୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ପଞ୍ଚାୟତ ମହିତମା ଗ୍ରାମରେ ବା ବା ନୀଳକଣ୍ଠେଶ୍ଵର ମହାଦେବଙ୍କ ଐତିହାସିକ ପଞ୍ଚୁଦୋଳ ମିଳନ ବହୁ ନିଡାମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ବିଧାୟକ ଦଶପଲ୍ଲା ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ସଙ୍କର୍ଷଣ ବେହେରା,୧୭ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ସ୍ଥାନୀୟ ସରପଞ୍ଚ ନିରୂପମା ପାତ୍ର, ସମିତି ସଭ୍ୟ, ଜିଲ୍ଲା ବିଜେଡ଼ି ଯୁବ ଉପସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ।
ରାତ୍ରରେ ବା ବା ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ଥିବା ମେଳଣ ପଡ଼ିଆଠାରୁ ଦୁଲୁଦୁଲି, ଭାଲୁ, ଘୋଡ଼ା ନୃତ୍ୟ, ବାଘ,ଶବର ଶବରୁଣୀ, ବୁଢ଼ା ବୁଢ଼ୀ ଓ ଷଣ୍ଢ ଲଢେଇ ବିଭିନ୍ନ ପାରମ୍ପରିକ ଭାବେ ବିରାଟ ପଟୁଆରରେ ବେଶ ଧାରଣ କରି ନାଚ ଗୀତରେ ଗ୍ରାମ ପରିକ୍ରମା କରି ରାଧାମାଧବ ଗୋପୀନାଥ ସହ ନୀଳକଣ୍ଠେଶ୍ଵର ମହାଦେବଙ୍କ ସମେତ କୋରଡ଼ା, ଲଡୁକେଶରପୁର, ସିକ୍ରିଡା,କୃଷ୍ଣପ୍ରସାଦ, ଜିଗିନିପଡ଼ା ଆଦି ଆଖ ପାଖ ଅଞ୍ଚଳରୁ ଠାକୁର ଆସିଥିଲେ।
