Home ଓଡ଼ିଶା ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରା ଗ୍ରାମର ଦାଦନ ଶ୍ରମିକ ଅଶୋକ ଗୌଡ ହାଇଦ୍ରାବାଦରୁ ନିଖୋଜ : ଥାନାରେ ଏତଲା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରା ଗାଁର ବୁଲୁ ଗୌଡଙ୍କ ବଡ଼ପୁଅ ଅଶୋକ ଗୌଡ(୧୯) ପରିବାର ପ୍ରତିପୋଷଣ ପାଇଁ କୁଲି ମହୁରି ଖଟିବାକୁ ଗତ ଜାନୁଆରୀ ୨୩ରେ ହାଇଦ୍ରାବାଦ ଯାଇଥିଲେ। ସେଠାକାର ଏଲପିନଗର ବୋର୍ଡର ଥାନା ଅଞ୍ଚଳରେ ଏକ ଘରଭଡ଼ା ନେଇ ସାଙ୍ଗସାଥି ହୋଇ ଗୃହ ନିର୍ମାଣ କାମରେ ନିୟୋଜିତ ଥିଲେ। ହଠାତ ୨/୩ ଦିନ ସେ ନ ଖାଇ ନପିଇ ଆଚ଼ରଣରେ ବିକୃତ ଭାବ ପ୍ରଦର୍ଶନ କରୁଥିବା ଦେଖି ସାଙ୍ଗସାଥିମାନେ ଅଶୋକର ବାପାଙ୍କୁ ଖବର ଦେଇଥିଲେ । ବ।ପା ବୁଲୁ ଗୌଡ ସଂପର୍କୀୟଙ୍କ ଘରୁ ୫ହଜାର ଟଙ୍କା ଧାର ଆଣି ଗ୍ରାମର ୨ଜଣଙ୍କୁ ଅଶୋକକୁ ସେଠାରୁ ନେଇ ଆସିବା ପାଇଁ ପଠାଇଥିଲେ। ସେମାନେ ୧୧ ସଂନ୍ଧ୍ୟାରେ ସେଠି ପହଞ୍ଚିବାପରେ ଜାଣିଲେ ଅଶୋକ ସେଠାରୁ କେଉଁଆଡ଼େ ଚାଲିଯାଇଛି। ସମସ୍ତେ ମିଶି ବହୁ ଖୋଜାଖୋଜି କରିବାପରେ ମଧ୍ଯ ସନ୍ଧାନ ନମିଳିବାରୁ ଘର ଲୋକଙ୍କୁ ଖବର ଦେଲେ ଓ ଏଲପିନଗର ବୋର୍ଡର ଥାନାରେ ଏତଲା ଦେଇଥିବା ଅଶୋକର ବଡବାପା ପୁଅ ଭାଇ ଧନୁ ଗୌଡ କହିଛନ୍ତି। , ୧୧/୨ରେ ଅନ୍ୟ ସାଙ୍ଗମାନେ ଖାଇ ଶୋଇପଡିବା ପରେ ଅଶୋକ ରାତି ଘଣ୍ଚେରେ ଘରୁ ଉଠି କେଉଁ ଆଡ଼େ ପଳାଇଯାଇଥିଲେ। ସେ ରାତିରେ ମୁଖ୍ୟ ସଡକରେ ଚାଲି କରି ଯାଉଥିବା ଓ କିଛି ରାସ୍ତା ଯିବାପରେ ଏକ ଗଳି ମଧ୍ୟରେ ପଶିବା ଫୋଟ ସିସିଟିଭି ଫୁଟେଜରୁ ଜଣାପଡିଛି। ସାଙ୍ଗମାନେ ସକାଳୁ ଉଠି ଅଶୋକ ଘରେ ନ ଥିବାର ଦେଖି ବହୁତ ଖୋଜାଖୋଜି କଲେ । ଖୋଜ ଖବର ନପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ବାପାମାଆ ବ୍ୟତିବ୍ୟସ୍ତ ହୋଇ ପୁଅର ସନ୍ଧାନ ନ ପାଇବାରୁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ତାଙ୍କ ପୁଅକୁ ଫେରାଇ ଆଣିବା ପାଇଁ । Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026