Home ଓଡ଼ିଶା ମାଲକାନଗିରି ଜିଲ୍ଲା ଯୁବ ଗ୍ରାମସଭା ସଂସଦ ପକ୍ଷରୁ : ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ବିଶାଳ ଗଣ ଆନ୍ଦୋଳନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ଆଜି ଯୁବ ଗ୍ରାମସଭା ସଂସଦ ପକ୍ଷରୁ ବିଭିନ୍ନ ଦାବି ନେଇ ସହରରେ ଏକ ବିଶାଳ ପଦଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦିର୍ଘ ସମୟ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ନିଜର ଧାରଣା ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ଭିତ୍ତିକ ନିଯୁକ୍ତି ନିମନ୍ତେ ଦାବିପତ୍ରଟି ପ୍ରଦାନ କରିଛନ୍ତି । ବିଭିନ୍ନ ସମୟରେ ଦେଖାଯାଇ ଥାଏ ଜିଲ୍ଲାର ଅଧିକାଂଶ ଯୁବକ ଯୁବତୀ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରି ଖଣ୍ଡେ ନ ମିଳିବାରୁ ନିଜର ପାଠ୍ୟକ୍ରମ ଛାଡ଼ି ପଡ଼ୋଶୀ ରାଜ୍ୟରେ ଦାଦନ ଖଟିବାକୁ ଯାଉଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ କିଛି ନୂତନ ପଦ ପଦବୀ ବାହାରିଥିଲେ ମଧ୍ୟ, ଅଧିକାଂଶ ବାହାର ଜିଲ୍ଲାରୁ ଆସି ନିଯୁକ୍ତ ହୁଅନ୍ତି, ଯାହାଦ୍ଵାରା ଜିଲ୍ଲାରେ ଶିକ୍ଷିତ ବେକାର ର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାଇଛନ୍ତି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026