Home ଓଡ଼ିଶା ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଗଠିତମହାସଂଘ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ରବି ରଥ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୩ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ କ୍ରମାଗତ ଭାବେ ସରକାରୀ ଅବହେଳାର ଶିକାର ହୋଇ ଆସୁଥିବାରୁ ଏହାର ପ୍ରତିକାର ପାଇଁ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କ ଏକ ରାଜ୍ୟସ୍ତରୀୟ ସଂଗଠନ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଗଠନ କରାଯାଇଛି କଟକ ସ୍ଥିତ ପାନ୍ଥ ନିବାସ ଠାରେ ଆୟୋଜିତ ସଂଗଠନର ସାଧାରଣ ପରିଷଦ ବୈଠକରେ ଆବାହକ ତଥା ବରିଷ୍ଠ ସାମ୍ବାଦିକ କଳିଙ୍ଗ ପ୍ରଭାର ସମ୍ପାଦକ ପ୍ରଦୀପ୍ତ କୁମାର ପରିଡ଼ା ଅଧ୍ୟକ୍ଷତା କରିଥିଲେ ଅତିଥି ଭାବେ ସମଦୃଷ୍ଟି ପାକ୍ଷିକ ପତ୍ରିକାର ସୁଧୀର ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ତଥା କଟକର ବରିଷ୍ଠ ଜନନେତା ଅକ୍ଷୟ କୁମାର ଦାଶ, ଦୈନିକ ପଯର୍ୟବେକ୍ଷକ ତଥା କଳିଙ୍ଗ କ୍ରନିକାଲର ସମ୍ପାଦକ ଡ଼. ପବିତ୍ର ମୋହନ ସାମନ୍ତରାୟ ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ କିଭଳି ଅବହେଳିତ ହେଉଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସାଧାରଣ ଜନତାଙ୍କ ମୌଳିକ ଓ ବାସ୍ତବ ସମସ୍ୟା କେବଳ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ହିଁ ପ୍ରକାଶ କରିଥାନ୍ତି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ପ୍ରକାଶନର ଉଦାହରଣ ଦେଇ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କୁଜିବର ପତ୍ର ଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀଙ୍କ ମଧ୍ୟ ଗାନ୍ଧି ଗୁ ସମାଚାର ଏକଦା ସ୍ବାଧୀନତା ସଂଗ୍ରାମର ସାରଥୀ ହୋଇପାରିଥିଲା ଆଜି ମଧ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନଙ୍କର ଗୁରୁତ୍ବ ରହିଛି ସ୍ଥାନୀୟ ଖବର ପ୍ରକାଶନ କ୍ଷେତ୍ରରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୁମିକା ଥିବା ବେଳେ ଏପରି ସମ୍ବାଦପତ୍ର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପରିତ୍ୟାଗ କରି ଆବଶକୀୟ ସହଯୋଗ ଯୋଗାଇ ଦେବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇ ଆବଶ୍ୟକ ପଡ଼ିଲେ ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ବକ୍ତମାନେ କହିଥିଲେ ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ବିଜ୍ଞାପନ ପ୍ରଦାନ ପାଇଁ ଏକ ସ୍ବତନ୍ତ୍ର ନୀତି ପ୍ରଣୟନ, ଆରଏନଆଇ ସ୍ବୀକୃତିପ୍ରାପ୍ତ ସମ୍ବାଦପତ୍ରର ମାଲିକ/ସମ୍ପାଦକ /ପ୍ରକାଶକମାନଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ପରିସରଭୁକ୍ତ କରିବା, ସରକାରଙ୍କ ସ୍ବୀକୃତି ଅନୁମୋଦନ ପାଇଁ ଆବେଦନ କରିଥିବା ସମ୍ବାଦପତ୍ରଗୁଡ଼ିକ ପ୍ରତି କୋହଳ ମନୋଭାବ ଗ୍ରହଣ ସହ ସ୍ବୀକୃତି ପ୍ରଦାନ କରିବା ଇତ୍ୟାଦି ଉପରେ ଆଲୋଚନା ହୋଇଥିଲାସଂଗଠନକୁ କ୍ରିୟାଶୀଳ କରିବା ପାଇଁ ପୂର୍ଣ୍ଣାଙ୍ଗ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କୁ ପୁଣି ରାଜ୍ୟସ୍ତରୀୟ ସଭାପତି ଭାବେ ନର୍ିବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସଞ୍ଜୟ କୁମାର ଦାଶ, ଉପସଭାପତି ଭଜରାମ ମହାପାତ୍ର, ଜଗଦୀଶ ମିଶ୍ର, ସଂଗଠନ ସମ୍ପାଦକ ଅକ୍ଷୟ କୁମାର ନାୟକ, ହୃଷିକେଶ ମହାନ୍ତି, ଯୁଗ୍ମ ସମ୍ପାଦକ ଭାବେ ରମାକାନ୍ତ ପରିଜା, ନିତ୍ୟ ନିରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ ଭାବେ ଆର୍ତ୍ତତ୍ରାଣ ପତି ଓ 11 ଜଣ କାଯର୍ୟକାରୀ କମିଟି ସଦସ୍ୟ ଭାବେ ନର୍ିବାଚିତ ହୋଇଥିଲେ ସଂଗଠନର ଉପଦେଷ୍ଟା ଭାବେ ଡ଼. ପବିତ୍ର ମୋହନ ସାମନ୍ତରାୟ, ସୁଧୀର କୁମାର ପଟ୍ଟନାୟକ, ରଜନୀକାନ୍ତ ସାମନ୍ତରାୟ, ପ୍ରଦୀପ୍ତ କୁମାର ପରିଡ଼ାଙ୍କୁ ମନୋନୀତ ହୋଇଥିଲେ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ସୁକଦେବ ପରିଡ଼ା, କୃଷ୍ଣଚନ୍ଦ୍ର ପ୍ରଧାନ, ବାବୁଲି ବେହେରା, ମର୍ିଜା ରିଜୁାନ ବେଗ, ଜ୍ଞାନଦତ୍ତ ବେହେରା, ବଦ୍ରି ମିଶ୍ର, ପ୍ରକାଶ ଚନ୍ଦ୍ର ଖଟୋଇ, ହୃଷିକେଶ ମହାନ୍ତି, ଗିରିଧାରୀ ପଟ୍ଟନାୟକ, କମଳାକାନ୍ତ ଦାଶ, ଡ଼ମ୍ବରୁଧର ଦାଶ, ସରୋଜ ପଟ୍ଟନାୟକ, ନିତ୍ୟ ନିରଞ୍ଜନ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ 50 ଜଣ ସମ୍ପାଦକ ଯୋଗ ଦେଇଥିଲେ ଶେଷରେ ରମାକାନ୍ତ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026