୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ପାଟଣାଗଡ଼ ଟାଟା ପାୱାର ଅଧିନରେ ଥିବା ରାମପୁର ହରିଜନ ପଡ଼ା ବାସୀ ଓ ଟାଟା ପାୱାର କର୍ମଚାରୀ ଙ୍କ ମଧ୍ୟରେ ଗଣ୍ଡଗୋଳ କୁ ନେଇ ଉଭୟ ପକ୍ଷରୁ ଥାନାରୁ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଆଜି ଅପରାହ୍ନ ସମୟରେ ଟାଟା ପାୱାର ବିଲ ସଂଗ୍ରହ ଦାୟିତ୍ଵ ରେ ଥିବା କିଛି କର୍ମଚାରୀ ମାନେ ରାମପୁର ସ୍ଥିତ ହରିଜନ ପଡ଼ାକୁ ବକେୟା ବିଲ ଆଦାୟ ପାଇଁ ଯାଇଥିଲେ । ସେହି ପଡ଼ାରେ ଥିବା ଜନୈକ ବିଦ୍ୟୁତ ଉପଭୋକ୍ତା ଘର କୁ ଯାଇ ତାକୁ ବକେୟା ବିଲ୍ ପଇଠ କରିବାକୁ କହିଥିଲେ । ତାଙ୍କର ଲକ୍ଷାଧିକ ଟଙ୍କା ବକେୟା ଥିବା ରୁ ବିଦ୍ୟୁତ ଉପଭୋକ୍ତା ଜଣକ ଦେବାକୁ ଅର୍ସମର୍ଥ ନେଇ ପ୍ରକାଶ କରିଥିଲେ । 
ଉତ୍ତର ରେ ବିଲ୍ ଆଦାୟ ଦାୟିତ୍ଵ ରେ ଥିବା କର୍ମଚାରୀ ମାନେ ଅତି କମ୍ ରେ ୩୦ ଶତକଡା ବିଲ୍ ପଇଠ କରିବାକୁ ଅନୁରୋଧ କରିଥିଲେ । ଠିକ ଏହି ସମୟରେ ପଡ଼ୋଶୀ ଘର ର ବିଦ୍ୟୁତ ଉପଭୋକ୍ତା ମାନେ ମଧ୍ୟ ସେଠାରେ ରୁଣ୍ଡ ହୋଇଥିଲେ । ବିଲ୍ ପଇଠ କଥା କୁ ନେଇ ଉଭୟ ଙ୍କ ମଧ୍ୟରେ କଥା କଟାକଟି ହେବା ହାତାହାତି ହୋଇଥିଲା । ଏହାପରେ ବିଦ୍ୟୁତ ବିଲ୍ ଆଦାୟ ଦାୟିତ୍ଵ ରେ ଥିବା ଜଣେ କର୍ମଚାରୀ ରାଗିଯାଇ ଜନୈକ ମହିଳା ଙ୍କ ହାତକୁ ମୋଡ଼ି ଦେଇଥିଲେ ।

