
୨୧ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବର୍ଦ୍ଧିତ ବିଦ୍ୟୁତ୍ ବିଲ୍, ବାରମ୍ବାର ବିଜୁଳି କାଟ ଓ ଟାଟା ପାୱାର ତରଫରୁ ବିଲ୍ ପାଇଁ ଦେୟ ଆଦାୟ କରିବା ଜୁଲୁମରେ ଓଡ଼ିଶାବାସୀ କଷ୍ଟ ଭୋଗୁଥିବା ବେଳେ, ବହୁ ଦିନ ପରେ ବିଦ୍ୟୁତ୍ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଉଭୟ ବିଧାନସଭା ଭିତରେ ଓ ବାହାରେ କେତେକ ବିବୃତି ଦେଇଛନ୍ତି। ଏହି ବିବୃତି ଆଧାରରେ ଆମ୍ ଆଦମୀ ପାର୍ଟି ମନ୍ତ୍ରୀଙ୍କୁ ୭ଟି ପ୍ରଶ୍ନ ପଚାରିଛି । ପାର୍ଟି ଆଶା କରୁଛି ମନ୍ତ୍ରୀ ଗଣମାଧ୍ୟମ ଆଗରେ ଏହାର ଉତ୍ତର ରଖିବେ । ୧) ମନ୍ତ୍ରୀ କହିଛନ୍ତି ଓଡ଼ିଶା ସବୁଠାରୁ କମ୍ ମୂଲ୍ୟରେ ବିଦ୍ୟୁତ୍ ଯୋଗାଉଛି । କିନ୍ତୁ ସାରା ଓଡ଼ିଶା ଜାଣିଛି, ଦିଲ୍ଲୀ ସରକାର ମାସିକ ୨୦୦ ୟୁନିଟ୍ ଓ ପଞ୍ଜାବ ସରକାର ମାସିକ ୩୦୦ ୟୁନିଟ୍ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଉଛି । ତେଣୁ ମନ୍ତ୍ରୀ ମିଛ କହିଲେ ନାହିଁ କି ..?

