
୧୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ୫ ଟି ରେ ସାମିଲ ହୋଇଥିବା ଡିମିରି ପଲ୍ଲୀ ଉଚ୍ଚ ବିଦ୍ୟାଳୟ, ବେରୁଆଁ ବାରୀ ଉଚ୍ଚ ବିଦ୍ୟାଳୟ ଏବଂ ବାଲଣ୍ଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ । ୫ ଟି ବିଦ୍ୟାଳୟ ଗୁଡିକରେ ହେଉଥିବା କାର୍ଯ୍ୟ ଜିଲ୍ଲାପାଳ ତଦାରଖ କରିବା ସହ କାର୍ଯ୍ୟ ଶୀଘ୍ର ପରିସମାପ୍ତି ପାଇଁ କନିଷ୍ଠ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତତ୍ ସହିତ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ୫ ଟି ବିଦ୍ୟାଳୟ ପରିଦର୍ଶନ କରିବା ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ବିଡ଼ିଓ ପ୍ରମୋଦ କୁମାର ନାୟକ, ଡବ୍ଲୁ ଇ ଓ ମଳୟ ରଞ୍ଜନ ଚିନାରା ଙ୍କ ସହିତ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ଏବଂ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ ।

