Home ଓଡ଼ିଶା ପାହାଡ଼ରେ ଷ୍ଟ୍ରବେରୀ ଚାଷ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ଆର,ଉଦୟଗିରି :- ଚାଷକାମ ଯାହାର କେଡ଼େ ଖୁସି ତାହାର ।ଚାଷକାର୍ଯ୍ୟକୁ ଆପଣେଇ ବିଭିନ୍ନ ପ୍ରକାରର ଚାଷକରି ବେଶ୍ ରୋଜଗାର କରିପାରୁଛନ୍ତି ଦୂର୍ଗମ ପାହାଡ଼ ଅଞ୍ଚଳର ଜଣେ ଚାଷୀ ।ସେଥିମଧ୍ୟରେ ଏବେ ଷ୍ଟ୍ରବେରୀ ଚାଷ କରି ଜିଲ୍ଲାରେ ପାଲଟିଯାଇଛନ୍ତି ଚର୍ଚ୍ଚିତ ଚେହେରା ।କଥାରେ ଅଛି- ଚେଷ୍ଟା କଲେ ସବୁ ସମ୍ଭବ।ଆଉ କଷ୍ଟ କଲେ ମିଳନ୍ତି କୃଷ୍ଣ ।ଏଭଳି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଗୋଟିଏ ଚାଷୀ ଦମ୍ପତି । ଆଦିବାସୀ ଅଧ୍ୟୁଷିତ ଦୂର୍ଗମ ପାହାଡ଼ ରେ କଷ୍ଟ କରି ଫଳାଈପାରିଛନ୍ତି ଷ୍ଟ୍ରବେରୀ ଆଉ ଥାଇଲାଣ୍ଡ ବରକୋଳି ଭଳି ମୂଲ୍ୟବାନ ଫଳ ସାଙ୍ଗକୁ ଅନେକ ପ୍ରକାର ର ଫୁଲ ଆଉ ପନିପରିବା । ବିକ୍ରି କରି ଭଲ ରୋଜଗାର ମଧ୍ୟ କରିପାରୁଛନ୍ତି । ଏଇ ଦେଖନ୍ତୁ ପଥୁରିଆ ପାହାଡ଼ ଉପରେ ଥାକ ଥାକରେ ଧାଡ଼ି କରି କଳା ପଲିଥିନରେ ଧାଡ଼ି ଧାଡ଼ି କରି ଲାଗିଛି ଷ୍ଟ୍ରବେରୀ ଗଛ । ଆଉ ସେଥିରେ ଲାଲ୍ ଟହ ଟହ ହୋଇ ଫଳିଛି ଷ୍ଟ୍ରବେରୀ । ଆଉ ଏହାକୁ ପରିଶ୍ରମ କରି ଫଳାଈପାରିଛନ୍ତି । ଏହି ଦମ୍ପତି। ଏମାନେ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ୍ ବେଲପଡା ଗାଁ ର ରମେଶ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସବିତା ମଲ୍ଲିକ । ଏମାନେ ସକାଳ ପାହିଲେ ଲାଗି ପଡନ୍ତି ଏହି କୃଷି କାର୍ଯ୍ୟରେ । ରମେଶ କୁହନ୍ତି-ସେ ୟୁଟ୍ୟୁବ୍ ଦେଖି ଏହି ଚାଷ ଶିଖିଛନ୍ତି ।ସାଙ୍ଗ ସାଥି ସହ ଯୋଗାଯୋଗ କରି ହିମାଚଳ ପ୍ରଦେଶ ରୁ ଚାରା ଆଣି ବର୍ତ୍ତମାନ ଏକ ହଜାର ଚାରା ରୋପଣ କରିଛନ୍ତି । ଷ୍ଟ୍ରବେରୀ ଏବେ ପ୍ରଥମ କରି ଅମଳ ହେଉଥିବା ରୁ କିଲୋ ୨ ଶହରୁ ୨ ଶହ ୫୦ ଟଙ୍କା ପର୍ଯ୍ୟନ୍ତ ଦିନକୂ ଦୁଇ ରୁ ତିନି କେଜି ପର୍ଯ୍ୟନ୍ତ ବିକ୍ରି କରୁଥିବା ବେଳେ କାମରେ ସ୍ତ୍ରୀ ସବିତା ବହୁତ ସହଯୋଗ କରୁଥିବା କହିଛନ୍ତି । ସ୍ତ୍ରୀ ସବିତା ସ୍ୱାମୀ ଙ୍କ ଏଭଳି ଚାଷ କୁ ଦେଖି ବେଶ୍ ଖୁସି ଥିବା ସହ ଅନ୍ୟମାନେ ମଧ୍ୟ ଏଭଳି ଚାଷ କରି ଲାଭବାନ ହୁଅନ୍ତୁ ବୋଲି କହିଛନ୍ତି ।ରମେଶ ଗଜପତି ଜିଲ୍ଲା ରେ ପ୍ରଥମ କରି ପାହାଡ଼ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ କରି ଗଜପତି ଜିଲ୍ଲାର ଅନ୍ୟ ଚାଷୀ ମାନଙ୍କ ଉଦାହରଣ ପାଲଟିଥିବାବେଳେ ।କେବଳ ଷ୍ଟ୍ରବେରୀ ଚାଷରେ ସୀମିତ ନୁହନ୍ତି ।ପ୍ରାୟ ତିନି ଏକର ପାହାଡ଼ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଥାଇଲାଣ୍ଡ ବେରି ବା ବରକୋଳି ଚାଷ କରି ବେଶ୍ ଲାଭବାନ ହେଉଥିବା ବେଳେ ବଗିଚାରେ ରକ୍ତ ଚନ୍ଦନ, ଫୁଲ ଛାଂଚୁଣୀ , ତେଜପତ୍ର,ବିଭିନ୍ନ ପ୍ରଜାତିର ଆମ୍ବ,ଧନିଆଲଙ୍କା,ହଳଦୀ,ପଣସ, ମନ୍ଦାରଫୁଲ,ବେଲ ସହ ବିଭିନ୍ନ ପ୍ରକାର ର ଫୁଲଚାଷ ମଧ୍ୟ କରିଛନ୍ତି । କୁଣ୍ଡରେ ପାଣି ଗଛିତ ରଖି ମଟର ସାହାଯ୍ୟ ରେ ପାଇପ୍ ଦ୍ଵାରା ଜଳସେଚନ କରୁଛନ୍ତି ।ତାଙ୍କର ଏଭଳି ଅକ୍ଲାନ୍ତ ପରିଶ୍ରମ ଏବେ ତାଙ୍କୁ ଗଜପତି ଜଲ୍ଲାର ଜଣେ ସଫଳ ଚାଷୀ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।ଗଜପତି ଆର୍ ଉଦୟଗିରି ଏସ୍ ଡି ପି ଓ ବରିଷ୍ଠ ପୋଲିସ୍ ଅଧିକାରୀ ତଥା ପ୍ରକୃତିପ୍ରେମୀ ଶ୍ରୀ ଦିଲ୍ଲୀପ କୁମାର ନାୟକ, ରମେଶ ଙ୍କ ଏହି ବଗିଚା ବୁଲି ଦେଖିବା ସହ ରମଶଙ୍କ ଷ୍ଟ୍ରବେରୀ ଫଟୋ ଓ ରମଶଙ୍କ ସହ ଷ୍ଟ୍ରବେରୀ ଗଛ ଧରି ଫଟୋ ଉତୋଳନ କରି ନିଜ ଫେସ୍ ବୁକ୍ ଆଇଡିରେ ପୋଷ୍ଟ୍ କରି ରମେଶଙ୍କ ପରିଶ୍ରମ ଓ କର୍ତ୍ତବ୍ୟ ନିଷ୍ଠ ପାଇଁ ଭୁରି ଭୁରି ପ୍ରଶଂସା କରିଛନ୍ତି ।ରମେଶଙ୍କ ବାପା ସଂଜୟ ମଲ୍ଲିକ ମଧ୍ୟ ଜଣେ ଛୋଟିଆ ପନିପରିବା ଚାଷୀ ହୋଇଥିଲେ ମଧ୍ୟ ପୁଅର ଏଭଳି ଚାଷ ଦେଖି ଛଳଛଳ ଆଖିରେ ବେଶ୍ ଖୁସି ଥିବା କହିଛନ୍ତି ।ତେବେ ରମେଶ କହିଛନ୍ତି ଏସବୁ ଖର୍ଚ୍ଚ ନିଜେ ନିଜର ପ୍ରଚେଷ୍ଟା ରେ କରିଥିବା ବେଳେ ସରକାର ସହାୟତା ମିଳିଲେ ଆହୁରି ଆଗକୁ ଯାଇପରନ୍ତେ ବୋଲି ଆଶା ରଖି ସରକାର କିଛି ସହଯୋଗ କରନ୍ତୁ ବୋଲି କହିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026