ଛତୁ ତାଲିମ ଶିବିର

୨୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଉଦ୍ୟାନ ବିଭାଗ ତରଫରୁ କୃଷି ବିଜ୍ଞାନ କେନ୍ଦ୍ର ପରିସର ରେ ଛତୁ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୋହନା,ଆର, ରାଉଦୟଗିରି ଏବଂ ନୂଆଗଡ ବ୍ଲକ ରୁ ୧୦ ଟି ଲେଖାଏଁ ମହିଳା ସ୍ଵଂୟ ସହିୟିକା ଗୋଷ୍ଠି ର ସଭ୍ୟା ମାନେ ଯୋଗ ଦେଇଥିଲେ । ଏହି ସଭା ରେ ଗଜପତି ଜିଲ୍ଲା ର ଉପ ଉଦ୍ୟାନ ନିର୍ଦ୍ଦେଶକ ଡ।. ଶୁଶାନ୍ତ ରଞ୍ଜନ ଦାଶ, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର , ବରିଷ୍ଠ ବୈଜ୍ଞାନକ ଡ।. ସଂଗ୍ରାମ ପରମଗୁରୁ, ଡି ପି ସି (ମିଶନ ଶକ୍ତି) ଶ୍ରୀ ରଶ୍ମି ରଞ୍ଜନ ସେଠୀ, କୃଷି ଜିଲ୍ଲା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।କିପରି ମହିଳା ମାନେ ଛତୁ ଚାଷ ମାଧ୍ୟମରେ ବିଭିନ୍ନ ସରକାରୀ ସହାୟତାର ସୁବିଧା ପାଇ ପାରିବେ ସେ ବିଷୟ ରେ ଉଦ୍ୟାନ ଉପ ନିର୍ଦ୍ଦେଶକ ବିସ୍ତୃତ ଆଲୋଚନା କରିଥିଲେ । ମହିଳା ମାନଙ୍କୁ କିପରି ବ୍ୟାଙ୍କ୍ ଲୋନ ଯୋଗାଇ ଦିଆଯିବ ସେ ବିଷୟ ରେ ମଧ୍ୟ ଆଲୋକପାତ କରାଯାଇଥିଲା । ପରିଶେଷ ରେ ସରକରଙ୍କ ଛତୁ ମିଶନ କୁ ସଫଳ କରିବା ପାଇଁ ସଭ୍ୟା ମାନଙ୍କୁ ଆହ୍ବାନ ଦିଆଯାଇଥିଲା । ଏହି ସଭା କୁ ହର୍ଟିକଲ୍ଚର ଓଭର୍ସୀର ଶ୍ରୀ କରୁଣାକର ପାଇକ ପରିଚାଳନା କରିଥିଲେ ।

 

Exit mobile version