୨୧ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ବିଜୁ କଲ୍ୟାଣ ମଣ୍ଡପ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି. ତ୍ରିପତି ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଗଜପତି,ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ, ଶ୍ରୀମତୀ ନିର୍ମଳା ସେଠୀ,ଅଧ୍ୟକ୍ଷା,ପୌରପରିଷଦ ପାରଳାଖେମୁଣ୍ଡି, 
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଡିପିଏମଓ ସୌମ୍ୟା ରାଣୀ ଗୌଡ଼, ଡାକ୍ତର ଆନନ୍ଦ ସାମନ୍ତରାୟ, ଏଡିପିଏସଓ ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ରମେଶ ଚନ୍ଦ୍ର ମିଶ୍ର ଯୋଗଦେଇଥଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ ଯେ କୋଭିଡ ସମୟରେ ଆଶା ମାନଙ୍କ ଅବଦାନ ଅତୁଳନୀୟ। ଘରକୁ ଘର ବୁଲି କୋଭିଡ୍ କେଶ୍ ଚିହ୍ନଟ କରି ସ୍ୱାସ୍ଥ୍ୟ ସେବା ଜନସାଧରଙ୍କୁ ଯୋଗାଇଥିଲେ। ଆଶା ବିନା ଆମ୍ଭେମାନେ କେବେହେଲେ କୋଭିଡ୍ ଉପରେ ବିଜୟ ଲାଭ କରିପାରିନତାନ୍ତେ ।

