Home ଓଡ଼ିଶା କୁଡୁମୁଲୁଗୁମ୍ମା ଡାରଉଇନ୍ ଡିଗ୍ରୀ ମହାବିଦ୍ୟାଳୟ ରେ ଏହାର ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ୍ ଡିଗ୍ରୀ ମହାବିଦ୍ୟାଳୟ ରେ ଏହାର ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ପୁର୍ଣ୍ଣ ଚନ୍ଦ୍ର ବାକା ମୁଖ୍ୟ ଅତିଥି ଓ ମାଲକାନଗିରି ଜିଲ୍ଲାର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ, ଗୋବିନ୍ଦପାଲି ବିଜୁ ପଟ୍ଟନାୟକ ଡିଗ୍ରୀ ମହାବିଦ୍ୟାଳୟ ର ପ୍ରିନ୍ସପାଲ ତ୍ରିଲୋକ୍ୟନାଥ ସାହୁ,ବାଲିମେଳା ବିଜ୍ଞାନ ମହାବିଦ୍ୟାଳୟ ର ପ୍ରିନ୍ସପାଲ ଅମୁଲ୍ୟ କୁମାର ପ୍ରଧାନ, ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁ,କୁଡୁମୁଲୁଗୁମ୍ମା ତହସିଲଦାର ଅଶୋକ ମୁଦୁଲି, କୁଡୁମୁଲୁଗୁମ୍ମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରିନ୍ସପାଲ ଗୈାରୀ ଶଙ୍କର ବେହେରା, ଗୋବିନ୍ଦପାଲ୍ଲୀ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ର ପ୍ରିନ୍ସପାଲ ସୁଜିତ୍ କୁମାର ବୋଷ୍ , ମାଥିଲି ଗୋପବନ୍ଧୁ ମହାବିଦ୍ୟାଳୟ ର ପ୍ରିନ୍ସପାଲ ସୁବ୍ରତ କୁମାର ଭଦ୍ରା,ଏମ ଭି ୭୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରିନ୍ସପାଲ ପ୍ରଶାନ୍ତ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମକୁ ଏହି ମହାବିଦ୍ୟାଳୟ ର ପ୍ରିନ୍ସପାଲ ଅଶୋକ କୁମାର ପ୍ରଧାନ ପରିଚାଳନା କରିଥିଲାବେଳେ, ମଞ୍ଚ ଓ ଶବ୍ଦ ସ°ଯୋଜନା ସୁଶ୍ରୀ ସିମାନ୍ତିକା ଦାସ୍ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରି ମୁଖ୍ୟ ଅତିଥି ଶ୍ରୀ ବାକା କହିଛନ୍ତି ଯେ ଆଜି ସେ ବହୁତ ଖୁସି କାରଣ ପାଠ ପଢିବା ସହିତ ଏହି ମହାବିଦ୍ୟାଳୟ ର ପିଲାମାନଙ୍କ ଶୃଙ୍ଖଳିତ ଆଚରଣ ସେମାନଙ୍କ ଭବିଷ୍ୟତ ଜୀବନ ଶୈଳୀ ଓ ଆଚାର ବ୍ୟବହାର ଉପରେ ନିଶ୍ଚୟ ଭାବରେ ପ୍ରଭାବ ପକାଇବ ଓ ସମାଜକୁ ଏକ ନୂତନ ସମ୍ଭାବନା ଆଣିବାରେ ସହାୟକ ହେବ । ଶେଷରେ ସେ ଏକ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ଆଗାମୀ ଦିନରେ ନିଜର ବିଧାୟକ ପାଣ୍ଠିରୁ ଏହି ମହାବିଦ୍ୟାଳୟ ରେ ପିଲାଙ୍କ ସାଇକେଲ ରଖିବା ପାଇଁ ଏକ ସାଇକେଲ ଷ୍ଟାଣ୍ଡ ନିର୍ମାଣ ଓ ପାଚେରୀ ଉଚ୍ଚା ନିମନ୍ତେ ଅର୍ଥ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ଖେମୁଣ୍ଡୁ ନିଜର ଅତିତର ଅଭିଜ୍ଞତା ପ୍ରକାଶ କରି କହିଛନ୍ତି ଯେ ଜ୍ଞାନ ର କୂଟୀର କୈାଣସି ନିର୍ଧାରିତ ବିନ୍ଦୁ ପର୍ଯ୍ୟନ୍ତ ହିଁ ସିମୀତ ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ର ଜ୍ଞାନ ର ଆହୋରଣ ଓ ଅତିତ ର ଆହୋରଣ ରେ ଆକାଶ ପାତାଳ ପ୍ରଭେଦ ରହିଛି,କାରଣ ଯାନ୍ତ୍ରିକ ଯୁଗରେ ନିଜର ଅନ୍ତର୍ନିହିତ ଗୁଣର ଆକଳନ ଓ ମନର ଭାଷାକୁ ଶାବ୍ଦିକ ରୁପ ଦେବାରେ ଯେମିତି ଆମେ ସମସ୍ତେ ଅସମର୍ଥ ହୋଇପଡିଛୁ ଓ କଥା କଥାକେ ଗୁଗଲ ବିକଶିତ ଜ୍ଞାନ ଉପରେ ହିଁ ବହୁଳ ଭାବରେ ନିର୍ଭରଶୀଳ ହୋଇପଡିଛୁ । ଏହି ଅବସରରେ ସେ ଦୃଷ୍ଟାନ୍ତ ସ୍ୱରୂପ କହିଛନ୍ତି ଯେ ଜିଲ୍ଲାର ଅନ୍ୟ ମହାବିଦ୍ୟାଳୟ ଅପେକ୍ଷା ଏହି ମହାବିଦ୍ୟାଳୟ ର ଶୈଖିକ ବାତାବରଣ ସୃଷ୍ଟି ପାଇଁ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପରସ୍ପର ମଧ୍ୟରେ ଥିବା ସମନ୍ୱୟ ଅଦ୍ୱିତୀୟ । ଶେଷରେ ସେ ଏହି ଜିଲ୍ଲାର ପ୍ରଶାସନିକ ଉପ ମୁଖ୍ୟ ହିସାବରେ ବିଭିନ୍ନ ସମସ୍ୟା ଗୁଡ଼ିକୁ ହୃଦୟଙ୍ଗମ କରି କହିଥିଲେ ଯେ ଆଗାମୀ ଦିନରେ ମହାବିଦ୍ୟାଳୟ ରେ ଝିଅ ପିଲାଙ୍କ ରହିବା ସମସ୍ୟା କୁ ଧ୍ୟାନ ଦେଇ ପରିସର ନିକଟରେ ଥିବା ଛାତ୍ରୀବାସ ଉପରେ ଆଉଏକ କୋଠାଘର ନିର୍ମାଣ ସହ ଏକ ଉନ୍ନତମାନର ବିଦ୍ୟାଳୟ ଗୃହ ନିର୍ମାଣ ସକାଶେ ନିଜର ପ୍ରାଥମିକତା ଦେବେ । କାର୍ଯ୍ୟକ୍ରମ ଶେଷରେ ଅତିଥି ମାନେ ଏହି ମହାବିଦ୍ୟାଳୟ ର ବିଭିନ୍ନ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ସା°ସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ମନଭରି ଉପଭୋଗ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026