Home ଓଡ଼ିଶା ଆଭ୍ୟନ୍ତରୀଣ ଅଂଚଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଶାଖା ଉଦ୍ଘାଟିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳରେ ଜନସାଧାରଣଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଗେଇ ଆସିଛି । ଆଜି ମାଲକାନଗିରି ବ୍ଲକ ଶିଖପାଲ୍ଲୀ ପଂଚାୟତ ଅନ୍ତର୍ଗତ ଆଭ୍ୟନ୍ତରୀଣ କୋଡେଲମେଟଲା ଆଦିବାସୀ ଗ୍ରାମ ନାମରେ ଏମ୍.ଭି. ୧୭ ଠାରେ ଏକ ଶାଖା ଓଡିଶାର ମୁଖ୍ୟ ସାଧାରଣ ପରିଚାଳକ ଚନ୍ଦ୍ରଶେଖର ଶର୍ମା, ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଉଚ୍ଚ ପଦାଧିକାରୀ ଉପସ୍ଥିତିରେ ଆଜି ଲୋକାର୍ପିତ ହୋଇଛି । ଓଡିଶା ମୁଖ୍ୟ ପରିଚାଳକ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ଯେ, ମାଲକାନଗିରି ଜିଲ୍ଲାରେ ୩୫୧ ଜଣ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ୧୦ କୋଟି ୪୭ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ଆଗାମୀ ଦିନରେ କ୍ଷୁଦ୍ର ବ୍ୟବସାୟୀ, ମହିଳା ସ୍ୟଂ ସହାୟକ ଗୋଷ୍ଠି ଏବଂ ଛୋଟ ଉଦ୍ୟୋଗୀ ମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦିଆ ଯିବା ଆଜିର ଏହି ବ୍ୟାଙ୍କଟି ମାଲକାନଗିରି ଜିଲ୍ଲାର ସାତଟି ପଂଚାୟତର ଆଦିବାସୀ ବହୁଳ ହିତାଧିକାରୀ ମାନେ ଏହି ଶାଖାରୁ ବିଶେଷ ଉପକୃତ ହେବେ ବୋଲି ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ପ୍ରକାଶ କରିଛନ୍ତି । ଆଜି ୧୬ଟି ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ସେମାନଙ୍କ ଉନ୍ନତି ପାଇଁ ବ୍ୟାଙ୍କ ତରଫରୁ ଋଣ ପ୍ରଦାନ କରାଯାଇଥିଲା । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026