Home ଓଡ଼ିଶା ୧୦ ଦଫା ଦାବି ରେ ଡ୍ରାଇଭର ସଂଘର ଷ୍ଟିଅରିଂଛାଡ ଆନ୍ଦୋଳନ : ଦ୍ଵିତୀୟ ଦିନରେ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଚଢା ଦରରେ ବିକ୍ରୀ ଅଭିଯୋଗ ୧୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ଷ୍ଟିଅରିଂଛାଡ ଆନ୍ଦୋଳନ ଡ଼ାକରା ଦିଆଯାଇଛି । ଆଜି ଦ୍ଵିତୀୟ ଦିନରେ ପାଟଣାଗଡ଼ ଉପଖଣ୍ଡ ରେ ଏହାର ପ୍ରଭାବ ପଡିଛି । ଏହାକୁ ସମର୍ଥନ ଜଣାଇ ବ୍ଳକ ଡ୍ରାଇଭର ସଂଘ ସହ ଉପଖଣ୍ଡ ସଂଘର କିଛି କର୍ମକର୍ତ୍ତା ବର୍ଥଲା ଛକ ଠାରେ ଏକାଠି ହୋଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଂଛାଡ ଆନ୍ଦୋଳନ ଜାରି ରଖିଛନ୍ତି ।୧୦ ଦଫା ଦାବି ପୂରଣ କରିବାକୁ ସଂଘର ସଦସ୍ୟମାନେ ଦାବି କରିବା ସହ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ବାଜି କରୁଛନ୍ତି । ଦାବି ପୂରଣ ନହେବା ଯାଏ ଏହି ଧର୍ମଘଟ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।ଆନ୍ଦୋଳନ ସ୍ଥଳରେ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ର ବ୍ୟବସ୍ଥା କରି ସେମାନେ ଅହୋରାତ୍ର ଧାରଣା ଜାରି ରଖିବା ସହ ନିଜ ଜିତ ରେ ଅଟଳ ରହିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ପହଞ୍ଚି ନଥିବାରୁ ସେମାନ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ଷୋଭ ପ୍ରକାଶ କରିଛନ୍ତି ।ଆସନ୍ତା କାଲି ଠାରୁ ଏହି ଧର୍ମଘଟ ଯୋରସୋର କରାଯିବ ବୋଲି ପାଟଣାଗଡ଼ ସଂଘ ସଭାପତି ଗଙ୍ଗାଧର ମହାଲିଙ୍ଗ ଉପସଭାପତି ଇର୍ସାନ ଖାନ ଭୀମ ସେନ ଦୀପ ସଂପାଦକ ବିଶି କେଶନ ସା ପ୍ରକାଶ କରିଛନ୍ତି । ଅପରପକ୍ଷରେ ଡ୍ରାଇଭର ମାନଙ୍କ ଷ୍ଟିଅରିଂଛାଡ ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଥିବା ରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପାଟଣାଗଡ଼ ରେ କିଛି ଅସାଧୁ ବ୍ୟବସାୟୀମାନେ ଏହାର ସୁଯୋଗ ନେଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଚଢା ଦର ରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026