ପିକ୍ ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ଗିରଫ କରିଛି ପୋଲିସ୍ । ଅନ୍ୟପଟେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ବୁଡାଗୁଡ଼ା ନିକଟରେ ପୋଲିସକୁ ଦେଖି ଏକ ପିକ୍ ଅପ୍ ଭ୍ୟାନ୍ ନଂ.ଓଡି-02-ସିସି 0226 ଦୃତ ଗତିରେ ଯାଉଥିବା ବେଳେ ଭ୍ୟାନକୁ ପିଛା କରି ତିଲୋରୀ ନିକଟରେ ଭ୍ୟାନକୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍ ।ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ବେଳେ ଜଣେ ନାବାଳକକୁ ପୋଲିସ୍ ନିଜ ହେପାଜତକୁ ନେବାସହ ଗାଡ଼ି ଯାଞ୍ଚ୍ କରିଥିଲେ । ୮୧ କେଜି ୯୨୦ ଗ୍ରାମ ବେଆଇନ୍ ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ ପିକ୍ ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ୍ । ଏନେଇ ବାଲିଗୁଡ଼ା ଥାନା କେସ୍ ନଂ -୬୯/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ । ସେପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବା ସହ ଜବତ ଗଞ୍ଜେଇ ଭୁବନେଶ୍ୱର ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Exit mobile version