ପାଟଣାଗଡ଼ ରେ ଷ୍ଟିଅରିଂ ଛାଡ ଆନ୍ଦୋଳନ : ଓ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ବର୍ଥଲା ଛକ ନିକଟରେ ରାସ୍ତାକୁ ଓହ୍ଲାଇ ପାଟଣାଗଡ଼ ରେ ଏକାଠି ହୋଇଛନ୍ତି ଶହ ଶହ ଡ୍ରାଇଭର । ହଳଦିଆ ନମ୍ବର ବିଶିଷ୍ଟ ଗାଡିକୁ ଅଟକାଉଛନ୍ତି ଓ ଧଳା ନମ୍ବର ବିଶିଷ୍ଟ ଗାଡି, ବସ, ବାଇକ ଚାଳକଙ୍କୁ ଛାଡି ଦେଉଛନ୍ତି ଆନ୍ଦୋଳନକାରୀ ।
୧୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ଉଚିତ ଦରମା, ଚାକିରି ସୁରକ୍ଷା ଆଦି ୧୨ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଏକତା ମହାମଞ୍ଚ । ରାଜ୍ୟ ବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲୁଥିବା ବେଳେ ପାଟଣାଗଡ଼ ଉପଖଣ୍ଡ ରେ ମଧ୍ୟ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ପାଟଣାଗଡ଼ ବର୍ଥଲା ଛକ ମୂଖ୍ୟ ରାସ୍ତାରେ ଠାରେ ମଧ୍ୟ ସଂଘ ପକ୍ଷରୁ ଶହ ଶହ ଡ୍ରାଇଭର ଏକାଠି ହୋଇ ଆନ୍ଦୋଳନ ଧାରଣା ଦିଆଯାଇଛି । ହଳଦିଆ ନମ୍ବର ବିଶିଷ୍ଟ ଗାଡିକୁ ଅଟକାଉଛନ୍ତି ଓ ଧଳା ନମ୍ବର ବିଶିଷ୍ଟ ଗାଡି, ବସ, ବାଇକ ଚାଳକଙ୍କୁ ଛାଡି ଦେଉଛନ୍ତି ଆନ୍ଦୋଳନକାରୀମାନେ ପାଟଣାଗଡ଼ ରେ ମଧ୍ୟ ଆନ୍ଦୋଳନର ପ୍ରଭାବ ଦେଖାଯାଇଛି । ରାଜ୍ୟ ବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲୁଥିବା ବେଳେ ବସ୍ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ପାଟଣାଗଡ଼ ବସଷ୍ଟାଣ୍ଡ ରେ ମଧ୍ୟ ବସ ଚଳୁନ ଥିବା ହେତୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ସେହିପରି ବେଲପଡା, ଖପ୍ରାଖୋଲ ଧୂମାଭଟା ଆଦି ମୂଖ୍ୟ ଛକ ଗୁଡିକ ରେ ମଧ୍ୟ ପ୍ରତିବାଦ କରୁଛନ୍ତି ଡ୍ରାଇଭର । ଏପଟେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଉଛି ବୋଲି ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ସୂଚନା ଅନୁସାରେ ପାଟଣାଗଡ଼ ଶାଖା ସଭାପତି ଗଙ୍ଗାଧର ମହାଲିଙ୍ଗ , ଉପସଭାପତି ଇର୍ସାନ ଖାନ , ଭୀମ ସେନ ଦୀପ , ସଂପାଦକ ବିଶି କେଶନ ସା, ଜିଲ୍ଲା ସଦସ୍ୟ ଖଏନୁ ହରିପାଲ , ଅଶ୍ଵିନୀ କୁମାର ଦାସ ଙ୍କ ନେତୃତ୍ବରେ ଶତାଧିକ ଡ୍ରାଇଭର ସାମିଲ ହୋଇଥିଲେ । ଥାନା ଅଧିକାରୀ ଅନନ୍ତ ପ୍ରଧାନ ଙ୍କ ସହ ତାଙ୍କ ଷ୍ଟାଫ୍ ଉପସ୍ଥିତ ଥିଲେ ।
