ଆବାସିକ ବିଦ୍ୟାଳୟ ସ୍ଥାନ ସଂରକ୍ଷଣ ଉଛେଦ ନେଇ ବିବାଦ

୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଳକର ଚନ୍ଦ୍ରଗିରି ଗ୍ରାମରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣକୁ ନେଇ ଦେଖାଦେଇଛି ବିବାଦ । ଏହି ବିଦ୍ୟାଳୟ ୨୦୦୧ରେ ସ୍ଥାପିତ ହୋଇଥିରୁ ଚନ୍ଦ୍ରଗିରି ଅଞ୍ଚଳର ସାଧାରଣ ବର୍ଗର ପିଲାଙ୍କ ପାଇଁ ୧୦ ପ୍ରତିଶତ ସିଟ୍ ସଂରକ୍ଷଣ ବ୍ୟବସ୍ଥା ଥିଲା । କିନ୍ତୁ ତାହା ଚଳିତ ବର୍ଷ ଠାରୁ ଉଛେଦ କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ବହୁ ବିଭାଗୀୟ ଉଚ୍ଚ କୃତ୍ତୃପକ୍ଷଙ୍କ ସମେତ ମାନ୍ୟବର କେନ୍ଦ୍ରୀୟ ଶିକ୍ଷାମନ୍ତୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଗୁହାରି ଜଣାଇଛନ୍ତି ।  ଅନୁସୁଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ଶିକ୍ଷାର ବିକାଶ ଲାଗି ଚନ୍ଦ୍ରଗିରି ଠାରେ କେନ୍ଦ୍ର ସରକାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ୨୦୦୧ରେ ସ୍ଥାପିତ କରିଥିଲେ । ବର୍ତମାନ ବିଦ୍ୟାଳୟରେ ସମୁଦାୟ ୪୦୦ ଜଣ ପିଲା ଅଧ୍ୟାୟନର ।

ସେଥିମଧ୍ୟରେ ୨୦୩ ଆଦିବାସୀ ଛାତ୍ରୀ ହୋଇଥିବା ବେଳେ ୧୯୭ ଛାତ୍ର ଅଛନ୍ତି । ବିଦ୍ୟାଳୟ ସ୍ଥାପିତ ହେବା ସମୟରୁ ଶତକଡା ୧୦ ପ୍ରତିଶତ ଅଥାତ୍ ୬ଜଣ ପିଲା କେବଳ ଚନ୍ଦ୍ରଗିରି ଅଞ୍ଚଳବାସୀଙ୍କ ସାଧାରଣ ବର୍ଗର ପିଲାଙ୍କ ପାଇଁ ସଂରକ୍ଷିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହି ସୁବିଧାକୁ କେନ୍ଦ୍ର ସରକାର ଉଛେଦ କରିବା ସହ ସମସ୍ତ ଆଦିବାସୀ ପିଲାଙ୍କ ଲାଗି ପାଠ ପଢିବାକୁ ନିର୍ଦେଶନାମା ଜାରୀ କରିଛନ୍ତି । ଫଳରେ ଅଞ୍ଚଳବାସୀଙ୍କ ମନରେ ଆଘାତ ଲାଗିବା ସହ ଏହି ସୁବିଧା ପୁଣି ଯୋଗଦେଇଦେବାକୁ ଦାବି କରିଥିଲେ । ସ୍ଥାନୀୟ ସରପଞ୍ଚଙ୍କ ସମେତ ମା ମାଣିକେଶ୍ବରୀ ଯୁବକ ସଂଘ ପକ୍ଷରୁ ବିଦ୍ୟାଳୟ ଅଧ୍ୟକ୍ଷ ମନମୋହନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ପିଏ ଆଇଡିଏ, ଗଜପତି ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ ।

ଏହା ସତ୍ତ୍ବେ କୌଣସି ସୁଫଳ ନମିଳିବାରୁ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ସମସ୍ୟା ଜଣାଇଛନ୍ତି ଯୁବଗୋଷ୍ଠୀ । ତେବେ ଅନୁଷ୍ଠାନ କେବଳ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ । ତେଣୁ କେବଳ ଆଦିବାସୀ ପିଲେ ପାଠ ପଢିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିବା ଯୁବକ ସଂଘ ସଭାପତି କହିଛନ୍ତି । ଏହିଭଳି ଭାବେ ଅଞ୍ଚଳବାସୀଙ୍କ ସୁବିଧାକୁ ଉଛେଦ କରିବାକୁ ସାମୂହିକ ଭାବେ ବିରୋଧ କରାଯାଉଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ପ୍ରବେଶିକା ପରିକ୍ଷା କରାଇନଦେବାକୁ ଚେତାବନୀ ଦେଇଛନ୍ତି । ଏହି ବିଷୟ ନେଇ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦେଶ ଆସିଥିବା କାରଣରୁ ଚଳିତବର୍ଷ ଠାରୁ ସ୍ଥାନୀୟ ସାଧାରଣ ବର୍ଗ ରପିଲାଙ୍କ ବଦଳରେ ଡକ୍ଟର କିମ୍ବା ସ୍ବାସ୍ଥ୍ୟ ସେବାକାରୀଙ୍କ ପିଲାଙ୍କ ଲାଗି ସୁବିଧା ଥିବା କହିଛନ୍ତି । ଗ୍ରାମବାସୀ ଏକ ଦାବିପତ୍ର ଦେଇଛନ୍ତି । ଗ୍ରାମବାସୀ ଏକ ଦାବିପତ୍ର ଦେଇଛନ୍ତି ତାହା ଉଚ୍ଚ କତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଛି ।

Exit mobile version