ନୟାଗଡ଼ ବ୍ଲକର କ୍ରୀଦାସପୁର ପଞ୍ଚାୟତ,ଯେମଦେଇପୁର ଗ୍ରାମରେ ସ୍ଵୟଂ ସହାୟକ ଗୋଷ୍ଠୀ : ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମା ସଚେତନତା କାଯ୍ୟକ୍ରମ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ନୟାଗଡ଼ ବ୍ଲକର କ୍ରୀଦାସପୁର ପଞ୍ଚାୟତ ଯେମଦେଇପୁର ଗ୍ରାମରେ ସ୍ଵୟଂ ସହାୟକ ଗୋଷ୍ଠୀ, ମହିଳା ଆରୋଗ୍ୟ ସମିତି, ଗୋଷ୍ଠି ସଂଗଠନ, ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ପୃଷ୍ଟି ସମିତି କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମା ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସମ୍ମାନିତ ଅତିଥି ଭାବେ ସରପଞ୍ଚ ସଞ୍ଜୁବାଳା ବିଶ୍ୱାଳ, ସମିତିସଭ୍ୟା ବାସନ୍ତୀ ପଣ୍ଡା ଯୋଗଦେଇ ଯକ୍ଷ୍ମା ରୋଗର ସମ୍ପକରେ ପରାମର୍ଶ ଦେବା ସହ ରୋଗୀ ନିୟମିତ ଔଷଧ ସେବନ କରିବାକୁ କହିଥିଲେ । ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ରୋଗର ଲକ୍ଷଣ ଓ ଏହାର ନିରିକରଣ ଉପରେ ଆଲୋଚନା କରିଥିଲେ । ଗାଁ ପରିବେଶକୁ ସଫା ସୁତୁରା ରଖିବା ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା । କମୁନିଟି ହେଲଥ ଅଫିସର ଜ୍ୟୋତିମୟୀ ଜେନା, ସ୍ୱାସ୍ଥ୍ୟକ୍ରମୀ ସନ୍ତୋଷିନୀ ଶତପଥି, ସ୍ୱାସ୍ଥ୍ୟ ପରିଦର୍ଶକ ଭାରତ ବେହେରା ଓ ଜୟନ୍ତି ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵୟମ ସହାୟକ ଗୋଷ୍ଠୀର ମହିଳାମାନେ ବହୁ ସଂଖ୍ୟାରେ ଯୋଗଦେଇ ଥିଲେ ।

 

Exit mobile version