ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର କେନ୍ଦ୍ର ଠାରେ ନେହୁରୁ ଯୁବ କେନ୍ଦ୍ର ଦ୍ଵାରା ୪୫ଦିନଧରି ଅନୁଷ୍ଠିତ ବିୟୁଟି ପାର୍ଲର ଟ୍ରେନିଂ କାର୍ଯ୍ୟକ୍ରମ ଉଦଯାପିତ

୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କଂପ୍ୟୁଟର ସେଣ୍ଟର୍ର ଅଧକ୍ଷ ଶ୍ରୀ ଲୋକନାଥ ମିଶ୍ର ଙ୍କ ସଭାପତତ୍ବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଶ୍ରୀ ହୋରିମୋହନ ପଟ୍ଟନାୟକମ୍ୟୁଖ ବକ୍ତା ପ୍ରଗତି ମହିଳା ସଂଗଠନ ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ସମ୍ମାନିତ ଅତିଥି, ଏନ ୱାଇ କେ ଏ .ମହେଶ ଏବଂ ବି.ଭବାନୀ ପ୍ରସାଦ ପ୍ରଶିକ୍ଷଣ ଶିକ୍ଷୟତ୍ରି ସବିତା ପ୍ରଧାନ  ପ୍ରମୁଖ ମଞ୍ଚାସିନ ଥିଲେ l

ଅତିଥି ମାନେ ନିଜ ନିଜ ଅଭିଭାଷଣ ରେ ତାଲିମ ପ୍ରାପ୍ତ ଛାତ୍ରୀ ମାନଙ୍କୁ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ରୋଜଗାରକ୍ଷମ ହେବାପାଇଁ କହି ଥିଲେ l ୪୫ଦିନ ଧରି ବିୟୁଟି ପାର୍ଲର ତାଲିମ୍ ପ୍ରାପ୍ତ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ଉପୋରକ୍ତ ସମସ୍ତ
କାର୍ଯ୍ୟକ୍ରମ କୁ ଶରତ ପ୍ରଧାନ , ସବିତା ପ୍ରଧାନ ପରିଚାଳନା କରିଥିଲେ l ପରିଶେଷରେ ଶ୍ରିନୁବାସ ଗୟା ଧନ୍ୟବାଦ୍ ଅର୍ପଣ କରିଥିଲେ l

Exit mobile version