ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସଭା ଗୃହ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ

୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସଭା ଗୃହ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ ଅନୁଷ୍ଠିତ ହୋଇ ଯାଇଛି । ଗୋଷାଣି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଷଣ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ଗୋଷାଣି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗୌରୀ ନାୟକ ଏବଂ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସଂପ୍ରସାରଣ ଅଧିକାରିଣୀ ମମତା ପାଢୀ ଯୋଗଦେଇ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗର୍ଭବତୀ ମହିଳା,

ପ୍ରସୂତି ମହିଳା ଏବଂ ୭ମାସରୁ ୩ବର୍ଷର ଶିଶୁ ମାନଙ୍କୁ ପୋଷଣଭରା ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ସହ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ପାଇଁ ନିର୍ଦ୍ଦେଶ ଦିଆଯାଇ ଥିବା କହିଥିଲେ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ପୃଷ୍ଟିକର ଖାଦ୍ୟର ଅବଶ୍ୟକତା ରହିଛି । ତେଣୁ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରହେ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ସୁପରଭାଇଜର ଡି.ନାଗରତ୍ନମ, ଅମିତା କୁମାରୀ ପାତ୍ର, ଶଶୀ ଗମାଙ୍ଗ, ସୁଜାତା ଗନ୍ତାୟତ, ଜଗଦେଶ୍ୱରୀ ଆଲ୍ଲୁ, ଧରିତ୍ରୀ ବାଉରୀ, ପଦ୍ମିନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ

Exit mobile version