Home ଓଡ଼ିଶା କେସିଙ୍ଗା ଟ୍ରେନ ବୋଗି ରୁ ଉଦ୍ଧାର ନବଜାତ ଶିଶୁପୁତ୍ର କୁ ଦମ୍ପତି ଙ୍କ ଠାରୁ ନେଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- କେସିଙ୍ଗା ରେଲୱେ ଷ୍ଟେସନ ରୁ ଦମ୍ପତି ଙ୍କ ଦ୍ଵାରା ଉଦ୍ଧାର ହୋଇଥିବା ଏକ ନବଜାତ ଶିଶୁ ପୁତ୍ର କୁ ପୁଲିସ ର ସହାୟତା ନେଇ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନେଇଛି । ଶିଶୁ ପୁତ୍ର କୁ ନେବା ପରେ ବଲାଙ୍ଗୀର ଭୀମ ଭୋଇ ଏସଏନସିୟୁ ରେ ଚିକିତ୍ସା ପରେ ଶିଶୁ ପୁତ୍ର ର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସାମାଜିକ କର୍ମୀ ଅରୁଣ ଖୁଆସ ଙ୍କ ଠାରୁ ଜଣାପଡିଛି । ସୂଚନା ଅନୁସାରେ କେସିଙ୍ଗା ରେଳୱେ ଷ୍ଟେସନରେ ଥିବା ଏକ ନିର୍ଦ୍ଦିଷ୍ଟ ଟ୍ରେନ ବୋଗି ଭିତରେ ଗତ ୨୧ ତାରିଖ ସକାଳେ ଏକ ନବଜାତ ଶିଶୁ ପୁତ୍ର କାନ୍ଦୁଥିବାର ପାଟଣାଗଡ଼ ବ୍ଳକ ଭରତ ବାହାଲ ପଞ୍ଚାୟତ ଠେଲକୋଛାପର ଗାଁ ର ଦମ୍ପତି ଶୁଶିଲ ଦୀପ ଓ ତାଙ୍କ ସ୍ତ୍ରୀ ବାସନ୍ତୀ ଶଦ୍ଦ ଶୁଣିବାକୁ ପାଇଥିଲେ । ସେମାନେ ଟ୍ରେନ ଭିତରକୁ ଯାଇ ନବଜାତ ଶିଶୁ ପୁତ୍ର କୁ ଉଦ୍ଧାର କରି ନିଜ ଗାଁ କୁ ଆଣି ଏଏନଏମ ଙ୍କ ଦ୍ଵାରା ଶିଶୁ ପୁତ୍ର ର ନାଭି କୁ କଟାଇଥିଲେ । ସକାଳେ ଶିଶୁ ପୁତ୍ର ର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ ସେମାନେ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଡ ଟଙ୍କଧର ମେହେର ଓ ସୁଜିତ ସା ଶିଶୁ ଟିର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଶିଶୁ ପୁତ୍ର ଟିର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜାଣିପାରିଥିଲେ । ଏତତ୍ ବ୍ୟତୀତ ଏହି ନବଜାତ ଶିଶୁ ପୁତ୍ର ଟି ଉକ୍ତ ଦମ୍ପତି ଙ୍କର ନୁହେଁ ବୋଲି ଜାଣିବାକୁ ପାଇଥିଲେ । ପରେ ଏହି ଘଟଣା ଡ଼ ମେହେର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ଶିଶୁ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ଓ ପାଟଣାଗଡ଼ ସିଡିପିଓ ଅନୁପମା ପଣ୍ଡା ଙ୍କ ସହ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଥିଲେ । ଶିଶୁ ର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜାଣି ଶିଶୁ ପୁତ୍ର କୁ ସାଙ୍ଗ ରେ ନେବାକୁ ଚେଷ୍ଟା କରିଥିଲେ । ଶିଶୁ ପୁତ୍ର କୁ କେସିଙ୍ଗା ରେଳୱେ ଷ୍ଟେସନ ରୁ ଉଦ୍ଧାର କରିଥିବା ଦମ୍ପତି ଓ ତାଙ୍କପଡାର ସହଯୋଗ କୌଣସି ପରିସ୍ଥିତିରେ ବି ଶିଶୁ ପୁତ୍ର କୁ ଛାଡି ବାକୁ ନାରାଜ ହୋଇଥିଲେ । ଯାହାଫଳରେ ଶିଶୁ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ମାନେ ଲରମ୍ଭା ପୁଲିସ ର ସହାୟତା ନେଇ ନବଜାତ ଶିଶୁ ପୁତ୍ର କୁ ନେବାରେ ସଫଳ ହୋଇଥିଲେ । ଶିଶୁ କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନେବା ପରେ ଦମ୍ପତି ଦ୍ବୟ ଦୁଃଖ ରେ ଭାଙ୍ଗି ପଡ଼ିଥିବା ଜଣାପଡିଛି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ by Proprietor Abhimanyu Maharana September 17, 2026 Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC) by Proprietor Abhimanyu Maharana September 17, 2026 ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି by Proprietor Abhimanyu Maharana September 17, 2026 Vedanta Aluminium's Project Sangam Strengthens Irrigation Access in Rural Kalahandi by Proprietor Abhimanyu Maharana September 17, 2026 AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026