Home ଓଡ଼ିଶା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ପରିସରଭୁକ୍ତ କରାଯାଉ – ୟାସିର ନୱାଜ, ସଭାପତି, ପ୍ରଦେଶ ଛାତ୍ର କଂଗ୍ରେସ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ସୁଶାନ୍ତ ସିଂଙ୍କ ସରକାରୀ ବାସଭବନ ଓ ବିଧାନସଭା ଘେରାଉକଲା ଛାତ୍ର କଂଗ୍ରେସ ୨୦ମାର୍ଚ୍ଚ, ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା । ପ୍ରାୟ ୧ଘଂଟା ଧରି ସୁଶାନ୍ତ ସିଂଙ୍କ ଘର ସାମନାରେ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିଥିଲା । ପୋଲିସ ସହ ଧସ୍ତାଧ୍ୱସ୍ତି ହେବା ସହ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ କରାଯାଇଥିଲା । ଏହାପରେ ଛାତ୍ର କଂଗ୍ରେସର କର୍ମକର୍ତାମାନେ ୟାସିର ନୱାଜଙ୍କ ନେତୃତ୍ୱରେ ସିଧାସଳଖ ଅପର ପିଏମଜି ନିକଟକୁ ଆସି ବିଧାନସଭା ଘେରାଉ କରିଥିଲେ । ବାରିକେଟ ଭାଙ୍ଗି ଛାତ୍ର କଂଗ୍ରେସ କର୍ମକର୍ତାମାନେ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଏହି ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ସଂପୃକ୍ତିକୁ ରାଜ୍ୟ ସରକାର ଘଂଟ ଘୋଡ଼ାଉଛନ୍ତି । ଅସଲ ଦୋଷୀକୁ ଛାଡ଼ି ଦେବାପାଇଁ ହତ୍ୟାକାରୀ ଗୋପାଳ ଦାସଙ୍କୁ କେତେବେଳେ ମାନସିକ ବିକାରଗସ୍ତ ବୋଲି ସଜେଇ ଦିଆଯାଉଛି ତ କେତେବେଳେ ଲାଟିନ ଭିତରେ ଗୋପାଳର ଚିଠିକୁ ଖୋଜାଯାଉଛି । କ୍ରାଇମବ୍ରାଂଚ ୨୨ବର୍ଷ ଧରି ମିଥ୍ୟାକାହାଣୀ ସୃଷ୍ଟିକରି ବିିଭିନ୍ନ ହତ୍ୟା ଏବଂ ଦୁଷ୍କର୍ମ ଘଟଣାରେ ବିଜେଡ଼ି ଦଳର ବିଧାୟକ ଓ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେଇ ଆସୁଛି । ୨୨ ବର୍ଷର ନବୀନ ଶାସନରେ କ୍ରାଇମବ୍ରାଂଚ ଏକ ନିକମା ବିଭାଗ ବୋଲି ପ୍ରମାଣିତ ହୋଇଛି । ଛାତ୍ର କଂଗ୍ରେସ ଦାବି କରୁଛି ମାନ୍ୟବର ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ।ଛାତ୍ର କଂଗ୍ରେସ ଦାବି କରୁଛି ଏହି ହତ୍ୟା ଘଟଣାର ତଦନ୍ତରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରକୁ ଅଣାଯାଉ । ତାଙ୍କର ଏବଂ ତାଙ୍କର ଚାରିପାଖରେ କାମ କରୁଥିବା ଲୋକଙ୍କର ମୋବାଇଲ ଫୋନର କଥୋପକଥନ ଓ ବିଭିନ୍ନ କାର୍ଯ୍ୟକ୍ରମକୁ ତଦନ୍ତ କରାଯାଉ । ଅସଲ ମାଷ୍ଟରମାଇଁଣ୍ଡକୁ ଲୁଚେଇ ଦେଇ ଗୋପାଳ ଦାସକୁ ହତ୍ୟାକାରୀ କହିବା ଦୁଃଖଦାୟକ । ଗୋପାଳ ଦାସ ଏ ହତ୍ୟାର ଏକ ମାଧ୍ୟମ । ମାତ୍ର ଷଡ଼ଯନ୍ତ୍ରକାରୀ ହେଉଛନ୍ତି ସୁଶାନ୍ତ ସିଂ । ଏ ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କର ଦିନଦ୍ୱିପ୍ରହରେ ପୋଲିସ ଦ୍ୱାରା ହତ୍ୟା ହେବା ଘଟଣା ସ।।ରା ଦେଶକୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ଏହା ଏକ ଯୋଜନାବଧ ହତ୍ୟା । ଏ ହତ୍ୟାର ପ୍ରକୃତ ତଦନ୍ତ କରିବାର ସରକାରଙ୍କର ଆନ୍ତିରିକତା ନାହିଁ ।ଯଦି ସୁଶାନ୍ତ ସିଂକୁ ତଦନ୍ତ ପରିଷରଭୁକ୍ତକୁ ଅଣାନଯାଏ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଶ୍ରୀ ନୱାଜ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ନିହାର ରଞ୍ଜନ ବେହେରା, ନଳିନୀକାନ୍ତ ନାୟକ, ମହମ୍ମଦ ଗୁଲଫାମ, ରଣଜିତ ସେନାପତି, ସାଗର ପଟ୍ଟନାୟକ, ସୌରଭ ପଟ୍ଟନାୟକ, ମୁନୁ ପରିଡ଼ା, ବିଶ୍ୱଭୂଷଣ ମହାପାତ୍ର, ସୁରଜ ରାଉତ, ବିଭୁତିଭୂଷଣ ମହାପାତ୍ର, ଉଦ୍ଦିତ ପ୍ରଧାନ, ମହମ୍ମଦ ସମିଉଲ, ରିୟାଜୁଲ ଇସଲାମ, ଆର୍ଯ୍ୟାନ ସାସମଲ, ରାମେଶ୍ୱର ଶତପଥି, ସମିର ରାଉତ, ମୁନା ପରିଡ଼ା, କୁନାଲ ସିଂ, ମହମ୍ମଦ ମୁଫି, ଆଶୀର୍ବାଦ ବେହେରା, ଅଭିଶେକ ପାତ୍ର, ସାହାରୁଖ ଖାନ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଅଂଶଗ୍ରହଣ କରିଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ by Proprietor Abhimanyu Maharana April 30, 2026 ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana April 30, 2026 ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ by Proprietor Abhimanyu Maharana April 30, 2026 ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ by Proprietor Abhimanyu Maharana April 30, 2026 କୋଣାର୍କ ଅଞ୍ଚଳର “ନଟ୍ ଫାଇନାଲ” ଜମି ସମସ୍ୟା ଦୂର କରିବାକୁ ଅନୁରୋଧ by Proprietor Abhimanyu Maharana April 30, 2026 ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦିନିକିଆ ଜିଲ୍ଲା ଗସ୍ତ ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ by Proprietor Abhimanyu Maharana April 30, 2026