Home ଓଡ଼ିଶା ସୁକିନ୍ଦା ପ୍ରେସ କ୍ଲବ ର ୨୩ ତମ ବାର୍ଷିକୋତ୍ସବ ସାମ୍ବାଦିକ ଙ୍କ ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି : ମନ୍ତ୍ରୀ ପ୍ରିତୀରଂଜନ ଘଡେଇ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ସାମ୍ବାଦିକ ମାନେ ସଂଗଠିତ ହେଲେନ୍ୟାର୍ଯ୍ୟ ଦାବି ହାସଲ ସମ୍ଭବ : ରାଜ୍ୟ ସଭାପତି କୈଳାସ ନାୟକ ୨୨ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :– ଘଟଣା ହେଉକି ଦୁର୍ଘଟଣା , ସବୁ କ୍ଷେତ୍ରରେ ସାମ୍ବାଦିକ ମାନେ ହିଁ ସର୍ବ ପ୍ରଥମେ ପହଁଚି ସେମାନଙ୍କର କର୍ତବ୍ୟ କରିଥାନ୍ତି । ସାମ୍ବାଦିକ/ଗଣମାଧ୍ୟମ ହେଉଛି ସରକାର ଙ୍କ ଦର୍ପଣ । ବିନା ପାରିଶ୍ରମିକ ଓ ସ୍ୱଳ୍ପ ବେତନରେ ସାମ୍ବାଦିକ ମାନେ ୨୪ ଘଣ୍ଟା ନିଜ କର୍ତବ୍ୟ କରୁଛନ୍ତି । ବନ୍ୟା, ବାତ୍ୟା ହେଉ କି କୋଭିଡ ମହାମାରି ହେଉ , ପ୍ରତ୍ୟେକ କ୍ଷେତ୍ରରେ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ କର୍ତବ୍ୟ କରୁଛନ୍ତି । ସାମ୍ବାଦିକ ମାନଙ୍କ ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି ବୋଲି ସୁକିନ୍ଦା ବିଧାୟକ ତଥା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତୀରଂଜନ ଘଡେଇ ସୁକିନ୍ଦା ପ୍ରେସ କ୍ଲବର ୨୩ ତମ ବାର୍ଷିକୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । କଲରଙ୍ଗିଅତା ସ୍ଥିତ ଟାଟା ଷ୍ଟିଲ ମାଇନିଙ୍ଗ ର କାଟେ ପୂର୍ତୀ ଅଡିଟୋରିୟମ ହଲ ଠାରେ ବରିଷ୍ଠ ସାମ୍ବାଦିକ ତଥା ସୁକିନ୍ଦା ପ୍ରେସ କ୍ଲବର ସଭାପତି ବିଶ୍ୱଜିତ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୩ ତମ ବାର୍ଷିକୋତ୍ସବରେ ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସଭାପତି ବିଭୂତି ଭୂଷଣ କର , ସମ୍ମାନୀତ ଅତିଥି ଭାବେ ଟାଟା ଷ୍ଟିଲ ମାଇନିଙ୍ଗର ପରିଚାଳନା ନିର୍ଦ୍ଦେଶକ ପଙ୍କଜ କୁମାର ସତିଜା , ଉତ୍କଳ ସାମ୍ବାଦିକ ସଂଘ , ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡା ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ ଯୋଗ ଦେଇ “ଗଣମାଧ୍ୟମ, ଜନପ୍ରତିନିଧି ଓ କମ୍ପାନୀର ସାମାଜିକ ଦାୟିତ୍ୱବୋଧ” ଶୀର୍ଷକ ଆଲୋଚନା ଚକ୍ରରେ ନିଜ ର ମତ ଦେଇ କହିଥିଲେ ଯେ , ସମାଜ ପ୍ରତି ସମସ୍ତଙ୍କର ଦାୟିତ୍ୱ ରହିଛି । ଗଣମାଧ୍ୟମ ର ଯେତିକି ରହିଛି , ଜନପ୍ରତିନିଧି ଓ କମ୍ପାନୀ ମାନଙ୍କର ନିଶ୍ଚିତ ଭାବେ ଅଧିକ ଦାୟିତ୍ୱ ରହିଛି । ସରକାର କମ୍ପାନୀ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବା ବେଳେ କମ୍ପାନୀ ମଧ୍ୟ ସରକାରଙ୍କୁ ଗୁପ୍ତ ଚାନ୍ଦା ଦେଇ କେତେକାଂଶରେ ସାମାଜିକ ଦାୟିତ୍ୱ ବୋଧକୁ ଭୁଲି ଯାଉଛି । ଗଣମାଧ୍ୟମ ସତ୍ୟର ପ୍ରହରି ସାଜି ଅଯଥାରେ ରୋଷର ଶୀକାର ହେଉଛି । ସାମ୍ବାଦିକ ମାନେ ସଂଗଠିତ ହେଲେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ହାସଲ ସମ୍ଭବ ହୋଇପାରିବ । ସାମ୍ବାଦିକ ମାନଙ୍କ ସ୍ୱାର୍ଥ ଆଉ ସୁରକ୍ଷା ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ୪/୫ ଟି ସଂଘର ସଭାପତି ମାନେ ଯଦି ଏକତ୍ରିତ ହୋଇ କାର୍ଯ୍ୟ କରନ୍ତେ ତାହେଲେ ଗ୍ରାମାଂଚଳରେ ଅତ୍ୟନ୍ତ ଦୁଃଖ ଦୁର୍ଦ୍ଦଶାରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନେ ନିଶ୍ଚିତ ଭାବେ ଉପକୃତ ହୋଇପାରନ୍ତେ ବୋଲି ଶ୍ରୀଯୁକ୍ତ ନାୟକ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ସୁକିନ୍ଦା ପ୍ରେସ କ୍ଲବର ବାର୍ଷିକ ବିଶେଷାଙ୍କ “ସୁବର୍ଣ୍ଣା ”ଉନ୍ମୋଚନ କରାଯାଇଥିଲା ଓ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ ଅର୍ଜନ କରି ସୁକିନ୍ଦା ଅଂଚଳ ପାଇଁ ଗର୍ବ ଗୌରବ ସାଜିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସଭ୍ୟ ମନେଜ ନାୟକ ସ୍ୱାଗତ ଭାଷଣ , ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ନୀଳମାଧବ ନାୟକ ସଂପାଦକୀୟ ବିବରଣୀ ମାଧ୍ୟମରେ ପ୍ରେସ କ୍ଲବର ସଫଳତା ବର୍ଣ୍ଣନା କରିଥିଲେ । ରବୀନ୍ଦ୍ର ସାମଲ , କୈଳାସ ନାୟକ , ଅସିତ ମହାନ୍ତ , ଏସ କେ ଜୁହୁର , ଲମ୍ବୋଦର ଦଳବେହେରା , ବିଶ୍ୱନାଥ ସାହୁ , ସୌମ୍ୟ ରଂଜନ ବାରିକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026