Home ଓଡ଼ିଶା ବି.ଏସ୍.କେ.ୱାଇ. ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମର ମିଳିତ ପ୍ରଚେଷ୍ଟା ବର୍ଷା ପାଇଁ ବରଦାନ ହେଲା ମା’ ପ୍ରଭାସିନୀ ଆରୋଗ୍ୟ ଲାଭ କଲେ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ବର୍ଷାର ଶିକ୍ଷା ପାଇଁ ମିଳିଲା ସହାୟତା ୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ.) ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମର ମିଳିତ ପ୍ରଚେଷ୍ଟା ଗଞାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କଇଥପୋଲି ହରିଜନ ସାହିର ନାବାଳିକା ବର୍ଷା ନାଇକ (୧୭ ବର୍ଷ) ପାଇଁ ବରଦାନ ସାବସ୍ତ୍ୟ ହୋଇଛି । ମାନସିକ ଭିନ୍ନକ୍ଷମ ହୋଇଯାଇଥିବା ବର୍ଷାର ମା’ ଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇଛି । ସେ ଆରୋଗ୍ୟ ଲାଭ କରିଛନ୍ତି । ପାଠ ପଢା ପାଇଁ ମଧ୍ୟ ବର୍ଷାକୁ ସହାୟତା ମିଳିଛି । ଘଟଣାର ବିବରଣୀରୁ ଜଣାପଡିଛି ଯେ ବର୍ଷାଙ୍କର ମା’ ପ୍ରଭାସିନୀ ନାଇକ ମାନସିକ ରୋଗଗ୍ରସ୍ତ ହୋଇପଡିଥିଲେ । ବର୍ଷାକୁ ଘରର କାମ, ଖାଦ୍ୟ ଯୋଗାଡ, ମା’ ଙ୍କର ଯତ୍ନ ଆଦି ସମସ୍ତ କାମ କରିବାକୁ ପଡୁଥିଲା । ଆର୍ଥିକ ଦୁରାବସ୍ଥା ମଧ୍ୟ ଆଉ ଏକ ବାଧକ ଥିଲା । ଗଣମାଧ୍ୟମରୁ ଏକଥା ଜାଣିବାମାତ୍ରେ ବି.ଏସ୍.କେ.ୱାଇ. ଟିମ୍ ମିଶନ୍ ମୋଡରେ କାମ ଆରମ୍ଭ କରିଥିଲେ । ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ, ଗଞାମ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମ୍, ବେଲଗୁଣ୍ଠା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରଙ୍କ ମିଳିତ ସହଯୋଗିତାରେ ଦଳଗତ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରଭାସିନୀ ରହୁଥିବା ଗ୍ରାମରେ ପହଞ୍ଚି ଏହି ଟିମ୍ ସ୍ଥାନୀୟ ଲୋକ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସହାୟତାରେ ପ୍ରଭାସିନୀଙ୍କ ପରିବାର ସହ ଆଲୋଚନା କରିଥିଲେ । ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେବ ବୋଲି ବୁଝାଇଥିଲେ । ଲଗାତର ଦୁଇ ତିନିଥର ସିଧାସଳଖ ଆଲୋଚନା, ବୁଝାସୁଝା ଏବଂ ପ୍ରତିଶୃତି ଆଦି ପରେ ପରିବାରଙ୍କ ପୂର୍ଣ୍ଣ ସହମତିରେ ଜଣେ ଆତ୍ମୀୟ ସହାୟକଙ୍କ ସହିତ ପ୍ରଭାସିନୀଙ୍କୁ ଫେବୃଆରୀ ୧୬ ତାରଖ ଦିନ ସ୍ୱତନ୍ତ୍ର ଗାଡିରେ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଆବଶ୍ୟକୀୟ ଚିକିତ୍ସାପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ପରିସରରେ ଥିବା ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଓ ନିଶାନିବାରଣ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଆଡମିଶନ କରି ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ବିଶେଷଜ୍ଞମାନଙ୍କ ଦ୍ୱାରା ପଦ୍ଧତିଗତ ଚିକିତ୍ସା ଓ ନିରନ୍ତର ପର୍ଯ୍ୟବେକ୍ଷଣ ଯୋଗୁ ପ୍ରଭାସିନୀଙ୍କ ମାନସିକ ସ୍ଥିତିରେ ଦୃତ ଉନ୍ନତ୍ତି ସାଧନ ହୋଇଥିଲା । ସେ ଧିରେ ଧିରେ ଆରୋଗ୍ୟ ଲାଭ କରିଥିଲେ ।ହସ୍ପିଟାଲରେ ତାଙ୍କ ପାଖରେ ଥିବା ନିଜ ପୁଅ ଏବଂ ଡ଼ାକ୍ତର ଓ ନର୍ସମାନଙ୍କ ସହ ସ୍ୱାଭାବିକ କଥାବାର୍ତ୍ତା କରିବା ଆରମ୍ଭ କଲେ । ଶେଷରେ ଗତକାଲି (ତା ୯/୩/୨୦୨୩ ରିଖ) ପ୍ରଭାସିନୀଙ୍କୁ ହସ୍ପିଟାଲରୁ ଡିସଚାର୍ଯ କରାଯାଇଥିଲା । ସଂପୂର୍ଣ୍ଣ ଚିକିତ୍ସା ଓ ଔଷଧ ଆଦି ତାଙ୍କୁ ମାଗଣାରେ ଯୋଗାଯାଇଥିଲା । ହସ୍ପିଟାଲରୁ ଡିସଚାର୍ଯ ସମୟରେ ଏକ ମାସ ପାଇଁ ଔଷଧ ଦିଆଯାଇଥିଲା । ପରବର୍ତ୍ତି ଅନୁସରଣ ଚିକିତ୍ସା ବିଷୟରେ ତାଙ୍କର ପୁଅ ଓ ପରିବାର ଲୋକମାନଙ୍କୁ ମଧ୍ୟ ବୁଝାଇ ଦିଆଯାଇଥିଲା । ଆଜି ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ପ୍ରଭାସିନୀ ପ୍ରାୟ ସ୍ୱାଭାବିକ ଜୀବନ ଆରମ୍ଭ କରୁଛନ୍ତି । ବି.ଏସ୍.କେ.ୱାଇ. ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମ୍ ମଧ୍ୟ ତାଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି ।ଇତି ମଧ୍ୟରେ ବର୍ଷାଙ୍କୁ ଶିକ୍ଷା ବାବଦ ଜରୁରୀ ଖର୍ଚ୍ଚ ନିମନ୍ତେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ‘ବୁକ୍ ବ୍ୟାଙ୍କ୍’ ରୁ ମାଗଣାରେ ତାଙ୍କୁ ବହି ଯୋଗାଇ ଦିଆଯାଇଛି । ବର୍ଷାର +୨ ଶିକ୍ଷା ନିମନ୍ତେ ସମସ୍ତ ଫିସ୍ ଛାଡ କରିବା ପାଇଁ ଭଞନଗର ଉପଜିଲ୍ଲାପାଳ ସଂପୃକ୍ତ +୨ କଲେଜକୁ ନିର୍ଦେଶ ଦେଇଛନ୍ତି । ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ଗ୍ରାମୀଣ ଆବାସ ଯୋଜନାରେ ସାମିଲ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଭାସିନୀଙ୍କ ପୁଅ ଦୀପକ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ମୋର ମା’କୁ ଭଲ କଲା ଏବଂ ଆମ ପରିବାରକୁ ରକ୍ଷାକଲା । ଆମେ ଏଥିପାଇଁ ଚିର କୃତଜ୍ଞ ।” ପ୍ରଭାସିନୀଙ୍କୁ ସହାଯତା କରୁଥିବା ତାଙ୍କର ବଡ଼ ଭଉଣୀ ବିଭାସିନୀ କହିଛନ୍ତି, “ଓଡ଼ିଶା ସରକାରଙ୍କ ପାଇଁ ଦୀର୍ଘଦିନ ଧରି ମାନସିକ ରୋଗାଗ୍ରସ୍ତ ଥିବା ମୋର ଭଉଣୀ ଭଲ ହେଲା, ତା’ର ପିଲା ଛୁଆ ପରିବାର ରକ୍ଷା ହେଲା । ବି.ଏସ୍.କେ.ୱାଇ. ସତରେ ଜୀବନ ରକ୍ଷାକାରୀ ଯୋଜନା । ମୁଖ୍ୟମନ୍ତ୍ରୀଙ୍କୁ କୋଟି ପ୍ରଣାମ ।” Categories: ଓଡ଼ିଶା, ଖୋର୍ଦ୍ଧା, ଗଞ୍ଜାମ, ମହାନଗର, ହୋମ୍ Related Content Vedanta Aluminium's Skill Development Initiative Upskills 1000 Plus Kalahandi Youths, Enabling Sustainable Livelihoods by Proprietor Abhimanyu Maharana September 24, 2026 ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା by Proprietor Abhimanyu Maharana September 23, 2026 ୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ by Proprietor Abhimanyu Maharana September 23, 2026 ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ by Proprietor Abhimanyu Maharana September 23, 2026 Odisha named among India’s most pronounced drought hotspots as extremes spread along the eastern coast: 52-year study by Proprietor Abhimanyu Maharana September 23, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ by Proprietor Abhimanyu Maharana September 23, 2026