ବିରାଟ ଶୋଭାଯାତ୍ରାରେ ହଜାର ହଜାର ମହିଳା ଓ ପୁରୁଷଙ୍କ ସହ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନାମାଙ୍କନ ଦାଖଲ କଲେ : ବିଜେଡ଼ି ଦଳର ସମସ୍ତ କାଉନସିଲର ଓ ଅଧ୍ୟକ୍ଷ ପ୍ରାର୍ଥୀ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଅତାବିରା :- ଆସନ୍ତା ଏପ୍ରିଲ ୩ ତାରିଖରେ ହେବାକୁ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳ ତରଫରୁ ସମସ୍ତ ପ୍ରାର୍ଥୀ ନାମାଙ୍କନ ଦାଖଲ କରାଥିଲେ। ତେବେ ପ୍ରଥମେ ଧର୍ମଶାଳା ନିକଟସ୍ଥ ପଡିଆରେ ଏକ ସମାବେଶ କରାଯିବା ପରେ ବିରାଟ ଶୋଭାଯାତ୍ରାରେ ହଜାର ହଜାର ପୁରୁଷ ଓ ମହିଳା ଏନଏସି ଅଫିସ ପହଂଚି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ସମାବେଶରେ ବିଜେଡ଼ି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ,ଏପିକାଲ ନିଗମ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ହସ୍ତତନ୍ତ ବୟନ ଶିଳ୍ପ ବିଭାଗ ର ପରାମର୍ଶ ଦାତା ସୌଭାଗ୍ୟ ରଞ୍ଜନ ନାୟକ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ମାନିନୀ ଭୋଇ ଓ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗଦେଇଥିଲେ। ୧୨ଟି ୱାର୍ଡ ବିଶିଷ୍ଟ ଅତାବିରା ଏନ୍ ଏ ସି ଅଂଚଳର ସମସ୍ତ ୱାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରି ବିଜେଡ଼ି ଦଳ ସମସ୍ତ ଆସନରେ ବିଜୟୀ ହୋଇ ଏହି ଅତାବିରା ଏନ୍ ଏ ସି କୁ ବିକାଶର ଫର୍ଦରେ ଯୋଡିବ ବୋଲି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଥିଲେ।

Exit mobile version