ସରସ୍ୱତୀ କଳା ପରିଷଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ -୨୦୨୦ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଓଡିଶା ତାଜା ନ୍ୟୁଜ୍ (୧୬ ଜୁନ୍ ମଙ୍ଗଳବାର) କଟକ :- କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ” କଳାବିହାର, କନ୍ଦରପୁର, କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ, ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ପ୍ରଶାସନ ଅଧିକାରୀ, ଅଶାକର୍ମୀ,ଅଙ୍ଗନବାଡି କର୍ମୀ,ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ଆଦି ସମସ୍ତ ସାରସ୍ୱତ ପ୍ରତିଭା ବର୍ଗଙ୍କୁ “କରୋନା ଯୋଦ୍ଧା ସମ୍ମାନ – ୨୦୨୦” ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ନିରାଡ଼ମ୍ବର ଭାବରେ ସାମାଜିକ ଦୂରତା ବଜାଇ ରଖି ପାଳନ କରାଯାଇଛି !

ଏହି ସମ୍ମାନ ପର୍ବରେ ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି ନରିନେତ୍ରୀ ପ୍ରତିଭା ଶତପଥୀ, ସଂଯୋଜକ ଚକ୍ରବର୍ତ୍ତୀ ଓତା,ଉପସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ଉପଦେଷ୍ଟା ମଣ୍ଡଳୀ ଵର୍ଗ ଯଥା ଦୈତାରି ପ୍ରଧାନ,ସନ୍ଧ୍ୟାରାଣୀ ଦାସ,ଗୁରୁ ମହାଦେବ ମହାରଣା,ଗୁରୁ ମହେଶ୍ୱର ବେଉରା, ଇଂ. ଅମୀୟ ରଂଜନ ପଟ୍ଟନାୟକ, ଇଂ. ବିଶ୍ୱଜିତ ସାହୁ, କଣ୍ଠଶିଳ୍ପୀ ରଞ୍ଜନ ଜେନା,ଅଜିତ ରାଉତ, ମନୋରଞ୍ଜନ ସାହୁ, ହରପ୍ରିୟା ହାତୀ,ପ୍ରିୟାନଶୀ ସାହୁ, ଅର୍ପିତା ରାଉତ,ସୁହାନି ସାହୁ ଉପସ୍ଥିତ ରହି କରୋନା ଯୋଦ୍ଧା ମାନଙ୍କୁ ସାଧୁବାଦ ଜଣାଇବା ସହ ଉତ୍ସାହିତ କରିଥିଲେ !

ଯୁବ ସମାଜସେବୀ ପପିନା ବେହେରା, ଯୁବ ସମାଜସେବୀ ସତ୍ୟବ୍ରତ ଭୋଇଙ୍କୁ ପରିଷଦର ଅପରାହ୍ନ ଅଧିବେଶନରେ କରୋନା ଯୋଦ୍ଧା ଭାବରେ ମାନପତ୍ର, ଉତ୍ତରିୟ ପ୍ରଦାନ କରଯାଇ ସମ୍ମାନିତ କରାଯାଇଥିଲା ! ନିକଟ ଅତୀତରେ କନ୍ଦରପୁର ଅଂଚଳ ବିଶୋଧନ,ନିୟମିତ ରକ୍ତଦାନ,ବୃକ୍ଷରୋପଣ ଆଦି ବିଭିନ୍ନ ମହନୀୟ ସେଵାକାର୍ଯ୍ୟ କରାଯାଉଥିବାରୁ ପରିଷଦର କର୍ମକର୍ତ୍ତା ମାନଙ୍କୁ ବୁଦ୍ଧିଜୀବୀ ମହଲରେ ଭୁୟସୀ ପ୍ରସଂଶା କରାଜାଇଛି ! (ରିପୋର୍ଟ – କଟକରୁ ଇଂ.ସେବକ ଶ୍ରୀକାନ୍ତ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version