ବାଲେଶ୍ବର ଜଳସମ୍ପଦ ବିଭାଗର ଲାଞ୍ଚୁଆ କ୍ୟାସିୟର ଭିଜିଲାନ୍ସ ଜାଲରେ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ୱର :- ଭିଜିଲାନ୍ସ ଜାଲରେ ବାଲେଶ୍ବର ଜଳସମ୍ପଦ ବିଭାଗର କ୍ୟାସିୟର । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ଵର ଜିଲ୍ଲା ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର । କ୍ୟାସିୟର ପ୍ରଦୀପ୍ତ ରାଉତ ଜଣେ ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଥିଲେ।ତେବେ ଜଳେଶ୍ବରର ଲୋକନାଥ ଜେନା ନାମକ ଜଣେ ଠିକଦା‌ରଙ୍କ ଠାରୁ ପ୍ରଦୀପ୍ତ ଲାଞ୍ଚ ନେଉଥିଲେ। ବାଲେଶ୍ବର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ କ୍ୟାସିୟରଙ୍କୁ ଗିରଫ କରିବା ସହ ତାଙ୍କ କାର୍ଯ୍ୟାଳୟରେ ଚଢ଼ା‌ଉ କରିଛନ୍ତି ।ପ୍ରଦୀପଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା ଜାରି ରଖିଛନ୍ତି

Exit mobile version