Home ଅପରାଧ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାମ ନିମ୍ନମାନର ଅଭିଯୋଗ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ତହସିଲ କାର୍ଯ୍ୟାଳୟର ବିନା ଅନୁମତିରେ ସରକାରୀ ଜମି ସହ ଖନନ କୁପ ଭିତରେ ଡିନାମାଇଟ ରେ ପଥର ବ୍ଳାଟିଙ୍ଗ । ନିୟୋଜିତ ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଚିକିତ୍ସିତ । ୧୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଜନସ୍ବାସ୍ଥ୍ୟ କୁ ଦୃଷ୍ଟି ରେ ରଖି ଗାଁ ଗାଁ ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ମାତ୍ର କାମ ଆରମ୍ଭ ରୁ ଅତି ନିମ୍ନ ମାନର କାମ ହେଉଥିବା ସହ ତହସିଲ କାର୍ଯ୍ୟାଳୟ ର ବିନା ଅନୁମତିରେ ଡିନାମାଇଟ ଯୋଗେ ପଥର ବ୍ଳାଟିଙ୍ଗ ହେଉଥିବା ଅଭିଯୋଗ ହେଉଛି । ଯାହାଫଳରେ ଜଣେ ଶ୍ରମିକ ଗୁରୁତର ହୋଇ କଟକ ର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶୁଣିବାକୁ ମିଳିଛି । ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ କେନ୍ଦୁମୁଣ୍ଡି ପଞ୍ଚାୟତ ଗଡିଆଯୋର ଗାଁ ରୁ ।ଏହି ଗାଁ ର ଲୋକ ସଂଖ୍ୟା ପ୍ରାୟ ୫ ଶହ ରୁ ଉର୍ଦ୍ଧ୍ବ ଥିବା ବେଳେ ଗାଁ ଲୋକଙ୍କ ପାନୀୟଜଳ ର ବ୍ୟବସ୍ଥା ପାଇଁ ୪ ଗୋଟି ନଳକୂପ ସାଙ୍ଗକୁ ଏକ ପୋଖରୀ ରହିଛି । ଖରା ଦିନେ ଗାଁ ରେ ପାନୀୟ ଜଳ ର ଘୋର ସଂକଟ ହେଉଥିବା ଯୋଗୁଁ ଗ୍ରାମବାସୀ ଙ୍କ ଅଭିଯୋଗ କ୍ରମେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ଗାଁ ରେ ଏକ ଖୋଲା ଗଭିର କୁପ ଖୋଲାଯାଇ ଓଭର ଟ୍ୟାଙ୍କ ଜରିଆରେ ଗାଁ କୁ ପାନୀୟଜଳ ଯୋଗାଇ ଦେବାକୁ କାମ ଆରମ୍ଭ ହୋଇଯାଇଛି । ପାଟଣାଗଡ଼ ଅଞ୍ଚଳର ଜନୈକ ଠିକାଦାର ବିନା ସୂଚନା ଫଳକ ରେ ନୟାଗଡ଼ ଜିଲ୍ଲାର କିଛି ଶ୍ରମିକ ମାନଙ୍କୁ ନେଇ ଖୋଲା ଗଭିରକୂପ କାମ କରୁଥିବା ସହ ତହସିଲ କାର୍ଯ୍ୟାଳୟ ର ବିନା ଅନୁମତିରେ ଉକ୍ତ ଠିକାଦାର ଜଣକ କୁପ ଭିତରେ କମ୍ପପ୍ରେସର ର ସହାୟତା ନେଇ ଶ୍ରମିକଙ୍କ ଜରିଆରେ ପଥର ବ୍ଳାଟିଙ୍ଗ କରୁଛନ୍ତି ।ସେହି ଶ୍ରମିକ ମାନଙ୍କ ମଧ୍ୟରୁ ବ୍ଳାଟିଙ୍ଗ ସମୟରେ ଅଘଟଣ ଘଟି ଜଣେ ଶ୍ରମିକ ଡିନାମାଇଟ ବ୍ଳାଟିଙ୍ଗ ଯୋଗୁଁ ଗୁରୁତର ଆହତ ହୋଇ କଟକ ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶୁଣିବାକୁ ମିଳିଛି । ଏହି ଘଟଣା ପ୍ରଘଟ ନହେବା ପାଇଁ ଠିକାଦାର ଜଣକ ଗୁରୁତର ଶ୍ରମିକ ଙ୍କ ପରିବାର ଲୋକଙ୍କୁ ଅର୍ଥ ବଳରେ ମୁହଁ ବନ୍ଦ କରାଇଦେଇଥିବା ଶୁଣିବାକୁ ମିଳିଛି। । ଏତତ୍ ବ୍ୟତୀତ ଏହି କାମରେ ନିୟୋଜିତ ଥିବା ଶ୍ରମିକ ମାନଙ୍କୁ ମଧ୍ୟ ମୋଟା ଅଙ୍କର ପ୍ରଲୋଭନ ଦେଖାଇ ଘଟଣା ବିଷୟ ରେ କିଛି ପ୍ରକାଶ ନକରିବାକୁ ଠିକାଦାର ଜଣକ ପ୍ରବର୍ତ୍ତାଇ ଥିବା ଶୁଣିବାକୁ ମିଳିଛି ।ଅପରପକ୍ଷରେ ନିକଟରେ ଥିବା ସରକାରୀ ଜମି ରୁ ତହସିଲ ର ବିନା ଅନୁମତିରେ କମ୍ପ୍ରେସର ,ହେମର ,ଜେସିବି ମାଧ୍ୟମରେ ପଥର ବାହାର କରି ଟ୍ରାକ୍ଟର ଯୋଗେ ଖୋଲା ଗଭିର କୁପ ପାଖକୁ ନେଉଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ତହସିଲଦାର ଲକ୍ଷ୍ମଣ ମାଝୀ ଙ୍କୁ ପଚାରିବାରୁ ଡିଟାମାଇଟ ବ୍ଳାଟିଙ୍ଗ ସହ ସରକାରୀ ଜମି ରୁ ପଥର ନେବା ପାଇଁ ଠିକାଦାର ଜଣକଙ୍କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୌଣସି ଅନୁମତି ଦିଆଯାଇନାହିଁ । ରାଜସ୍ବ ନୀରିକ୍ଷକ ଙ୍କ ସହ କିଛି କର୍ମଚାରୀଙ୍କୁ ଏ ସଂକ୍ରାନ୍ତରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଛି ବୋଲି ପ୍ରକାଶ କରିଥିଲେ ।ଅପରପକ୍ଷରେ ଶ୍ରମିକ ଜଣକ ଗୁରୁତର ହେବା ପରେ ଠିକାଦାର ଜଣକ ତରବରିଆ ଭାବରେ ନିୟମ ମୁତାବକ କୁପ ଖନନ ନକରି କୁପ ଚର୍ତୁପାଶ୍ୱ କୁ ଯେଣେତେଣେ ପ୍ରକାରେ ପଥର ବାନ୍ଧୁଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ,ଓ ଉପ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ବାରମ୍ବାର ଯୋଗାଯୋଗ ପରେ ମଧ୍ୟ ସେ ଜାଣି ଶୁଣି ଫୋନ୍ ଉଠାଇଥିଲେ । ଏଥିପ୍ରତି ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । Categories: ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ‘ଦାଦା’ ସଂଗଠନ ତରଫରୁ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ୧୧୫ ତମ ଜୟନ୍ତୀ ପାଳନ by Proprietor Abhimanyu Maharana August 26, 2026 ମାଗଣା ରକ୍ତ ପରୀକ୍ଷାରୁ ବଞ୍ଚିତ ରୋଗୀ, ବାହାରେ ଗଣୁଛନ୍ତି ମୋଟା ଅଙ୍କ by Proprietor Abhimanyu Maharana August 27, 2026 ଯୁବ ରେଡକ୍ରସ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ଧବିଶ୍ୱାସ, କୁ-ସଂସ୍କାର ଦୂରିକରଣ କୁ ନେଇ ସଚେତନତା ଶିବିର by Proprietor Abhimanyu Maharana August 26, 2026 "ବିକଶିତ କନ୍ଧମାଳ-ଦାଦନମୁକ୍ତ କନ୍ଧମାଳ" ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ by Proprietor Abhimanyu Maharana August 26, 2026 ଯନ୍ତ୍ରୀ ନିଷ୍କ୍ରିୟ,ଠିକାଦାର ବେଫିକର୍ : କେନାଲ ସଫାକୁ ୨ ମାସ ପୁରିଲା - ରାସ୍ତାକଡରୁ ହଟୁନି କୁଢ଼ କୁଢ଼ ଅଳିଆ by Proprietor Abhimanyu Maharana August 26, 2026 ଉତ୍କଳ ସଂସ୍କୃତି ବିସ୍ୱବିଦ୍ୟାଳୟରେ ପି. ଏଚ. ଡି. ଏଣ୍ଟରାନ୍ସରେ ମହାଦୁର୍ନୀତି by Proprietor Abhimanyu Maharana August 26, 2026