Home ଓଡ଼ିଶା ୱାର୍ଲଡ୍ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖା ଗଠନ : ପୂର୍ଣ୍ଣଶ୍ରୀ ରାଉତ ସଭାପତି, ଅଜୟ ଦେବତା ସାଧାରଣ ସମ୍ପାଦକ ନିଯୁକ୍ତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟପୁର/ଭୁବନେଶ୍ୱର/ ନୂଆଦିଲ୍ଲୀ :- ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ)ର ଛତିଶଗଡ଼ ଶାଖା ଗଠନ କରାଯାଇଛି। ପ୍ରବୀଣ ପ୍ରଶାସିକା, ବିଶିଷ୍ଟ କଳାଧର୍ମୀ ଲେଖିକା ଏବଂ ସୁନାମଧନ୍ୟ ଓଡ଼ିଶୀ ନୃତ୍ୟ ପଟ୍ଟୟସୀ ପୂର୍ଣ୍ଣଶ୍ରୀ ରାଉତଙ୍କୁ ଏହି ଶାଖାର ସଭାପତି ଭାବରେ ମନୋନୀତ କରାଯାଇଛି। ପ୍ରତିଷ୍ଠିତ ସମାଜସେବୀ ଓ ଶିଳ୍ପୋଦ୍ୟୋଗୀ ଅଜୟ ଦେବତା ସଂଗଠନର ସାଧାରଣ ସମ୍ପାଦକ ହେବେ। ଉଦୀୟମାନ ଓଡ଼ିଶୀ ନୃତ୍ୟାଙ୍ଗନା ଅଙ୍କିତା ପଟେଲ ଓ ଯୁବନେତା ପୀୟୂଷ ମିଶ୍ର ସଂସ୍ଥାର ଉପସଭାପତି ପଦଭାର ଗ୍ରହଣ କରିବେ। ବରିଷ୍ଠ ପ୍ରଶାସକ ଜନାର୍ଦ୍ଦନ ସିଂହ ଏବଂ ଲବ୍ଧପ୍ରତିଷ୍ଠ ସୌନ୍ଦର୍ଯ୍ୟବିତ୍ ଶର୍ମିଳା ସାମନ୍ତରାୟଙ୍କୁ ସଂଘର ଦୁଇ ସଂଯୁକ୍ତ ସାଧାରଣ ସମ୍ପାଦକ ପଦବୀ ପାଇଁ ଚୟନ କରାଯାଇଛି। ପୂର୍ବତନ ରାଜ୍ୟ ମୁଖ୍ୟ ସୂଚନା କମିଶନର ମନ୍ମଥ କୁମାର ରାଉତ ଏହି ଶାଖାର ମୁଖ୍ୟ ଉପଦେଷ୍ଟା ରହିବେ। ରାୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ରଙ୍କୁ ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ଭାବେ ନାମିତ କରାଯାଇଛି।୬୯ଟି ଦେଶରେ ଶାଖା ରହିଥିବା ୱାର୍ଲଡ୍ ଓଡ଼ିଶା ସୋସାଇଟି, ବିଶ୍ଵ ଭରି ଓଡ଼ିଆ ସମ୍ପ୍ରଦାୟର ସର୍ବୋଚ୍ଚ ଛାମୁଆ ସଂଗଠନ ଭାବରେ ଗଣ୍ୟ ହେଉଛି। ଏହି ସଂସ୍ଥାରେ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ପ୍ରତିନିଧି, ତୁଙ୍ଗ ପ୍ରବାସୀ ଓଡ଼ିଆ, ଓଡ଼ିଶା ପ୍ରେମୀ ବ୍ୟକ୍ତିବିଶେଷ ଏବଂ ପୃଥିବୀବ୍ୟାପୀ ଓଡ଼ିଆ ସାମାଜିକ ତଥା ସାଂସ୍କୃତିକ ସଂଗଠନ ମାନଙ୍କର ନେତାମାନେ ସଦସ୍ୟ ରହିଛନ୍ତି। ସଭାପତି ପଦବୀ ଅଳଙ୍କୃତ କରିବା ପରେ ଏକ ବକ୍ତବ୍ୟରେ ପୂର୍ଣ୍ଣଶ୍ରୀ ରାଉତ, ୱାର୍ଲଡ୍ ଓଡ଼ିଶା ସୋସାଇଟି ଛତିଶଗଡ଼ ପ୍ରଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କର ସ୍ବାର୍ଥରକ୍ଷା ତଥା ସେମାନଙ୍କର ସୁଖ, ସ୍ଵାଚ୍ଛନ୍ଦ ଏବଂ ସର୍ବାଙ୍ଗୀନ କଲ୍ୟାଣ ସାଧନ ଦିଗରେ କାର୍ଯ୍ୟ କରିବ ବୋଲି ଘୋଷଣା କରିଛନ୍ତି। ସମଗ୍ର ଛତିଶଗଡ଼ରେ ଓଡ଼ିଶାର ମହାନ କଳା, ଉତ୍କୃଷ୍ଟ ସଂସ୍କୃତି ଏବଂ ସମୃଦ୍ଧ ପରମ୍ପରାର ପ୍ରଚାର, ପ୍ରସାର ତଥା ଏହାକୁ ଲୋକପ୍ରିୟ କରିବା ଦିଗରେ ୱାଓସୋର ପ୍ରୟାସକୁ ସହଯୋଗ କରିବା ପାଇଁ ଶ୍ରୀମତୀ ରାଉତ ରାଜ୍ୟର ଓଡ଼ିଶାପ୍ରେମୀ ଜନସାଧାରଣମାନଙ୍କୁ ନିବେଦନ କରିଛନ୍ତି। ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅନ୍ତଃରାଷ୍ଟ୍ରୀୟ ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଏବଂ ଭାରତୀୟ ଅଧ୍ୟାୟର ସଭାପତି ଡଃ ବିପିନ ମିଶ୍ର, ଶ୍ରୀମତୀ ରାଉତ ଏବଂ ନୂଆ ଛତିଶଗଡ଼ ଟିମକୁ ଭବ୍ୟ ସ୍ଵାଗତ ଜଣାଇବା ସହିତ ନବନିଯୁକ୍ତ ପଦାଧିକାରୀ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କୃପାରୁ ରାଜ୍ୟର ପ୍ରବାସୀ ଓଡ଼ିଆମାନଙ୍କର ଆଶା, ଆକାଂକ୍ଷାକୁ ପୂରଣ କରିବା ଦିଗରେ ସକ୍ଷମ ହେବେ ବୋଲି କାମନା କରିଛନ୍ତି । Categories: ଓଡ଼ିଶା, ଦେଶ, ବିଶ୍ଵ, ହୋମ୍ Related Content ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026 ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026 Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026