Home ଓଡ଼ିଶା ବିଶ୍ବର ନାରୀନେତ୍ରୀ ମାନଙ୍କର ସମାନ ମାନ୍ୟତା ପାଇଁ ରଣହୁଙ୍କାର by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ଓ ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ଶକ୍ତି ଉତ୍ସବ ଆୟୋଜନ ୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ/ ଭୁବନେଶ୍ୱର/ ନୂଆଦିଲ୍ଲୀ/ଲଣ୍ଡନ/ କାନବେରା/ ରୋଡସଆଇଲ୍ୟାଣ୍ଡ :- ମହିଳାମାନେ ସମାଜରେ ସମାନ ସମ୍ମାନ, ଉଚିତ୍ ମାନ୍ୟତା ଓ ଉପଯୁକ୍ତ ଅଧିକାର ପାଇବା ପାଇଁ ହକଦାର ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ୱାର୍ଲଡ୍ ଓଡ଼ିଶା ସୋସାଇଟି( ୱାଓସୋ) ର ସହଯୋଗରେ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ତରଫରୁ ଆୟୋଜିତ ଦ୍ଵିତୀୟ ଶକ୍ତି ଉତ୍ସବରେ ଭାଗ ନେଇ ସମ୍ମାନୀୟ ଅତିଥିମାନେ ସାରା ବିଶ୍ବରେ ନାରୀଜାତି ନିଜର ଭୂମିକା, ଦାୟିତ୍ଵ ଏବଂ କର୍ତ୍ତବ୍ୟକୁ ଦକ୍ଷତାର ସହିତ ସମ୍ପାଦନା କରିବା ସାଙ୍ଗକୁ ଦେଶ ଓ ଜାତିର ମଙ୍ଗଳ ପାଇଁ ଉଲ୍ଲେଖଯୋଗ୍ୟ ସେବା ପ୍ରଦାନ ଯୋଗୁଁ ପ୍ରଶଂସା ଅର୍ଜନ କରି ଚାଲିଥିବା ଦର୍ଶାଇଥିଲେ। ଉଭୟ ବାସ୍ତବ ଓ ଆଭାସୀ ମଞ୍ଚରେ ଅନୁଷ୍ଠିତ ଏହି ସମାରୋହରେ ଶତାଧିକ ସଂଖ୍ୟାରେ ତୁଙ୍ଗ ନାରୀନେତ୍ରୀ, ବିଭିନ୍ନ ଦେଶର ପ୍ରବାସୀ ଓଡ଼ିଆ ନେତୃବୃନ୍ଦ, ବିଶ୍ଵ ଭରି ଶୋଭନୀୟ ଆନ୍ଦୋଳନ ଏବଂ ୱାଓସୋର ସଦସ୍ୟଗଣ ତଥା ଉତ୍ସବସ୍ଥଳ କଟକର ବିଡାନାସୀସ୍ଥିତ ଶୋଭନୀୟ ଶିକ୍ଷାଶ୍ରମର ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ରଙ୍ଗ ବେରଙ୍ଗର କପଡ଼ା ଓ ଫୁଲରେ ସଜାଯାଇଥିବା ସଭାସ୍ଥଳ ସମଗ୍ର ପରିବେଶକୁ ଉତ୍ସବମୁଖର କରି ଗଢ଼ି ତୋଳିଥିଲା। ଆଗନ୍ତୁକ ଅତିଥି ମାନେ ପ୍ରଥମେ ମଞ୍ଚରେ ଶୋଭା ପାଉଥିବା ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠାତା ପୂଜ୍ୟ କୁମାର ଭାଇଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିବା ପରେ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ସମାବେଶରେ ସ୍ୱାଗତ ଭାଷଣ ପ୍ରଦାନ କରି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧକ୍ଷ କିଶୋର ଦ୍ବିବେଦୀ ନାରୀ ମାନେ ଦୁନିଆର ସୃଷ୍ଟିକର୍ତ୍ତା ହୋଇଥିବାରୁ ସଦାସର୍ବଦା ପୂଜାର ପାତ୍ର ବୋଲି ଉଲ୍ଲେଖ କରିଥିଲେ। ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଓ ୱାଓସୋର ପ୍ରତିଷ୍ଠାତ୍ରୀ ଡକ୍ଟର ଅରୁନ୍ଧତୀ ଦେବୀ, ସାରା ଦୁନିଆରେ ମାତୃଶକ୍ତିକୁ ଯଥୋଚିତ ମାନ୍ୟତା ଦିଆଗଲେ ଏକ ସୁସ୍ଥ, ସୁରକ୍ଷିତ ଓ ଶୋଭନୀୟ ସମାଜ ଗଠନ ସମ୍ଭବପର ହେବ ବୋଲି ସୁଚାଇଥିଲେ। ୱାଓସୋର ମହିଳା ଶାଖାର ସଭାପତି ଡକ୍ଟର ସୁନନ୍ଦା ମିଶ୍ର ପଣ୍ଡା ଭାରତୀୟ ସଂସ୍କୃତିରେ ବେଦ ଯୁଗ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ନାରୀ ଜାତିକୁ ନିରନ୍ତର ଭାବେ ଭବ୍ୟ ମର୍ଯ୍ୟାଦା ପ୍ରଦାନ କରାଯାଇ ଆସିଛି ବୋଲି କହିଥିଲେ। ୱାଓସୋର ମହିଳା ଶାଖାର ସାଧାରଣ ସମ୍ପାଦକ ଚିଦାତ୍ମିକା ଖଟୁଆ, ମହିଳା ମାନେ ସବୁକ୍ଷେତ୍ରରେ ସେମାନଙ୍କର ଉତ୍କର୍ଷତା ପ୍ରତିପାଦନ କରି ପ୍ରଶସ୍ତି ଅର୍ଜନ କରୁଥିବା ପ୍ରକାଶ କରିଥିଲେ। ସମ୍ମାନୀୟ ଅତିଥି ବଲାଙ୍ଗୀରର ଉପଜିଲ୍ଲାପାଳ ଶୁଭସ୍ମିତା ମିଶ୍ର ନାରୀ ଦୟା, କ୍ଷମା ଏବଂ କୃତଜ୍ଞତାର ଜାଜ୍ଵଲ୍ୟମାନ ପ୍ରତୀକ ତଥା ଭଗବାନଙ୍କର ସର୍ବୋକୃଷ୍ଟ କୃତୀ ବୋଲି କହିଥିଲେ। ମହିଳା କୋମଳ କିନ୍ତୁ କମଜୋର ନୁହେଁ ବୋଲି ସୂଚାଇ ସୁଶ୍ରୀ ମିଶ୍ର ସମାଜର ସଫଳ ପ୍ରଗତି ପାଇଁ ଉଭୟ ନାରୀ ଓ ପୁରୁଷଙ୍କ ମଧ୍ୟରେ ସନ୍ତୁଳନ ରଖାଯିବାର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ପଟ୍ଟୟସୀ ଇଲିଆନା ସିଟ୍ଟାରିଷ୍ଟି ମାତୃଶକ୍ତିକୁ ସର୍ବୋପରି ଓ ସର୍ବଶ୍ରେଷ୍ଠ ଆଖ୍ୟା ପ୍ରଦାନ କରିଥିଲେ। ପ୍ରତିଷ୍ଠିତ ଲେଖିକା କବିତା ଗୁପ୍ତା ନାରୀ ଜାତିର ସଶକ୍ତିକରଣ ସକାଶେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଇଣ୍ଡୋନେସିଆର ଆଧ୍ୟାତ୍ମିକ ଗୁରୁ ଅଗସ ଇନ୍ଦ୍ର ଉଦୟନ୍ ବିଶ୍ଵ ସାରା ସୁଖସମୃଦ୍ଧି କାମନା କରି କବିତା ଆବୃତ୍ତି କରିଥିଲେ। ଶୋଭନୀୟ ଆନ୍ଦୋଳନର ବରିଷ୍ଠ ସଦସ୍ୟ ଡଃ ବନଲତା ଦେବୀ ଦେବଶିଶୁ ମାନେ ନୀତିନିଷ୍ଠ ଓ ଆତ୍ମନିର୍ଭର ହେବା ଉପରେ ଜୋର୍ ଦେଇଥିଲେ। ଅଧ୍ୟାପିକା ଜ୍ୟୋତିର୍ମୟୀ ମହାନ୍ତି ନାରୀ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ପରିସ୍ଫୁଟନ ଓ ବିନିଯୋଗକରଣ ସପକ୍ଷରେ ମତ ପ୍ରକାଶ କରିଥିଲେ। ଅଷ୍ଟ୍ରେଲିଆରୁ ୱାଓସୋର ଉପାଧ୍ୟକ୍ଷ ଡଃ ନଳିନୀ ପତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅନନ୍ୟା ଦେବ ଓ ଗୁନଗୁନଙ୍କ ନେତୃତ୍ବରେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀମାନେ ସୁମଧୁର ଆବାହନୀ ସଙ୍ଗୀତକୁ ଆଧାର କରି ନୃତ୍ୟ ପ୍ରଦର୍ଶନ କରିଥିଲେ। ପ୍ରସିଦ୍ଧ ଗାୟିକା ଅନିନ୍ଦିତା ଦାସ ତାଙ୍କର ମର୍ମସ୍ପର୍ଶୀ ସଙ୍ଗୀତ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଲଣ୍ଡନରୁ ଡଃ ଭାଗ୍ୟଶ୍ରୀ ସିଂହ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଞ୍ଚାଳନା କରିଥିଲେ। ପ୍ରିୟରଞ୍ଜନ ମହାନ୍ତି ଓ ନନ୍ଦନ ଦ୍ବିବେଦୀ ଦକ୍ଷତାର ସହିତ ଡିଜିଟାଲ କକ୍ଷକୁ ନିୟନ୍ତ୍ରଣ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଗୁରୁ ପ୍ରସାଦ ମିଶ୍ର, ସତ୍ୟଗୋପାଳ ରାଜଗୁରୁ, ଡ଼ଃ ମୃତ୍ୟୁଞ୍ଜୟ ଦାଶ, ଆମେରିକାରୁ ଅକ୍ଷୟ ମହାନ୍ତି, ଦକ୍ଷିଣ କୋରିଆରୁ ଡଃ ସୀତାଂଶୁ ଶେଖର ନନ୍ଦ, ଇଟାଲୀରୁ ଦେବାଶିଷ ଶ୍ରୀଚନ୍ଦନ, ଚାଟାର୍ଡ ଏକାଉଣ୍ଟାଣ୍ଟ ସୁଧୀର ଦାଶ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ପୁଷ୍ପାଞ୍ଜଳି ବାରିକ, ବିଏମସି କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ଡଃ ଅନୀତା ପଣ୍ଡା, ଡଃ ଅନୀତା ସାବତ, ମମତା ପ୍ରଧାନ, ଗୀତାଞ୍ଜଳି ସ୍ୱାଇଁ, ରୀତା ପାତ୍ର, କାବେରୀ ବେହେରା, ଦେବଦୀପ୍ତି ବିଶ୍ଵାଳ, ତପସ୍ଵିନୀ ଦାସ ଏବଂ ସୁଶ୍ରୀ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। Categories: ଓଡ଼ିଶା, ଦେଶ, ହୋମ୍ Related Content ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026 ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026 Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026