Home ଓଡ଼ିଶା ଚିଟିକାମାଲ କୁଖ୍ୟାତ ଅପରାଧି ସଂକିର୍ତ୍ତନ ଘିଭେଲା ର ବେଆଇନ ଢାବା ଓ ଘର କୁ ଭାଙ୍ଗିଲା ପ୍ରଶାସନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ୨୦୧୯ ମସିହା ଗୁଣିଗାରେଡି ସନ୍ଦେହରେ ଲରମ୍ଭା ଥାନା ଚିଟିକାମାଲ ଗାଁ ରେ ବୃଦ୍ଧ ଦମ୍ପତି କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଂକିର୍ତ୍ତନ ଘିଭେଲା ସରକାରୀ ଜମି ରେ ବେଆଇନ ଭାବେ ନିର୍ମାଣ କରିଥିବା ଢାବା ଓ ଘର କୁ ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଛି । ଲରମ୍ଭା ଥାନା ଚିଟିକାମାଲ ଗାଁ ରେ ବାସ କରୁଥିବା ସଂକିର୍ତ୍ତନ ପୂର୍ବରୁ ୬ ଟି ବିଭିନ୍ନ ପ୍ରକାର ଅପରାଧୀକ ମାମଲାରେ ଜଡିତ ଥିବା ସହ ଚିଟିକାମାଲ ଛକ ରେ ସରକାରୀ ଜମି କୁ ଜବରଦଖଲ କରି ଛୋଟ ଧରଣର ଏକ ଢାବା ନିର୍ମାଣ କରିଥିଲା । ସେହି ଢ଼ାବା ଘର ଭିତରେ ଯୋଗୀମୁଣ୍ଡ ,ବନକାବିଅର , ବିଲାଇ ସାଥି ଓ ପାଟଣାଗଡ଼ ବ୍ରହ୍ମପୁରା ରେ ଥିବା ତା’ର ସହଯୋଗୀ ଙ୍କ ସହ ଦେଶି ଓ ବିଦେଶୀ ମଦ ,ଗଞ୍ଜେଇ , ଡକାୟତି , ଦେହ ବ୍ୟବସାୟ , ଯୁବତୀ ଚାଲାଣ , ବ୍ୟତୀତ ଅନ୍ୟାନ୍ୟ ମାମଲାର ବ୍ଳୁପ୍ରିଣ୍ଟ ତିଆରି ହେଉଥିଲା । ଏହାର ନାମ ରେ ପାଟଣାଗଡ଼ ,ଟିଟିଲାଗଡ ଓ ବଲାଙ୍ଗୀର ଟାଉନ ଥାନା ରେ ବିଭିନ୍ନ ପ୍ରକାର ଅପରାଧୀକ ମାମଲା ମାନ ରହିଛି । ଏହି ଖବର ସମାୟନୁକ୍ରମେ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଓ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ଙ୍କ ନଜର କୁ ଆସିଥିଲା । ଏସଡିପିଓ ଶ୍ରୀ ଭୁକ୍ତା ଏହାର ଆଡ୍ଡାସ୍ଥଳୀ କୁ ଭାଙ୍ଗିବା ପାଇଁ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠି ଓ ତହସିଲଦାର ଲକ୍ଷ୍ମଣ ମାଝୀ ଙ୍କ ସହ ଆଲୋଚନା କରିଥିଲେ । ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସଂକିର୍ତ୍ତନ ଙ୍କୁ ନୋଟିସ ଦିଆଯାଇଥିଲା । ଉକ୍ତ ନୋଟିସ କୁ ଅବମାନନା କରିବା ପରେ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଓ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ ଙ୍କ ଉପସ୍ଥିତି ରେ ସଂକିତ୍ତନ ର ବେଆଇନ ଆଡ୍ଡାସ୍ଥଳୀ ସହ ଢାବା କୁ ଆଜି ମଧ୍ୟାହ୍ନରେ ଜେସିବି ଲଗାଇ ପ୍ରଶାସନ ତରଫରୁ ଭଙ୍ଗି ଦିଆଯାଇଛି । ପ୍ରକାଶ ଥାଉ କି ସଂକିର୍ତ୍ତନ ଚିଟିକାମାଲ ବୃଦ୍ଧ ଦମ୍ପତି ଙ୍କୁ ହତ୍ୟା ମାମଲାରେ ଜେଲ୍ ରେ ଥାଇ ମଧ୍ୟ ତା’ର ସହଯୋଗୀ ମାନେ ଏହି ଢାବା ରେ ବିଭିନ୍ନ ପ୍ରକାର ଅପରାଧୀକ ମାମଲା ବିଚାରବିମର୍ଶ ସହ ଯୁବତୀ ଚାଲାଣ ବ୍ଳୁପ୍ରିଣ୍ଟ ତିଆରି କରୁଥିଲେ । ଅନୁରୂପ ଭାବରେ ଏହି ଥାନା ଅନ୍ତର୍ଗତ ଲରମ୍ଭା ଗାଁ ରେ ସରକାରୀ ଜମି କୁ ଜବଦଖଲ କରି ଘର ଓ ହୋଟେଲ ନିର୍ମାଣ କରିଥିବା ଭରତ ସିଂ,ସୁଧିର ପାଣି, ପ୍ରମୋଦ ଦଣ୍ଡସେନା,ଦୂର୍ଯ୍ୟୋଧନ ଭୁଏ ଓ ଚଣ୍ଡିଶେଖର ରଥ ଙ୍କ ବେଆଇନ ହୋଟେଲ ଓ ଘର କୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି । ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଓ ତାଙ୍କ ଷ୍ଟାଫ୍ , ଲରମ୍ଭା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଓ ତାଙ୍କ ଷ୍ଟାଫ୍ ତହସିଲ କର୍ମଚାରୀ , ରାଜସ୍ୱ ନିରୀକ୍ଷକ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ପକ୍ଷରୁ ଏକ ପ୍ଳାଟୁନ ଫୋର୍ସ ମୁତୟନ ହୋଇଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026