Home ଓଡ଼ିଶା ଜଳର ଆବଶ୍ୟକତା ଲକ୍ଷ୍ୟପୂରଣ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରହିଛି – ଜଳ ସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଜଳ ସମ୍ପଦ ବିଭାଗରେ ଜଳ ଦିବସ ପାଳିତ ‘ଜଳ ଯୋଗାଯୋଗ ରଣନୀତି’ ପୁସ୍ତକ ପ୍ରକାଶନ ଓ୍ୱାଟର ଡକ୍ସ ଓ ପିନସିସର ଶୁଭାରମ୍ଭ ୨୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଅପରାହ୍ଣରେ ରାଜୀବ ଭବନ ସ୍ଥିତ ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ, ଜୀବନ ଓ ଜଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ । ଜଳକୁ ନେଇ ସାଗରର ସୃଷ୍ଟି । ଜଳବାୟୁ ପରିବର୍ତ୍ତନ, ଅସମୟରେ ବର୍ଷା, ଅସନ୍ତୁଳିତ ମୌସୁମୀ ବର୍ଷା ଯୋଗୁଁ ଆମେ ଆବଶ୍ୟକତା କରୁଥିବା ଜଳର ଅଭାବ ରହୁଛି । ଜଳ ସଂପଦର ସୁରକ୍ଷା କରି ଜଳସେଚନ ଓ ଅନ୍ୟାନ୍ୟ ବ୍ୟବହାରିକ ଆବଶ୍ୟକତା ପୂରଣ ପାଇଁ ଜଳସଂପଦ ବିଭାଗ ଅହରହ ଉଦ୍ୟମ କରିଆସୁଛନ୍ତି । ଜୀବନ ଜୀବିକା ପାଇଁ ସମସ୍ତଙ୍କ ନିମନ୍ତେ ଜଳର ଆବଶ୍ୟକତା ଲକ୍ଷ୍ୟ ପୂରଣ ନିମନ୍ତେ ଜଳସଂପଦ ବିଭାଗର ସମସ୍ତ ପ୍ରୟାସ ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ବିଭାଗ ଦ୍ୱାରା ପ୍ରକାଶିତ ‘ଜଳ ଯୋଗାଯୋଗ ରଣନୀତି’ ପୁସ୍ତକ ‘ଊର୍ମି’ର ଶୁଭ ଇନ୍ମୋଚନ କରିବା ସହିତ ବିଭାଗରେ ଇଂଜିନିୟର ମାନଙ୍କର ଅବସ୍ଥିତି ଓ କାର୍ଯ୍ୟବଳୀ ସଂପର୍କିତ ଏବଂ ବିଭିନ୍ନ ତଥ୍ୟକୁ ସମନ୍ୱିତ କରିବା ପାଇଁ ଓ୍ୱେବ୍ ସକ୍ଷମଯୁକ୍ତ ବ୍ୟବସ୍ଥା ଯଥାକ୍ରମେ ‘ଓ୍ୱାଟର ଡକ୍ସ’ ଓ ‘ପିନସିସ’ ଭଳି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଡାଟାବେସର ଶୁଭାରମ୍ଭ କରିଥିଲେ । ସେହିପରି ମନ୍ତ୍ରୀ ମଧ୍ୟ ଜଳ ଶକ୍ତି ଅଭିଯାନ-ପୁସ୍ତିକା ୨.୦ କୁ ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ବିଶ୍ୱ ଜଳ ଦିବସ ପାଳନର ପ୍ରସଙ୍ଗ ରହିଥିଲା, ସ୍ୱଚ୍ଛ ଜଳର ଉପଲବ୍ଧତା ନେଇ ରହିଥିବା ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ପାଇଁ ଦ୍ରୁତ ପରିବର୍ତ୍ତନର ଆବଶ୍ୟକତା । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ ଆହୁରି ମଧ୍ୟ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଘରକୁ ପାଣି ପହଁଚାଇବା ପାଇଁ ଲକ୍ଷ୍ୟ ରଖି ତୃଣମୂଳସ୍ତରରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସର୍ବଦା ଆହ୍ୱାନ ଦେଇଆସିଛନ୍ତି । ସାଧାରଣ ଜୀବନରେ ପିଇବା ପାଣି ହେଉ, ସାଧାରଣ ବ୍ୟବହାର ହେଉ କିମ୍ବା ଚାଷୀମାନଙ୍କର ଆବଶ୍ୟକତା ପୂରଣ ପାଇଁ ହେଉ, ଜଳର ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ସହଭାଗୀ ଅନୁଷ୍ଠାନ ଓ ସରକାରୀ ବିଭାଗର ସହଯୋଗ ଓ ସାମୁହିକ ପ୍ରୟାସ ଏ ଦିଗରେ ସଫଳତା ଆଣିଦେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଯୋଗଦେଇ କହିଲେ ଯେ, ଜଳ ସଂପଦର ସୁରକ୍ଷା ଓ ସୁପରିଚାଳନା କ୍ଷେତ୍ରରେ ରୂପାନ୍ତରଣ ଆମର ଲକ୍ଷ୍ୟ ରହିଛି । ଏଥି ପାଇଁ ବିଭାଗରେ “୫-ଟି” ଉପକ୍ରମ ଓ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ଜଳ ସଂରକ୍ଷଣ ଓ ଜଳସେଚନ ଆବଶ୍ୟକତା ପୂରଣ ଦିଗରେ ଗୁରୁତ୍ୱ ଦିଆଯାଉଥିବା ଶ୍ରୀମତୀ ଗର୍ଗ କହିଥିଲେ । ଜଳ ସଂରକ୍ଷଣକୁ ଦୃଷ୍ଟି ଦେଇ ବିଭାଗ ଜରିଆରେ ୬୬ ଟି ଅନ୍ତଃନଦୀ ଜଳାଶୟ ନିର୍ମାଣ କରିବାକୁ ତ୍ୱରିତ ପଦକ୍ଷେପ ନିଆଯାଇଥିବା ଶ୍ରୀମତି ଗର୍ଗ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶିଲ କୁମାର ଲୋହାନୀ ଯୋଗଦେଇ କହିଲେ ଯେ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ହେଉଛି ପିଇବା ପାଣି ବ୍ୟବହାର କ୍ଷେତ୍ରରେ ସବୁଠାରୁ ବଡ ଅଂଶୀଦାର । ସମସ୍ତଙ୍କୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଆମର ପ୍ରାଥମିକତା ରହିଥିବା ବେଳେ ବହି ଯାଉଥିବା ଜଳ ଉତ୍ସର ସଂରକ୍ଷଣ, ଖରାଦିନରେ ଜଳର ଆବଶ୍ୟକତା ପୂରଣ ପାଇଁ ଜଳ ମିଳୁଥିବା ସମୟରେ ଏହାର ସଂରକ୍ଷଣ ପାଇଁ ସବୁ ସ୍ତରରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଯୋଗଦେଇ ବିଦ୍ୟାଳୟରେ ଶିଶୁମାନଙ୍କୁ ପାଠ ପଢାଇବା ସହିତ ଜଳର ଉତ୍ତମ ବ୍ୟବହାର ସଂପର୍କରେ ଶିଖାଇବାର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ । ୟୁନିସେଫର ରାଜ୍ୟ ମୁଖ୍ୟ ଡଃ ମିନା ସୋମଯୋଗଦେଇ ଶୁଦ୍ଧ ପାନୀୟ ଜଳର ଉପଲବଧତା ସଂପର୍କରେ ମତ ରଖିଥିବା ବେଳେ ଅତିଥି ଭାବେ ଓଡିଶା ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଉପସ୍ଥିତ ଥିଲେ । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଭକ୍ତ ରଂଜନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦଦେଇଥିଲେ । କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଉଚ୍ଚ ପଦାଧିକାରୀଙ୍କ ସମେତ ୟନିସେଫ, ୟୁଏନଡିପି ଏବଂ ବିଶ୍ୱବ୍ୟାଙ୍କର ପ୍ରତିନିଧିମାନେ ବହୁସଂଖ୍ୟାରେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀର ଜଳର ଉପଯୋଗିତା ସଂପର୍କରେ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ by Proprietor Abhimanyu Maharana June 19, 2026 ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ by Proprietor Abhimanyu Maharana June 19, 2026 ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା by Proprietor Abhimanyu Maharana June 19, 2026 Baleshwar Leads Odisha’s Energy Transition with Over 10,000 Rooftop Solar Installations by Proprietor Abhimanyu Maharana June 19, 2026 ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ by Proprietor Abhimanyu Maharana June 18, 2026 କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ by Proprietor Abhimanyu Maharana June 18, 2026