Home ଓଡ଼ିଶା ହସ୍ତବାହିନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ହସ୍ତବାହିନୀ ଚମ୍ପିୟାନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତର ହସ୍ତବାହିନୀ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଫକିରପଡା କୁ ହରାଇ ହସ୍ତବାହିନି ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଟସରେ ହାରି ପ୍ରଥମେ ବ୍ୟାଟିଂ କରି ଫକିରପଡା ନିର୍ଦ୍ଧାରିତ ଓଭରରେ ୪ ୱିକେଟ ବିନିମୟରେ ୧୦୪ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଟୁଟୁ ସର୍ବାଧିକ ୪୭ ରନ ସଂଗ୍ରହ କରିଥିଲେ। ଜବାବରେ ହସ୍ତବାହିନି ୧୦୪ ରନର ପିଛା କରି ଚିତ୍ତରଞ୍ଜନଙ୍କ ଅପରାଜିତା ୧୯ବଳରେ ୫୧ରନ ବଳରେ ୩ୱିକେଟ ହରାଇ ୧୦୬ରନ ସଂଗ୍ରହ କରି ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ହସ୍ତିବାହିନୀ କ୍ଲବ ସଭାପତି ରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କଟକ ସଦର ବିକାଶ ମଞ୍ଚର ସଭାପତି ସୁବୋଧ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ନଗଦ ଦଶ ହଜାର ଟଙ୍କା ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତାପସ ରାଉତରାୟ ଯୋଗଦେଇ ରନରସଅପ୍ ଦଳକୁ ଟ୍ରଫି ସହ ନଗଦ ଛ ହଜାର ଟଙ୍କା ଅର୍ଥ ରାଶିରେ ପୁରସ୍କୃତ କରିଥିଲେ। ତତ୍ ସହିତ ଅନ୍ୟତମ ଅତିଥି ଭାବରେ ମାନସ ରଣା , ଅକ୍ଷୟ ସିଂହ ଓ କସର୍ ମହମ୍ମଦ ଲାଦେନ୍ ପ୍ରମୁଖ ଯୋଗ ଦେଇଥିଲେ। ହସ୍ତବାହିନୀ ଦଳର ଚିତ୍ତରଞ୍ଜନ ରାଉତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଟ୍ରଫି ସହ ନଗଦ ଅର୍ଥ ରାଶିରେ ପୁରସ୍କୃତ ହୋଇଥିଲେ। ଖେଳକୁ ଅମିୟ ନାୟକ ଓ ସ୍ମୃତି ରଞ୍ଜନ ରାଉତ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଶିବ ପ୍ରସାଦ ସିଂହ ଓ ଦିନେଶ କୁମାର ରଣା ଦାୟିତ୍ବରେ ଥିଲେ। ଏହି ଖେଳକୁ ହସ୍ତବାହିନୀ କ୍ଳବର ରମେଶ ସାହୁ , ଆଲୋକ ଲାଲ , ମୁନା ସିଂହ , ମଙ୍ଗୁ ରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। Categories: ଓଡ଼ିଶା, କଟକ, ହୋମ୍ Related Content ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ by Proprietor Abhimanyu Maharana June 21, 2026 ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ by Proprietor Abhimanyu Maharana June 21, 2026 ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟଙ୍କା ରାୟ ଙ୍କ ସହ ବ୍ଲକର କର୍ମଚାରୀ ମାନେ ଯୋଗଦେଇ - ଯୋଗ ଅଭ୍ୟାସ by Proprietor Abhimanyu Maharana June 21, 2026 ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026