Home ଓଡ଼ିଶା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଦ୍ୱିତୀୟ ଥର ଆଆଇସି ଭାବେ ଯୋଗ ଦେଲେ ବାବୁଲି ନାୟକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରଦ୍ୱିତୀୟ ଥର ଆଇଆଇସି ଭାବେ ଯୋଗଦାନ କଲେ ବାବୁଲି ନାୟକ l ନୂତନ ଆଇଆଇସି ଭାବେ ଦ୍ୱିତୀୟ ଥରପାଈଁ ଦାୟିତ୍ୱ ଗ୍ରହଣ କରିଛନ୍ତି. ଏଥି ପୂର୍ବରୁ ସେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଆଇଆଇସି ଭାବେ ୨୦୧୩ ଜୁଲାଇ ମାସରେ ପ୍ରଥମ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ. ପରେ ୨୦୧୯ ମାର୍ଚ୍ଚରେ ଶ୍ରୀ ନାୟକ ପାରଳାଖେମୁଣ୍ଡି ଥାନାରୁ ଗୋଳନ୍ଥ ଥାନାକୁ ବଦଳି ହୋଇଥିଲେ. ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ ସମୟ ଧରି ଆଇଆଇସି ଭାବେ ପାରଳାଖେମୁଣ୍ଡି ଥାନାରେ ଦକ୍ଷତାର ସହିତ ସମସ୍ତ କାର୍ଯ୍ୟ ସମ୍ପାଦନ କରି ପାରଳାଖେମୁଣ୍ଡି ଜନ ସାଧାରଣଙ୍କ ସହ ଉପରସ୍ତ ଅଧିକାରୀମାନଙ୍କ ବେଶ ପ୍ରିୟ ପାତ୍ର ହୋଇପାରିଥିଲେ. ଶ୍ରୀ ନାୟକଙ୍କ ଦୀର୍ଘ ୬ବର୍ଷର ଅଭିଜ୍ଞତା ରହିଥିବାରୁ ପାରଳାଖେମୁଣ୍ଡି ଅଞ୍ଚଳରେ ପୋଲିସର ସମସ୍ତ କାର୍ଯ୍ୟ ସମ୍ପାଦନ ତାଙ୍କ ପାଇଁ ବେଶ ସହାୟକ ହେବ. ବିଗତ ଦିନରେ ଶ୍ରୀ ନାୟକ ପାରଳା ଥାନାର ଆଇଆଇସି ଭାବରେ କାର୍ଯ୍ୟ ତୁଲାଇ ଲୋକଙ୍କ ନିକଟରେ ପୋଲିସ ସେବାକୁ ପହଞ୍ଚାଇ ଯେଭଳି ଭାବେ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ସର୍ବ ସାଧାରଣରେ ଯେପରି ଆଦରଣୀୟ ହୋଇପାରିଥିଲେ ପୁଣି ସେଭଳି କାର୍ଯ୍ୟ କରି ଲୋକଙ୍କୁ ସେବା କରିବେ ବୋଲି ପାରଳା ଜନ ସାଧାରଣଙ୍କ ତରଫରୁ ପ୍ରକାଶ କରାଯିବା ସହ ଶ୍ରୀ ନାୟକ ପୁଣି ଥରେ ଆଇଆଇସି ଦାୟିତ୍ୱ ନେଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ କରାଯାଇଛି. ଆଇଆଇସି ଭାବେ ପୁଣି ଥରେ ଦାୟିତ୍ୱ ଗ୍ରହଣ କରି ଶ୍ରୀ ନାୟକ କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଟ୍ରାଫିକ ବ୍ୟବସ୍ତା ପ୍ରତି ଗୁରୁତ୍ୱ ଦେବା ଏବଂ ପୋଲିସ ସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୁଖ୍ୟ କାର୍ଯ୍ୟ ହେବ କିନ୍ତୁ ପାରଳାଖେମୁଣ୍ଡି ସହର ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଚୋରି ବୃଦ୍ଧି ପାଇବରେ ଲାଗିଛି ଏଣୁ ଏହାକୁ ଆଖିରେ ରଖି ନୂତନ ଦ୍ୱିତୀୟ ଥର ପାଇଁ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇଆଇସି ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବାବୁଲି ନାୟକ ଏଥି ପ୍ରତି ଗୁରୁତ୍ଵ ଦେବେ ବୋଲି ପାରଳାଖେମୁଣ୍ଡି ବସୀ ଆଶା ବ୍ୟକ୍ତ କରିଛନ୍ତି l Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026