Home ଓଡ଼ିଶା ଚଳିତ ବର୍ଷ ପାଳିତ ହୋଇଯାଇଛି ପଞ୍ଚୁଦୋଳ : ଦେଖାଦେଇଛି ଜନ ଅସନ୍ତୋଷ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଦଳୀୟ ନୁହେଁ ସାଧାରଣ ଲୋକଙ୍କ ପାଇଁ ପାଳିତ ହେଉ ଉତ୍ସବ – ରଣପୁରବାସୀ ୧୩ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଚଳିତ ବର୍ଷ ରଣପୁରରେ ଜନସାଧାରଣଙ୍କ ଦର୍ଶନ ପାଇଁ ପାଳିତ ହୋଇଯାଇଛି ପଞ୍ଚୁଦୋଳ । ଶତାଧିକ ଭକ୍ତଙ୍କ ଗହଳିରେ ବଡଦାଣ୍ଡ ଉଛୁରି ପଡ଼ୁଥିବା ବେଳେ ପରମ୍ପରା ଭାଙ୍ଗିବାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏନ୍ଏସି ଅଧ୍ୟକ୍ଷା ତାଙ୍କ ସେନା ବାହିନୀ ଙ୍କ ପ୍ରମୁଖ ଉପସ୍ଥିତି ଓ ସାଂସଦ ପ୍ରତିନିଧିଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚୁଦୋଳ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ରାଜନୈତିକ ଦଳର ହସ୍ତକ୍ଷେପ ରେ ସାଧାରଣ ଜନତା ହଇରାଣ ହନ୍ତସନ୍ତ ହୋଇଥିବା ମଧ୍ୟ ଦେଖାଯାଇଥିଲା । ଜନ ଗହଳି ଓ ଟ୍ରାଫିକ ବ୍ୟବସ୍ଥା କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ନିୟମ ଓ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ଯାହାକୁ ନିଜେ ସାଂସଦ ପ୍ରତିନିଧି ଚେୟାରମ୍ୟାନ ଙ୍କ ଅନୁରୋଧ କ୍ରମେ ଜିଲ୍ଲା ପ୍ରେସିଡେଣ୍ଟ ଙ୍କ ଗାଡ଼ିକୁ ନିୟମଚ୍ୟୁତ କରାଇ ପଞ୍ଚୁଦୋଳ ପଡିଆ ରେ ପାର୍କିଂ କରିବାକୁ ଛାଡ଼ି ଦିଆଯାଇଥିଲା । ଏଥିରେ ଭକ୍ତ ମାନଙ୍କ ଭୀଷଣ ଗହଳି ପରିଲକ୍ଷିତ ହୋଇଥିଲା । ସୂଚନାଯୋଗ୍ୟ ଯେ ଅନ୍ୟ ଗାଡ଼ି ମାନଙ୍କୁ ରାସ୍ତା ଛାଡୁନଥିବା ବେଳେ ବିଜେଡ଼ି ନେତା ଙ୍କ ଗାଡ଼ି କୁ ସ୍ଵାଗତ କରି ପଡିଆ ଭିତରେ ରଖିବା ପାଇଁ କିପରି ଅନୁମତି ପ୍ରଦାନ କରାଗଲା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି କରାଗଲା ନିୟମ ଭଙ୍ଗ ? ପ୍ରସ୍ତୁତି ବୈଠକ ବେଳେ ନିଜେ ଅଧକ୍ଷା ନିୟମ ଜାରି କରି ଦଳୀୟ ନେତା ଙ୍କ ପାଇଁ ନିୟମ ଭଙ୍ଗ କଲେ ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ନିୟମ ଟା କଣ କେବଳ ଜନସାଧାରଣ ଙ୍କ ପାଇଁ ଥିଲା କି ? ରଣପୁର ଭଳି ଗଡଜାତ ଅଞ୍ଚଳର ଚଳନ୍ତି ପ୍ରତିମା ମହାରାଜା ସର୍ବେସର୍ବା ହୋଇକି ପଞ୍ଚୁଦୋଳରେ ଉପସ୍ଥିତ ନଥିବା ବେଳେ ଅପରପକ୍ଷରେ ଦେଖା ଦେଇଥିଲା ବିଜେଡି ନେତା ଙ୍କ ଭିଡ .. ସାଧାରଣରେ ବିଧାୟକ ଙ୍କୁ ଛାଡି ଜିଲ୍ଲା ପ୍ରେସିଡେଣ୍ଟ ଙ୍କ ପାଖରେ କର୍ମୀ ଓ ନେତାଙ୍କର ଗହଳି ଦେଖିବାକୁ ମିଳିଥିଲା । ତେବେ ଅନ୍ୟ ଅଞ୍ଚଳ ରୁ ଆସିଥିବା ଲୋକଙ୍କ ଠାରେ ଅସଂତୃଷ୍ଟ ଦେଖା ଦେଇଥିଲା ବେଳେ ଦୋଳ ପ୍ରତ୍ୟାଗମନ ସମୟରେ ବ୍ୟତିକ୍ରମ ଭିତ୍ତିକ ପରମ୍ପରା ଭଙ୍ଗ ପଞ୍ଚୁଦୋଳ ବ୍ୟବସ୍ଥାକୁ ନେଇ ଯୁବ ନାଗରିକ ଓ ଜନସାଧାରଣ ଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ରାତି ରେ ହୋଇଥିବା ମେଳଣ ଓ ପଞ୍ଚୁଦୋଳ ବ୍ୟବସ୍ଥା ରେ ଖଇଚା ହୋଇଥିବାରୁ ସାଂସଦ ପ୍ରତିନିଧି ଙ୍କ ସହ ସାଧାରଣ ଲୋକଙ୍କ ର ବଚସା ହୋଇଥିଲା ଯାହାକି ପୋଲିସର ହସ୍ତକ୍ଷେପ ପରେ ସମାଧାନ ହୋଇଥିବା ଜଣା ଯାଇଛି । ତେବେ ଆଗକୁ ଏଭଳି ଜନସ୍ଵାର୍ଥ ନିହିତ କାର୍ଯ୍ୟକ୍ରମ ରେ ରାଜନୈତିକ ଦଳର ଭାରି ପ୍ରଭାବ ନ ପକାଇବା ପାଇଁ ସାଧାରଣ ରେ ଚର୍ଚ୍ଚା ହେଉଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026 ଦକ୍ଷତା ବିକାଶକୁ ନେଇ ବିଜେପି ସରକାରଙ୍କୁ ବିଜେଡିର ତୀବ୍ର ସମାଲୋଚନା by Proprietor Abhimanyu Maharana October 15, 2026