Home ଓଡ଼ିଶା ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ କାଶୀନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତାରିଖରୁ ଶିକ୍ଷକ ଆନ୍ଦୋଳନ ଓ କଳା ବେଜ୍ ପରିଧାନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ଡାକରା କ୍ରମେ ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ କାଶୀନଗର ବ୍ଲକର ସମସ୍ତ ବିଦ୍ୟାଳୟରେ ଏନ.ପି.ଏସ. ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜର ତିନି ଦଫା ଦାବୀ ପୁରାଣ ନ ହେବା ଯାଏଁ ଆଜି ଠାରୁ କାଶୀନଗର ବ୍ଲକ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସମ ପୋଷାକ ବର୍ଜନ ସହ କଳା ବେଜ ଧାରଣ କରି ଅଭିନଵ ପ୍ରତିବାଦ କରିଛନ୍ତି ସେମାନେ ସ୍ଥାନୀୟ ବ୍ଲକ ଛକ ଠାରୁ ଏକ ରାଲି ରେ ବାହାରି ନିଜ ଦାବି ପୂରଣ ନିମନ୍ତେ ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଥିଲେ. ଶିକ୍ଷା ଅଧିକାରୀ ସରକାରୀ କାର୍ଯ୍ୟକ୍ରମ ରେ ବାହାରକୁ ଯାଇଥିବା ଯୋଗୁଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରଙ୍କୁ ସୁଶ୍ରୀ ମୀନା ବେହେରାଙ୍କୁ ମୁଖ୍ୟ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ l ସଙ୍ଘର କାର୍ଯକାରୀ ସଭାପତି ଶ୍ରୀ ଜଗଦୀଶ ପାତ୍ର ଗତ ନଭେମ୍ବର ମାସ ଠାରୁ ପ୍ରାଥମିକ ଶିକ୍ଷକ ମାନେ ତିନି ଦଫା ଦାବି ରେ ଆନ୍ଦୋଳନ କରୁଥିଲେ ମଧ୍ୟ ସରକାର ଙ୍କ ଠାରୁ କୈଣସି ସୁଫଳ ମିଳି ନାହିଁ ୬ବର୍ଷ ର ଶିକ୍ଷା ସହାୟକ ସମୟକୁ ମୂଳ ଚାକିରୀ ରେ ମିଶାଇ ଗଣନା କରି ୬ଟି ନେସନେଲ ଇଙ୍କ୍ରିମେଣ୍ଟ ଦେବା, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଓ ପୁରୁଣା ପେନସନ ଲାଗୁ ଏପରି ଦାବି ଗୁଡିକ ସରକାର ନ ମାନିବାରୁ ଆସନ୍ତା ୧୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ରାଜଧାନୀ ଠାରେ ବିକ୍ଷୋଭ, ଗଣଧାରଣା ଓ ଆନ୍ଦୋଳନ ଯୁଦ୍ଧ କାଳୀନ ଭିତ୍ତିରେ ହେବ ବୋଲି କ୍ଷୋଭ ର ସହ କହିଛନ୍ତି. ଏହି ରାଲିରେ ସଙ୍ଘ ର ସଭାପତି ବି ଗୋପାଳ ରାଓ ଓ କୋଷାଧକ୍ଷ ରାଉତ ମଧୁ ଏବଂ ବ୍ଲକରସମସ୍ତଶିକ୍ଷକଓଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ନୟାଗଡ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିଶା ନିବାରଣ ରାଷ୍ଟ୍ରୀୟ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana August 19, 2026 ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନବ ନିର୍ମିତ ଗୃହ ଉଦଘାଟିତ ମାଟ୍ରିକ ପରୀକ୍ଷାରେ ବିଭିନ୍ନ ବିଦ୍ୟାଳୟରୁ "ଏ୧" ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana August 19, 2026 ରାସ୍ତାରେ ପଡ଼ିଥିବା ଗୁରୁତର ଆହତ ବ୍ୟକ୍ତିକୁ ମେଡିକାଲ ପହଞ୍ଚାଇଲେ ଜିଲ୍ଲାପାଳ by Proprietor Abhimanyu Maharana August 19, 2026 ନୟାଗଡ ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହର ଲହରୀ by Proprietor Abhimanyu Maharana August 19, 2026 ଯୁବ ସ୍ଵାଭିମାନ ଦିବସରେ ରକ୍ତଦାନ ଶିବିର ରୁ ୭୪ ୟୁନିଟ୍ ରକ୍ତ ସଂଗ୍ରହ by Proprietor Abhimanyu Maharana August 19, 2026 ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 18, 2026