Home ଓଡ଼ିଶା ଆଚାର୍ଯ୍ୟ ହରିହର କ୍ୟାନସର୍ ପ୍ରତିଷ୍ଠାନରେ ନିଦାନ ଶାସ୍ତ୍ର ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ପାଇଁ ମିଳିଲା ସ୍ୱୀକୃତି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp କେମୋଥେରାପି ଏବଂ ସର୍ଜରୀରେ ସୁପର ସ୍ପେସାଲିଟି କୋର୍ସ ନିମନ୍ତେ ପ୍ରତିଷ୍ଠାନର ଯୋଜନା ୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କ୍ୟାନସର୍ ପ୍ରତିଷ୍ଠାନରେ ନିଦାନ ଶାସ୍ତ୍ର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଖୋଲିବା ପାଇଁ ଜାତୀୟ ମେଡିକାଲ୍ କାଉନସିଲ୍ ତରଫରୁ ସ୍ୱୀକୃତି ପ୍ରକାଶ କରାଯାଇଛି । ୪ ଟି ସିଟ୍ ପାଇଁ ଏହି ସ୍ୱୀକୃତି ମିଳିଛି । ଏଥିପାଇଁ ଚଳିତବର୍ଷ ଫେବୃଆରୀ ମାସରେ ମେଡିକାଲ୍ କାଉନସିଲ୍ ତରଫରୁ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରାଯାଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ,ଏହି ପ୍ରତିଷ୍ଠାନରେ ନିଶ୍ଚେତକ ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ଆରମ୍ଭ ପାଇଁ ମେଡିକାଲ୍ କାଉନସିଲ୍ ୨୦୨୨ ମସିହାରେ ଅନୁମତି ଦେଇଥିଲେ । ତଦନୁଯାୟୀ ପ୍ରଥମ ବ୍ୟାଚ୍ ନାମଲେଖା ସରିଛି । ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର କେନ୍ଦ୍ରକୁ ୨୦୨୦ ମସିହା ଫେବୃଆରୀ ମାସରେ କ୍ୟାନସର ସ୍ନାତକତ୍ତୋର ପ୍ରତିଷ୍ଠାନ ଭାବେ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏହି ପ୍ରତିଷ୍ଠାନରେ ସର୍ଜିକାଲ୍ ଅଙ୍କୋଲୋଜି, ସ୍ତ୍ରୀ ଓ ପ୍ରସୂତୀ ରୋଗ, ରେଡ଼ିଏସନ୍ ଅଙ୍କୋଲୋଜି ଆଦି ବିଷୟରେ ସୁପର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଚାଲୁ ରହିଛି । ଏହା ବ୍ୟତୀତ, ଏହି ଅନୁଷ୍ଠାନରେ ମେଡ଼ିକାଲ୍ ପରୀକ୍ଷାଗାର ପ୍ରଯୁକ୍ତିବିଦ୍ୟା, ଅପରେସନ୍ ଥିଏଟର୍ ପ୍ରଯୁକ୍ତିବିଦ୍ୟା ଆଦି ପାରା-ମେଡ଼ିକାଲ୍ ଡ଼ିପ୍ଲୋମା ପାଠ୍ୟକ୍ରମ ତାଲିମ୍ ଦିଆଯାଉଛି । ଚଳିତବର୍ଷ ରେଡ଼ିଓ ଥେରାପି ପ୍ରଯୁକ୍ତିବିଦ୍ୟାରେ ଡ଼ିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ମଧ୍ୟ ଓଡିଶା ସରକାର ଅନୁମୋଦନ ଦେଇଛନ୍ତି । ମେଡ଼ିକାଲ୍ ଅଙ୍କୋଲୋଜି ଏବଂ ମୁଣ୍ଡ ଓ ବେକ ଅଙ୍କୋଲୋଜିରେ ଖୁବ୍ ଶିଘ୍ର ସୁପର ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ପାଇଁ ପ୍ରତିଷ୍ଠାନ ତରଫରୁ ଯୋଜନା କରାଯାଉଥିବାର ମଧ୍ୟ ସୂଚନା ମିଳିଛି । Categories: ଓଡ଼ିଶା, କଟକ, ହୋମ୍ Related Content ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ by Proprietor Abhimanyu Maharana June 21, 2026 ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ by Proprietor Abhimanyu Maharana June 21, 2026 ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟଙ୍କା ରାୟ ଙ୍କ ସହ ବ୍ଲକର କର୍ମଚାରୀ ମାନେ ଯୋଗଦେଇ - ଯୋଗ ଅଭ୍ୟାସ by Proprietor Abhimanyu Maharana June 21, 2026 ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026