Home ଓଡ଼ିଶା ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ପଥର ଚୋରା ଚାଳଣା ଅଭିଯୋଗ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଜିସିବି ବୋଝେଇ ଟ୍ରକ ଜବତ,୧ ଲକ୍ଷ,୧ ହଜାର ଟଙ୍କା ଜରିମାନା ଆଦାୟ । ୧୯ମାର୍ଚ୍ଚ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ସରକାରୀ ଜମିରେ ଜେସିବି ଲଗାଇ ବେଆଇନ ପଥର ଚୋରା ଚାଳଣା ଅଭିଯୋଗ ପରେ ତହସିଲଦାର ଙ୍କ ନିର୍ଦ୍ଧେଶ କ୍ରମେ ତାଙ୍କ କର୍ମଚାରୀ ଉକ୍ତ ଜେସିବି ବୋଝେଇ ଟ୍ରକ କୁ ଜବତ କରିବା ସହ ୧ ଲକ୍ଷ ୧ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ତହସିଲଦାର ଲକ୍ଷଣ ମାଝୀ ସୂଚନା ଦେଇଛନ୍ତି । ସୂଚନ ଅନୁସାରେ ପାଟଣାଗଡ ବ୍ଳକ କେନ୍ଦୁମୁଣ୍ଡି ପଞ୍ଚାୟତ ଗଡିଆଯୋର ଗାଁ ପୋଖରୀ ତଳେ ଥିବା ଏକ ସରକାରୀ ଜମିରୁ ତହସିଲ ର ବିନା ଅନୁମତି ରେ ଜେସିବି ଓ ହେମର ମାଧ୍ୟମରେ ପଥର ଫଟାଇ ପାଟଣାଗଡ଼ ଅଞ୍ଚଳର ଜନୈକ ଠିକାଦାର ବାହାର କୁ ଚୋରା ଚାଳାଣା କରୁଥିବା ସହ ଏକ ନିର୍ଦ୍ଧିଷ୍ଟ କୁପ ବନ୍ଦାଇ କାର୍ଯ୍ୟ ରେ ବ୍ୟବହାର କରୁଥିଲେ । ଏହି ଅଭିଯୋଗ ପାଟଣାଗଡ଼ ତହସିଲଦାର ଶ୍ରୀ ମାଝି ଙ୍କ ପାଖରେ ପହଞ୍ଚିଥିଲା । ସେ କୌଣିସି କାର୍ଯ୍ୟ ବଶତଃ ବାହାରେ ଥିବାରୁ ତାଙ୍କ ନିର୍ଦ୍ଧେଶ କ୍ରମେ ଆଜି ରବିବାର ମଧ୍ୟାହ୍ନ ସମୟରେ ପାଟଣାଗଡ଼, ଯୋଗିମୁଣ୍ଡା ଓ କେନ୍ଦୁମୁଣ୍ଡି ରାଜସ୍ବ ନିରିକ୍ଷକ ମିଶି ଘଟଣାସ୍ଥଳ କୁ ପହଞ୍ଚି ଥିଲେ । ସେମାନେ ପହଞ୍ଚିବା ପୂର୍ବରୁ ଉକ୍ତ ଜେସିବି ଓ ହେମର ଏକ ଟ୍ରକରେ ଲୋଡ ହୋଇ ଗଡିଇଜୋର ଗାଁ ଅଭିମୁଖେ ବାହାରୁଥିଲା । ଜିସିବି ବୋଝେଇ ଟ୍ରକ କୁ ଅଟକାଇ ପଚରାଉଚରା ପରେ ପାଟଣାଗଡ଼ ଥାନା କୁ ଆଣିଥିଲେ । ଥାନା ଗେଟ ଦେଇ ଉକ୍ତ ଜେସିବି ବୋଝେଇ ଟ୍ରକଟି ଥାନା ଭିତର ପଶିନପାରିବାରୁ ପାଟଣାଗଡ଼ ଗଙ୍ଗାଧର ପାର୍କ କୁ ନେଇ ଥିଲେ । ସେଠାରେ ପଥର ମାଫିଆ ଓ ଜେସିବି ମାଲିକ ଙ୍କ ଠାରୁ ୧ ଲକ୍ଷ ୧ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ଏତତ୍ ବ୍ୟତିତ ସରକାରୀ ଜମିରୁ ବେଆଇନ ପଥର ଖନନ କରୁଥିବା ପଥର ମାଫିଆ ଙ୍କୁ ଉକ୍ତ ପଥର ଗୁଡିକ ର ରାଜସ୍ବ ଦେଇ ତାକୁ ନେବାକୁ ତାଗିତ କରିଥିଲେ । ତହସିଲଦାର ଙ୍କ ଏପରି ପଦକ୍ଷେପ କୁ ସାଧାରଣରେ ପ୍ରସଂଶା କରାଯାଇଥିବା ବେଳେ ପାଟଣାଗଡ଼ ଅଞ୍ଚଳର ପଥର ଓ ବାଲି ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026 ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ by Proprietor Abhimanyu Maharana June 21, 2026 ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ by Proprietor Abhimanyu Maharana June 21, 2026 ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026