କରୋନା ଲାଗି ରଜ ମଉଜ ଫିକା ପଡି ଯାଇଥିଲେ ହେଁ ଘର ଅଗଣା ଓ ବାଡିପଟୁ ଝିଅଙ୍କ ସୁଲଳିତ କଣ୍ଠରୁ ଭାସିଆସୁଛି ବନସ୍ତେ ଡ଼ାକିଲା ଗଜ,…

  1. ରଜର ୨ୟ ଦିବସରେ ଗାଁର ଝିଅମାନେ ନୂଆ ଜାମା ପଟା ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦି, କୁକୁମ, ଅତର ଲଗାଇ ନାନା ପରିପାଟିରେ ସଜବାଜ ହୋଇ ସାଙ୍ଗହୋଇ ସାଇସାଇ ବୁଲି ପିଠାପଣା ଖାଉଛନ୍ତି ।
  2. କରୋନା ଲାଗି ରଜ ମଉଜ ଫିକା ପଡି ଯାଇଥିଲେ ହେଁ ଘର ଅଗଣା ଓ ବାଡିପଟୁ ଝିଅଙ୍କ ସୁଲଳିତ କଣ୍ଠରୁ ଭାସିଆସୁଛି ବନସ୍ତେ ଡ଼ାକିଲା ଗଜ, ମୋ’ଭାଈ ମୁଣ୍ଡରେ ସୁନା ମୋକଟ ଆଦି ଗୀତର ଲହରି । 3
  3. ଝିଅଙ୍କ ସାହି ବୁଲା ଓ ବାଡି ଅଗଣାରେ ରଜଦୋଳି ଗୀତରେ ମୁଖରିତ ଗାଁ ପରିବେଶ

କୋରାଇ

ଓଡିଶା ତାଜା ନ୍ୟୁଜ୍ (୧୬ ଜୁନ୍ ମଙ୍ଗଳବାର) କୋରାଇ :- ପ୍ରଥମ ରଜ ଚାଲିଗଲା ମୌସୁମୀ ବର୍ଷା ସହ ସଟଡାଉନରେ । ଆଜି ଲକଡାଉନ ରହିଥିଲେ ମଧ୍ୟ ରଜ ପର୍ବକୁ ଛାଡିପାରି ନାହାଁନ୍ତ ଗାଁଲୋକେ । ଅଳ୍ପବହୁତେ କେତେକ ସ୍ଥାନେର ରଜ ମନାଯାଉଥିବା ଦେଖାଯାଇଛି । ସୋମବାର ରଜ ସଂକ୍ରାନ୍ତା ।

ଆଜି ଦିନତମାମ ପାଗ କୋହଲା ରହିଥିବାରୁ ଦେବାଦେବୀ ସ୍ଥାନରେ ଗାଁ ମଣ୍ଡପରେ ଲୋକଙ୍କ ଗହଳି ଲାଗି ରହିଥିବା ଦେଖାଯାଇଥିଲା । ରଜର ୨ୟ ଦିବସରେ ଗାଁର ଝିଅମାନେ ନୂଆ ଜାମା ପଟା ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦି, କୁକୁମ, ଅତର ଲଗାଇ ନାନା ପରିପାଟିରେ ସଜବାଜ ହୋଇ ସାଙ୍ଗହୋଇ ସାଇସାଇ ବୁଲି ପିଠାପଣା ଖାଉଛନ୍ତି ।

ହେଲେ ଗାଁର ତୋଟାରେ ଏବର୍ଷ ଦୋଳି ଲାଗିନଥିଲେହେଁ ନିଜନିଜ ବାଡିରେ ଲାଗିଥିବା ଦୋଳି ଖେଳି ଆନନ୍ଦରେ ରଜମନାଉଛନ୍ତି ଝିଅମାନେ । କରୋନା ଲାଗି ରଜ ମଉଜ ଫିକା ପଡିଯାଇଥିଲେ ହେଁ ଘର ଅଗଣା ଓ ବାଡିପଟୁ ଝିଅଙ୍କ ସୁଲଳିତ କଣ୍ଠରୁ ଭାସିଆସୁଛି ବନସ୍ତେ ଡ଼ାକିଲା ଗଜ, ମୋ’ଭାଈ ମୁଣ୍ଡରେ ସୁନା ମୋକଟ ଆଦି ଗୀତର ଲହରି ।

ଏଥିସହିତ ପ୍ରତି ଘରେ ଘରେ ପୋଡପିଠା, ଆରିଶା ପିଠା ଆଦି ନାନା ରକମର ପିଠା କରାଯାଇଥିଲା ବେଳେ ଆମ୍ବ, ପଣଶର ସମ୍ଭାର ଖାଇବାକୁ ବେଶ ଆକୃଷ୍ଟ କରିଛି । ଗାଁର ବୟସ୍କ ଲୋକମାନେ ପଶା, ତାସ ଖେଳୁଥିଲା ବେଳେ ଯୁବକମାନେ ଚେସ ଖେଳରେ ମସଗୁଲ ।

ସେହିପରି ଘର ଅଗଣାରେ ଝିଅବୋହୁ ଲୁଡୁ, ତାସ ଆଦି ଖେଳୁଥିଲା ବେଳେ କୁନିପିଲାମାନେ ଦୋଳିରେ ବସି ଖେଳିବା ଲାଗି ଅଝଟ କରିବା ପରବକୁ ଉତ୍ସବ ମୁଖରିତ କରିଛି । ଗାଁ ମୁଣ୍ଡରେ ପୂଜା ପାଉଥିବା ଦେବା ଦେବୀଙ୍କୁ ଆଜି ସଂକ୍ରାନ୍ତି ଅବସରରେ ସମାଜିକ ଦୂରତା ଭିତିରେ କେବଳ କର୍ତ୍ତା ଓ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି । (ବ୍ୟାସନଗରରୁ – ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version