Home ଓଡ଼ିଶା କାଶୀନଗର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରା ଜଜ ତଥା ଅଧ୍ୟକ୍ଷ, ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ବ୍ଲକର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ରବି ନାରାୟଣ ବେହେରା ଯୋଗ ଦେଇ ସ୍ଥାୟୀ ଲୋକ ଅଦାଲତ କଣ ଏବଂ କାର୍ଯ୍ୟ ବିଷୟରେ ଉପସ୍ଥିତ ଜନ ସାଧାରଣଙ୍କୁ ସଚେତନତା କରାଇଥିଲେ ଏବଂ ଆଇନ ସେବା ପ୍ରାଧିକରଣ ବିଭିନ୍ନ ଯୋଜନା ଯଥା ପିଡିତା କ୍ଷତିପୂରଣ ରାଶି, ମାଗଣା ଆଇନ ସେବା, ଲୋକ ଅଦାଲତ ଉପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଶୀ ନଗର ଶ୍ରୀ କପିଳେଶ୍ୱର ତାଣ୍ଡି,କାଶୀ ନଗର ପୋଲିସ ଷ୍ଟେସନ ଆଇ ଆଇ ସି ଶ୍ରୀ ସୁଶାନ୍ତ କୁମାର ସାହୁ ଓ ସି ଡି ପି ଓ କାଶୀ ନଗର ଶ୍ରୀମତୀ କନକଲତା ପୂଜାରୀ ଯୋଗ ଦେଇ ମହିଳା ଓ ଶିଶୁ ମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ବିଷୟରେ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମ ର ଶେଷରେ କିଛି ଲୋକଙ୍କ ରହିଥିବା ଆଇନଗତ ସମସ୍ୟାର ସମାଧାନ କିପରି ହୋଇ ପାରିବ ଏବଂ ଏହି ବିଷୟରେ ପ୍ରାଧିକରଣର ଭୂମିକା କଣ ଉକ୍ତ ଲୋକଙ୍କୁ ସଚେତନତା କରାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ ର କର୍ମଚାରୀ ମାନେ ପରିଚାଳନା କରିଥିଲେ Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026