୨୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ର ପ୍ରସିଦ୍ଧ ମାଁ ଶ୍ୟାମାକାଲୀ ଦେବୀଙ୍କ ପୀଠରେ ଆଜି ଠାରୁ ଆରମ୍ଭ ହେଲା ବାସନ୍ତିକ ନବଦିନାତ୍ମକ ଦୁର୍ଗା ପୂଜା । ରୀତିବିଧି ଓ ପରମ୍ପରା ଅନୁସାରେ ମାଁ ଶ୍ୟାମାକାଳୀଙ୍କ କଳସ ଆବାହନ ସହ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଯାଇଛି । ହିନ୍ଦୁ ନବବର୍ଷର ଆରମ୍ଭ ସହ ନବଦିନାତ୍ମକ ପୂଜାର ପ୍ରଥମ ଦିନରେ ମାଁ ଙ୍କୁ ଶୈଳପୂତ୍ରୀ ବେଶରେ ପୂଜା ଅର୍ଚ୍ଚନା କରାଯାଇଛି । ଦେବୀଙ୍କ ମହାସ୍ନାନ ସହ ଅଳଙ୍କାର ଧାରଣ ପୂର୍ବକ ଚଉବନ ଉପଚାର ପୂଜା ସଂପନ୍ନ ହୋଇଛି । 
ଚଣ୍ଡିପାଠ ସହ ଚଣ୍ଡୀ ହବନ କରାଯିବା ସହ ମାଁ ଙ୍କ ଧୂପ, ଦୀପ, ନୈବେଦ୍ୟ ରେ ଆରତୀ ସହ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଛି । ତତ୍ସହ ଶ୍ୟାମେଶ୍ବର ବାବାଙ୍କ ମନ୍ଦିରରେ କ୍ଷୀରାଭିଷେକ, ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଷ୍ଟକମ୍ ଓ ହନୁମାନଙ୍କ ମନ୍ଦିରରେ ହନୁମାନ ପୂଜନ ଓ ହନୁମାନ ଚାଳିଶା ପଠନ କରାଯାଇଛି । ଶନି ବାବାଙ୍କ ମନ୍ଦିରରେ ଶନିଶ୍ଚର ପୂଜା ସଂପନ୍ନ ହୋଇଛି । ମନ୍ଦିରରେ ଭକ୍ତ ମାନଙ୍କ ଦ୍ବାରା ମାନସିକ ଅଖଣ୍ଡ ଦୀପ ଦାନ ଉତ୍ସବ ପାଲନ କରାଯାଇଛି । ଏଥିରେ ପଣ୍ଡିତ ନରସିଂହ ଶତପଥୀ, ପଣ୍ଡିତ ନରେଶ ମିଶ୍ର, ପଣ୍ଡିତ ବିପିନ ବିହାରୀ ଦାଶ ଓ ପଣ୍ଡିତ ସଂଜୟ କୁମାର ଦାଶ ପୂଜା କାର୍ଯ୍ୟ ସଂପାଦନା କରିଥିବା ବେଳେ ମୁଖ୍ୟ କର୍ତ୍ତା ଭାବରେ ସପତ୍ନୀକ କାର୍ଯ୍ୟ ସଂପାଦନା କରିଥିଲେ ସୁଜିତ କୁମାର ଦାଶ । ବାସନ୍ତିକ ନବଦିନତ୍ମକ ଦୁର୍ଗା ପୂଜା ରେ ମନ୍ଦିର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

