Home ଓଡ଼ିଶା ଗୋଷାଣୀ ବ୍ଲକ ସତମାଇଲ ଛକ ଠାରେ ଜାତୀୟ ଟୀକାକରଣ ଦିବସ ପାଳନ ଓ ବାଲ ଆଧାର ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୋଷାଣୀ ବ୍ଲକର ବାଘଶାଳା ଗ୍ରାମ ନିକଟସ୍ଥ ସାତମାଇଲ ଗ୍ରାମ ସ୍ଥିତ ଜୁପିଟର କନଭେଣ୍ଟ ସ୍କୁଲ ପରିସରରେ ଜାତୀୟ ଟୀକାକରଣ ଦିବସ ପାଳନ ଓ ବାଲ ଆଧାର ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜନସଚେତନ କରା ଯାଇଥିଲା । ଏହାକୁ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ ଶୁଭାରମ୍ଭ କରିଥିଲେ ।ପରେ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ସଭାପତିତ୍ବରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଏଚଇଓ ମମତା ପାଢ଼ୀ ସଭାପତିତ୍ବ କରି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହି ଆବଶ୍ୟକ ସ୍ଥଳେ ଟିକା ନେଲେ ତାହା ଶରୀରର କିଭଳି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ କେଉଁ ବୟସରେ କେଉଁ ଟିକା ନେବାକୁ ହୋଇଥାଏ , ତାହକୁ ପ୍ରାଞ୍ଜଳ ଭାବରେ ବୁଝାଇ ସଚେତନ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ମେଡିକାଲ ଅଧିକାରୀ ଡ଼ାଃ ପତିତପାବନ ବାରୀକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି ସରକାରଙ୍କ ବ୍ୟବସ୍ଥା ପ୍ରକାରେ ଆମପାଇଁ କୌଣସି ପ୍ରତିଷେଧକ ଟିକା ଆଉ ଅପହଞ୍ଚ ହୋଇ ରହିନାହିଁ । ଆବଶ୍ୟକ ସ୍ଥଳେ ଆମେ ଟିକା ନେଲେ ଏହା ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତି\’କୁ ବୃଦ୍ଧି କରିଥାଏ , ଟିକା ନେବା ଦ୍ଵାରା ଆମେ ସୁସ୍ଥ ରହିବା ଏହା ଏହା ଆମକୁ ବହୁ ରୋଗ ଦାଉରୁ ରକ୍ଷା କରିବାରେ ସହାୟକ ହୋଇଥାଏ ବୋଲି କହି ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ ।ଅନ୍ୟପକ୍ଷରେ , ବାଲ ଆଧାର ପଞ୍ଜିକରଣ ସମ୍ପର୍କରେ ଡ଼ାଃ ବାରୀକ ଶିଶୁ ଜନ୍ମ ହେବା ପରେ ପରେ ତାର ନାମ ପଞ୍ଜିକରଣ ସହ ଆଧାର କାର୍ଡ କରାଇବା ଏବଂ ଆଧାର କାର୍ଡ ଓ ପ୍ରମାଣପତ୍ର ଶିଶୁର ପ୍ରଥମ ଅଧିକାର ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ ସୁପରଭାଇଜର ଶ୍ରୀମତୀ ଏନ: ଲକ୍ଷ୍ମୀ ଆମ୍ମା ଏବଂ ଏଚଏଲପିପିଟି: ର ବ୍ଲକ ଅଫିସର ଶ୍ରୀ ବିଜୟ ଶଙ୍କର ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ଟୀକାକରଣ\’ର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଷେଧକ ଟିକା ଏଏନଏମ: ସସ୍ମିତା ରାଉତଙ୍କ ଦ୍ବାରା ଦିଆ ହୋଇଥିଲା ଏବଂ ଏଥିରେ ସହଯୋଗ କରିଥିଲେ ଆଶାକର୍ମୀ ଶ୍ରୀମତୀ ଭାନୁ ସାମନ୍ତ ।ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକେନ୍ଦ୍ରର ଶ୍ରୀ ନାଗେଶ୍ଵର ପଟ୍ଟନାୟକ ଓ ଟୀକାକରଣ ସଂଯୋଜକ ଶ୍ରୀ ଦୟାନିଧି ପ୍ରଧାନଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026 ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ by Proprietor Abhimanyu Maharana October 11, 2026 ପୁରୀ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଟ୍ରାଫିକ୍ ସଚେତନତା ଓ ଯାଞ୍ଚ ଅଭିଯାନ by Proprietor Abhimanyu Maharana October 11, 2026