କାଳୁଆ ମନ୍ଦିର ଜମିକୁ ନେଇ ଉତ୍ତେଜନା : ଦୋକାନ ବଜାର ବନ୍ଦ – ପ୍ରଶାସନର ହସ୍ତକ୍ଷେପ ପରେ ଜମିରେ ୧୪୪ ଧାରା ଜାରି

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଠାକୁରାଣୀ ମନ୍ଦିର ଜମିକୁ ଜଣେ ବ୍ୟକ୍ତି କରିଛନ୍ତି ଅକ୍ତିଆର ତା ସହ ଜଙ୍ଗଲ ମଧ୍ୟ କରୁଛନ୍ତି ସଫା । ଗ୍ରାମବାସୀ ଙ୍କ ବାରମ୍ବାର ଅଭିଯୋଗ ପରେ ବି ସ୍ଥାନ ଛାଡିଲାନି ସେହି ବ୍ୟକ୍ତି । ଶେଷରେ ମହିଳା ସଂଘ ଭିଡିଲେ ଅଣ୍ଟା । ବନ୍ଦ କଲେ ଦୋକାନ ବଜାର । ସେହି ଜମି ନିକଟରେ ଦେଲେ ଧାରଣା । ଖବର ପାଇ ସେଠାରେ ପହଞ୍ଚିଲେ ତହସିଲଦାର ଏବଂ ପୋଲିସ୍ । ସେହି ଜମିରେ ଲାଗୁକଲେ ୧୪୪ ଧାରା । ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ଅଡବା ଗ୍ରାମର ଭୀମାକାଳୁଆ ମନ୍ଦିର ଜମିରେ । ୟେ ହେଉଛି ସେହି ମନ୍ଦିର ଜମି । ଏଠାରେ ଅଛି ଅସଂଖ୍ୟ ମୂଲ୍ୟବାନ ଗଛ । ହେଲେ ଏହି ଜମିକୁ କାମିଏଲ୍ ନାୟକ ନାମକ ଜଣେ ବ୍ୟକ୍ତି ଜବରଦଖଲ କରିଥିବା ସହ ମୂଲ୍ୟବାନ ଗଛ ଗୁଡିକ କାଟି ନେଉଥିବା ଅଭିଯୋଗ ହେଉଥିଲା । ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବାରୁ ଓଲଟା ଅକ୍ତିଆର କରିଥିବା ବ୍ୟକ୍ତି ଜଣକ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି ହେଲା ଭଳି ଲେଖା ଲେଖି ତହସିଲଦାର ଏବଂ ଆର୍ ଆଇ ଏନେଇ ଦାୟୀ ରହିବେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ । ତେଣୁ ଆଜି ଗ୍ରାମବାସୀ ସେହି ଜମି ନିକଟରେ ଏକତ୍ରିତ ହୋଇଥିଲେ । ତେଣୁ ଆଜି ପୋଲିସ ଓ ତହସିଲ ପ୍ରଶାସନ ପହଞ୍ଚି ଲୋକଙ୍କ ସହ ଆଲୋଚନା ପରେ ସେଠାରେ ୧୪୪ ଧାରା ଜାରି କରିଛନ୍ତି । ଆସନ୍ତା ତିନି ସପ୍ତାହ ମଧ୍ୟରେ ସମସ୍ତ ସମାଧାନ ହୋଇଯିବ ବୋଲି କହିଛନ୍ତି ମୋହନା ତହସିଲଦାର ହିମାଂଶୁ ଭୂଷଣ ପୋଲେଇ ।

Exit mobile version