Home ଓଡ଼ିଶା ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ କାଶୀନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତାରିଖରୁ ଶିକ୍ଷକ ଆନ୍ଦୋଳନ ଓ କଳା ବେଜ୍ ପରିଧାନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ଡାକରା କ୍ରମେ ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ କାଶୀନଗର ବ୍ଲକର ସମସ୍ତ ବିଦ୍ୟାଳୟରେ ଏନ.ପି.ଏସ. ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜର ତିନି ଦଫା ଦାବୀ ପୁରାଣ ନ ହେବା ଯାଏଁ ଆଜି ଠାରୁ କାଶୀନଗର ବ୍ଲକ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସମ ପୋଷାକ ବର୍ଜନ ସହ କଳା ବେଜ ଧାରଣ କରି ଅଭିନଵ ପ୍ରତିବାଦ କରିଛନ୍ତି ସେମାନେ ସ୍ଥାନୀୟ ବ୍ଲକ ଛକ ଠାରୁ ଏକ ରାଲି ରେ ବାହାରି ନିଜ ଦାବି ପୂରଣ ନିମନ୍ତେ ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଥିଲେ. ଶିକ୍ଷା ଅଧିକାରୀ ସରକାରୀ କାର୍ଯ୍ୟକ୍ରମ ରେ ବାହାରକୁ ଯାଇଥିବା ଯୋଗୁଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରଙ୍କୁ ସୁଶ୍ରୀ ମୀନା ବେହେରାଙ୍କୁ ମୁଖ୍ୟ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ l ସଙ୍ଘର କାର୍ଯକାରୀ ସଭାପତି ଶ୍ରୀ ଜଗଦୀଶ ପାତ୍ର ଗତ ନଭେମ୍ବର ମାସ ଠାରୁ ପ୍ରାଥମିକ ଶିକ୍ଷକ ମାନେ ତିନି ଦଫା ଦାବି ରେ ଆନ୍ଦୋଳନ କରୁଥିଲେ ମଧ୍ୟ ସରକାର ଙ୍କ ଠାରୁ କୈଣସି ସୁଫଳ ମିଳି ନାହିଁ ୬ବର୍ଷ ର ଶିକ୍ଷା ସହାୟକ ସମୟକୁ ମୂଳ ଚାକିରୀ ରେ ମିଶାଇ ଗଣନା କରି ୬ଟି ନେସନେଲ ଇଙ୍କ୍ରିମେଣ୍ଟ ଦେବା, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଓ ପୁରୁଣା ପେନସନ ଲାଗୁ ଏପରି ଦାବି ଗୁଡିକ ସରକାର ନ ମାନିବାରୁ ଆସନ୍ତା ୧୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ରାଜଧାନୀ ଠାରେ ବିକ୍ଷୋଭ, ଗଣଧାରଣା ଓ ଆନ୍ଦୋଳନ ଯୁଦ୍ଧ କାଳୀନ ଭିତ୍ତିରେ ହେବ ବୋଲି କ୍ଷୋଭ ର ସହ କହିଛନ୍ତି. ଏହି ରାଲିରେ ସଙ୍ଘ ର ସଭାପତି ବି ଗୋପାଳ ରାଓ ଓ କୋଷାଧକ୍ଷ ରାଉତ ମଧୁ ଏବଂ ବ୍ଲକରସମସ୍ତଶିକ୍ଷକଓଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content Dabur India Limited inducts the importance of Wonder Herb – Pudina by Proprietor Abhimanyu Maharana June 26, 2026 ଚମତ୍କାର ଔଷଧି - ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ by Proprietor Abhimanyu Maharana June 25, 2026 ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ by Proprietor Abhimanyu Maharana June 25, 2026 ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି by Proprietor Abhimanyu Maharana June 25, 2026 ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ by Proprietor Abhimanyu Maharana June 25, 2026 ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା by Proprietor Abhimanyu Maharana June 25, 2026