Home ଓଡ଼ିଶା ଜିଲ୍ଲା ପିଏନଡିଟି ପରାମର୍ଶ ସମିତି ସମୀକ୍ଷା ବୈଠକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଦଶପଲ୍ଲା ସରକାରୀ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ହେବ ୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ପରାମର୍ଶ ସମିତି ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଗଲା । ପ୍ରଥମ ତ୍ରୈମାସିକରେ ଗର୍ଭଧାରଣର ପଞ୍ଜୀକରଣର ରିପୋର୍ଟ୍ କୁ ଅନୁଧ୍ୟାନ କରିବା ପରେ ନୟାଗଡ଼ ସଦର, ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ବ୍ଲକରେ ଆଣ୍ଟେ ନାଟାଲ୍ ଚେକ୍ ଅପ୍ ର ସଠିକ ଭାବେ ରିପୋର୍ଟ୍ ହେଉ ନ ଥିବାରୁ ଜିଲ୍ଲାପାଳ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିପାଇଁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ସଠିକ ପଦକ୍ଷେପ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ସିଡିପିଓମାନେ ତତ୍ପର ହେବାପାଇଁ କହିଥିଲେ । ଆମ ହସ୍ପିଟାଲରେ ସାମିଲ ହୋଇଥିବା ଦଶପଲ୍ଲା ସରକାରୀ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା । ଏଥିପାଇଁ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭରପ୍ରାପ୍ତ ମେଡ଼ିକାଲ ଅଫିସର ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ପ୍ରକାଶ କରିଥିଲେ ।ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ କାମକରୁଥିବା ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରଗୁଡିକର ନିରୀକ୍ଷଣ ଓ କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏଥିରେ ସ୍ତ୍ରୀରୋଗ ବିଶେଷଜ୍ଞ ଡାଃ ସୁଧାଂଶୁ ଶେଖର ଷଡଙ୍ଗୀ, ଶିଶୁରୋଗ ବିଶେଷଜ୍ଞ ଡାଃ ତିଳୋତ୍ତମା ଷଡଙ୍ଗୀ, ଚିକିତ୍ସା ବିଶେଷଜ୍ଞ ଡାଃ ସିଦ୍ଧାର୍ଥ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ସମାଜସେବୀ ଅରୁଣ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିବା ବେଳେ ଜିଲ୍ଲା ସହପରିଚାଳକ (ଆଇନ୍) ଅଜିତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Historic Milestone : Dhamra Port Sets Double National Record in Dry Bulk Cargo by Proprietor Abhimanyu Maharana June 30, 2026 ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼ by Proprietor Abhimanyu Maharana June 30, 2026 ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର by Proprietor Abhimanyu Maharana June 30, 2026 ସାମ୍ବାଦିକ ଅଶୋକ ଭୋଇ ଙ୍କ ଅକାଳ ବିୟୋଗ ରେ ଶୋକସଭା by Proprietor Abhimanyu Maharana June 30, 2026 କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଉତ୍ସବ ସମ୍ପନ୍ନ by Proprietor Abhimanyu Maharana June 30, 2026 ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜିୟୁ ମାନଙ୍କ ସ୍ନାନଯାତ୍ରା by Proprietor Abhimanyu Maharana June 30, 2026