Home ଓଡ଼ିଶା ମା’ଜାଗୁଳାଇଙ୍କ ବାସନ୍ତୀକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆରମ୍ଭ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ କୁଦିଆରି ଗ୍ରାମ ଦେବୀ ମା ଜାଗୁଳାଇଙ୍କ ବାସନ୍ତୀକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆରମ୍ଭ ହୋଇଯାଇଛି । ସକାଳେ ୫୦ ରୁ ଉର୍ଦ୍ଧ ମହିଳା ପୁରୁଷ ମାନେ ମାଝଣା ପୋଖରୀରୁ ଜଳ ଉତ୍ତୋଳନ କରି ଏକ ବିରାଟ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିର ବେଢ଼ାରେ ଅବସ୍ଥିତ ଯଜ୍ଞ ମଣ୍ଡପରେ ସ୍ଥାପନା କରିଥିଲେ । ସୂର୍ଯ୍ୟ ପୂଜା, ସାଲା ମଣ୍ଡନ ସହିତ ସନ୍ଧ୍ୟାରେ ମାଙ୍କୁ ମହାସ୍ନାନ କରାଯାଇ ଶୈଳପୁତ୍ରୀ ବେଶରେ ଦର୍ଶନ ସଜ୍ଜିତ ହୋଇଥିଲେ । ଷୋଡଶ ଉପଚାର ପୂଜା ଓ ଚଣ୍ଡୀପାଠ ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯଜ୍ଞ ଚାଲିଥିଲା । ଆସନ୍ତା କାଲି ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ଶ୍ରୀ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି । ସଭାପତି ରାଧାମୋହନ ପଟ୍ଟନାୟକ,କୃତିବାସ ପୃଷ୍ଟି, ଚଟ୍ଟୁ,ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହାଣୀ ପ୍ରମୁଖ ଆୟୋଜନ ରେ ମୁଖ୍ୟ ଦାଇତ୍ୱ ବହନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 26, 2026 ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026