ଅବହେଳିତ ବର୍ଗ ର ବ୍ୟକ୍ତି ବି ଶେଷ ଙ୍କ ଜଳ ଓ ପରିମଳ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ସମଧାନ ନିମନ୍ତେ ଦଳ ଗଠନ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମୈତ୍ରୀ ଯୁବ ସଂସଦ ଆୟୋଜିତ ଓ ଫାନସା ଓଡିଶା, ଭାରତୀୟ ଯୁବ ବିକାଶ ସଂସ୍ଥାନ, ଭୁବନେଶ୍ୱର ଙ୍କ ସହାୟ ତା ଏକ ଦଳ ଗଠନ ହୋଇ ଯାଇଛି  ଉକ୍ତ ସଭା ରେ ଅନାଦି ଚରଣ ମହାନ୍ତି, ସଚିବ, ଭାରତ ବିକାଶ ପରିଷଦ ଅତିଥି ରୂପେ ଯୋଗ ଦେଇଥିଲେ l ପ୍ରାରମ୍ଭ ରେ ସମ୍ପାଦକ ପ୍ରଦୀପ କୁମାର ସାହୁ ଉକ୍ତ କମିଟି ଗଠନ ର ଆଭିମୁଖ୍ୟ ସମ୍ପର୍କ ରେ କହିଥିଲେ ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ରେ ଭାରତ ସରକାର ଅବହେଳିତ ବର୍ଗ ର ବ୍ୟକ୍ତି ବିଶେଷ ଙ୍କ ଜଳ, ପରିମଳ ଓ ସ୍ୱାସ୍ଥ୍ୟ ସମସ୍ୟା ର ସମାଧାନ ପାଇଁ ଯେଉଁ ଅଙ୍ଗୀକାର ବଦ୍ଧ ତା ସ୍ୱୀକାର କରିଛନ୍ତି,ତାହା ପରିପୂରଣ କରିବା ଦିଗରେ ଏହା କାର୍ଯ୍ୟ କରିବ l ଅତିଥି ଅନାଦି ଚରଣ ମହାନ୍ତି ତାଙ୍କ ଅଭିଭାଷଣ ରେ ଜଳ ପ୍ରଦୂଷଣ କୁ ଆମେ କିପରି ରୋକିବା, ଜଳ ବ୍ୟବହାର କ୍ଷେତ୍ରରେ ଆମ୍ଭେ କିପରି ମିତାଵୟିତା ଅବଲମ୍ବନ କରିବା ଓ ଭୂତଳ ଜଳ କୁ କିପରି ସରଂକ୍ଷଣ କରିବାକୁ ହେବ ଏ ସମସ୍ତ ବିଷୟରେ ଆଲୋଚନା କରିଥିଲେ l ଶେଷରେ ଅନୁଷ୍ଠାନ ର ସଂଯୋଜିକା ସବିତାମୟୀ ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

Exit mobile version