Home ଓଡ଼ିଶା ଆର.କେ.ଏସ.ଏସ ସ୍ଵେଛାସେବୀ ଅନୁଷ୍ଠାନ ଓନାବାର୍ଡଆର୍ଥିକ ସହାୟତାରେ ଏସ.ଏଚ.ଜି ମହିଳା ମାନଙ୍କୁ ବେତ ତିଆରି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କଇଂପୁର ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆର.କେ.ଏସ.ଏସ ଅନୁଷ୍ଠାନ ଦ୍ଵାରା ଆୟୋଜିତ ସ୍ଵୟଂ ସହାୟକ ଗୋଷ୍ଠୀର ମାଁ ମାନଙ୍କୁ ବେତ ତିଆରି ଜିନିଷ ଓ ପ୍ରକ୍ରିୟକରଣ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନାବାର୍ଡ ଆର୍ଥିକ ସହାୟତା ଏମ. ଇ. ଡ଼ି. ପି ଯୋଜନାରେ ସହାଯତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୦୩/୦୩/୨୦୨୩ ଠାରୁ ୧୬/୦୩/୨୦୨୩ , ୧୪ ଦିନ ତାଲିମ ଚାଲିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡି.ଡ଼ି.ଏମ ନାବାର୍ଡ ଶ୍ରୀ ପ୍ରତୀକ ପଣ୍ଡା , ଏଲ.ଡ଼ି.ଏମ ୟୁନୀୟନ ବ୍ୟାଙ୍କ ପାରଳାଖେମୁଣ୍ଡି , ସମୀର କୁମାର ସ୍ଵାଇଁ , ବି. ଏଲ.ଟି (ଓ.ଏଲ.ଏମ ) ତରୁଣ କୁମାର ନାୟକ , ଏଫ.ଏଲ.ସି , ମନୁମଲ୍ଲିକ , ଏଫ.ଏଲ.ସି. ପୁଷ୍ପାଞ୍ଜଳି ପାତ୍ର , ଏମ.ବି.କେ ଉପସ୍ଥିତ ରହି ତାଲିମ କ୍ରଯ୍ୟର୍କ୍ରମକୁ ପରିଚାଳନା କରଯାଇଥିଲା । ଅନୁଷ୍ଠାନର ସଂପାଦକ ଶ୍ରୀ ଲକ୍ଷ୍ମୀ କାନ୍ତ ପଣ୍ଡା ତାଲିମର ଉଦେଶ୍ୟ ଓ ବେତ କାମ କରି ନିଜର ରୋଜଗାର ପନ୍ଥା କିପରି ଉନ୍ନତି ହୋଇପାରିବ ସୂଚନା ଦେଇଥିଲେ । ତାଲିମ ଦାତା ନରେଶ ମହାପାତ୍ର ସ୍ୱୟଂ ସହାୟକ ଗୋଷ୍ଟି ପରିଚାଳନା ନେତୃତ୍ଵ ବିକାଶ ବିଷୟ ଉପରେ ଗୁରୁତ୍ଵ ଦେଇଥିଲେ ଏବଂ ଦଳର ଗୋଷ୍ଠୀଭିତିକ ରୋଜଗାର କିପରି ବଡ଼ିପାରିବ ଉଦାହରଣ ମାଧ୍ୟମରେ ତାଲିମ କରିଥିଲେ । ବେତ କାମ ତିଆରି ତାଲିମ ଦାତା ଶ୍ରୀ ଭିକାରି ଚରଣ ସେଠୀ ଓ ନିତ୍ୟନନ୍ଦ ଶବର ୧୪ ଦିନିଆ ତାଲିମରେ ସକ୍ରିୟ ଭାଗ ଦେଇ ଦଳର ମହିଳା ମାନଙ୍କୁ ବେତ ଚାଷ , କେତେ ଦିନରେ ଅମଳ , ବେତ ପ୍ରକ୍ରିୟାକରଣ , ବେତଦ୍ୱାରା ଷ୍ଟୁଲ , ଫୁଲ ଝୁଡି , ପେନ ଷ୍ଟାଣ୍ଡ , ଫାଇଲ ଟ୍ରେ, ଫୁଲ ଟ୍ରେ ,ଚେୟାର, ସୋଫା , ଆଲାଣା , ହେଙ୍ଗର, ବ୍ରସଷ୍ଟାଣ୍ଡ , ଫୁଲଦାନି ଇତ୍ୟାଦି ବିଭିନ୍ନ ପ୍ରକାର ତିଆରି କରି କିପରି ମହିଳା ଦଳ ମାଧ୍ୟମରେ ବଜାରୀକରଣ କରି ରୋଜଗାର ପନ୍ଥା ବଡେଇ ପାରିବେ ଆଲୋଚନା କରିଥିଲେ । ବେତ କାମ ଦଳର ମାଁ ମାନେ ନିଜେ ବେତ କାମ ଜିନିଷ ତିଆରି କରି ତାକୁ ପଲିସ କରି ରଙ୍ଗ ମାରିଥିଲେ , ଏହାର ବଜାର ଚାହିଦା ଅଧିକ ଥିବାରୁ ମହିଳା ମାନଙ୍କର ଜୀବନବିକାଶରେ ଉନ୍ନତି ହୋଇପାରିବ । ଉକ୍ତ ତାଲିମରେ ୩୦ରୁ ଉର୍ଦ୍ଧ ମହିଳା ତାଲିମ ନେଇଥିଲେ ଶେଷରେ ଅନୁଷ୍ଠାନର କର୍ମକର୍ତ୍ତା ତରୁଣ କୁମାର ନାଇକ ପ୍ରମୁଖ ଉପସ୍ଥିତ ଥିଲେ Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026