Home ଓଡ଼ିଶା ମୋହନା ବ୍ଲକ ଚନ୍ଦ୍ରଗିରି ଠାରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ୧୦ ପ୍ରତିଶତ ସଂରକ୍ଷଣ ସ୍ଥାନ ପାଇବାରୁ ଛାତ୍ର ଛାତ୍ରୀ ବଞ୍ଚିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଚନ୍ଦ୍ରଗିରି ଠାରେ ଥିବା ଜିଲ୍ଲାର ଏକମାତ୍ର ଏକଲବ୍ୟ ଆବାସିକ ବିଦ୍ୟାଳୟରେ ସ୍ଥାନୀୟ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସରକାର ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ ପୂର୍ବରୁ କରିଥିଲେ । ସ୍କୁଲ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ଏହି ସୁବିଧା ପାଇ ଆସୁଥିଲେ ସାଧାରଣ ବର୍ଗର ସ୍ଥାନୀୟ ଛାତ୍ର ଛାତ୍ରୀ । କିନ୍ତୁ ଚଳିତ ବର୍ଷ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆବେଦନ କରିବା ଲାଗି ସ୍କୁଲ କୁ ଯାଇ ନିରାଶ ହୋଇ ଫେରିଛନ୍ତି ଅଭିଭାବକମାନେ । କେଉଁ କାରଣରୁ, କିଭଳି, କାହା ନିର୍ଦେଶରେ ଏହି ନିସ୍ପତି ସରକାର ଓ ସ୍କୁଲ କର୍ତୃପକ୍ଷ ନେଲେ ତାହା ସ୍ଥାନୀୟ ଅଭିଭାବକଙ୍କ ମହଲରେ ପ୍ରଶ୍ନ ବାଛି ସୃଷ୍ଟି କରିଛି । ଏନେଇ ପ୍ରଥମେ ସ୍କୁଲ କର୍ତୃପକ୍ଷ ଓ ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ,ପ୍ରକଳ୍ପ ଅଧିକାରୀ । ଜିଲ୍ଲାପାଳ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ସଂପର୍କରେ ଅବଗତ ଓ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ତାହା ବର୍ତ୍ତମାନ ସୁଧା କୌଣସି ପ୍ରକାର କାର୍ଯ୍ୟକାରୀ ହୋଇନଥିବାରୁ ଆଜି ସ୍କୁଲ ସମ୍ମୁଖରେ ଚ଼ନ୍ଦ୍ରଗିରି ଅଞ୍ଚଳର ଜନପ୍ରତିନିଧି ଓ ବୁଦ୍ଧିଜୀବିମାନେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଫାଟକ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଆଗାମୀ ଦିନରେ ଏହା ଏକ ବଡଧରଣର ଆନ୍ଦୋଳନ ହେବାସହ ପ୍ରବେଶିକା ପରିକ୍ଷାକୁ ହେବାକୁ ଦେବେ ନାହିଁ ଓ ରାଜରାସ୍ତା ଅବରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏପଟେ ସ୍କୁଲ ପ୍ରବେଶିକା ଫର୍ମ ଦେୟ ମୁକ୍ତ ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ କିଣି ଆଣିବା ଲାଗି ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଅଭିଭାବକ ମାନେ ଗୋଟିଏ ଫର୍ମକୁ ୧୫ ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଦେଇ କିଣି ଥିବାବେଳେ ଏଥିରେ ସ୍କୁଲ କାର୍ତୁପକ୍ଷଙ୍କ ହାତ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026