିନିବେଶରେ ଦେଶକୁ ଆସିଥିବା ୧୩ ଲକ୍ଷ ୪୨ ହଜାର କୋଟିରୁ ମାତ୍ର ୦.୮ ପ୍ରତିଶତ ପୁଂଜି ଓଡିଶାକୁ ଆସିଛି । ଏହା କଣ ମେକ୍ ଇନ୍ ଓଡିଶାର ବିଫଳତା ନୁହେଁ କି ? ଏଭଳି ପ୍ରଶ୍ନର ଜବାବ୍ ମାଗୁଥିବା ବିରୋଧୀ ଦଳ ନେତାଙ୍କୁ ଓଡିଶା ବିରୋଧୀ ବୋଲି କହିବା ରୁଗ୍ଣ ମାନସିକତାର ପରିଚୟ ବୋଲି ଶ୍ରୀ ଦାସ କହିଛନ୍ତି । Categories: ଓଡ଼ିଶା, ମହାନଗର, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026