କୁଖ୍ୟାତ ଅପରାଧୀ ର ଆଡ୍ଡାସଳି ସହ ବେଆଇନ ଇଟାଭାଟି କୁ ଭାଙ୍ଗିଲା ପ୍ରଶାସନ

୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଏନ୍ଏସି ଅନ୍ତର୍ଗତ ହରିଜନ ପଡ଼ାରେ ବାସ କରୁଥିବା କୁଖ୍ୟାତ ଅପରାଧୀ ଜଗା ସେନାପତି ର ବେଆଇନ ଆଡ୍ଡାସ୍ଥଳୀ ସହ ଇଟାଭାଟି କୁ ପାଟଣାଗଡ଼ ପ୍ରଶାସନ ତରଫରୁ ଭଙ୍ଗା ଯାଇଛି । ୭ ନମ୍ବର ୱ।ର୍ଡ ହରିଜନ ପଡ଼ାରେ ବାସ କରୁଥିବା ଜଗା ପ୍ରାୟ ୮ ଗୋଟି ବିଭିନ୍ନ ପ୍ରକାର ଅପରାଧୀକ ମାମଲାରେ ଜଡ଼ିତ ଥିବା ସହ ସେ ଏକ ସରକାରୀ ଜାଗାକୁ ଜବଦଖଲ କରି ଘର ନିର୍ମାଣ କରିଥିଲା ।ଦୀର୍ଘ ଦିନ ରୁ ସେହି ଘର ଭିତରେ ଜଗା ତା’ର ସହଯୋଗୀ ଙ୍କ ସହ କୋରେକ୍ସ , ଗଞ୍ଜେଇ ,ମଦ ଡାକାୟତି ବ୍ୟତୀତ ଅନ୍ୟାନ୍ୟ ଅପରାଧୀ କ ମାମଲା ର ବ୍ଳିପ୍ରଣ୍ଟ ତିଆରି କରିଆସୁଥିଲା । ଏହି ଖବର ଟି ପାଟଣାଗଡ଼ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତାଙ୍କ ଦୃଷ୍ଟି କୁ ଆସିଥିଲା । ଶ୍ରୀଭୁକ୍ତା ସେହି ବେଆଇନ ଆଡ୍ଡାସ୍ଥଳୀ ସହ ଅନୀତ ଦୂରରେ ଥିବା ଜଗା ର ବେଆଇନ ଇଟାଭାଟି କୁ ଭାଙ୍ଗିବା ପାଇଁ ତହସିଲଦାର ଙ୍କୁ ଅବଗତ କରାଇଥିଲେ । ଜଗା ର ବେଆଇନ ଆଡ୍ଡାସ୍ଥଳୀ ବିଷୟରେ ପୁଲିସ ଠାରୁ ଜାଣିବା ପରେ ତହସିଲଦାର ଶ୍ରୀ ମାଝୀ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠି ଙ୍କ ଦୃଷ୍ଟି କୁ ଆଣିଥିଲେ । ଏହାପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜଗା କୁ ଏକ ନୋଟିସ ଦିଆଯାଇଥିଲା । ଜଗା ଉକ୍ତ ନୋଟିସ କୁ ଅବମାନନା ପରେ ଉପଜିଲ୍ଲାପାଳ ଙ୍କ ନିଦ୍ଧେଶ କ୍ରମେ ପୁଲିସ ଓ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାଟଣାଗଡ଼

ତହସିଲଦାର ଙ୍କ ସହ ଉପଜିଲ୍ଲାପାଳ ଙ୍କ ଉପସ୍ଥିତ ରେ ଜଗା ର ବେଆଇନ ଆଡ୍ଡାସ୍ଥଳୀ ସହ ଇଟାଭାଟି କୁ ଆଜି ମଧ୍ୟାହ୍ନ ସମୟରେ ଜେସିବି ଲଗାଇ ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଥିଲା । ଅତିରିକ୍ତ ତହସିଲଦାର ଧିରେନ ପାତ୍ର, ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ,ଏସଆଇ ବ୍ରଜକିଶୋର ପଣ୍ଡା ଙ୍କ ସହ ତହସିଲ କର୍ମଚାରୀ ଉପସ୍ଥିତ ଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ପକ୍ଷରୁ ଏକ ପ୍ଳାଟୁନ ଫୋର୍ସ ମୁତୟନ ଥିଲେ ।

Exit mobile version